ଓଡିଶା

odisha

ETV Bharat / state

ଚଳନ୍ତା ଟ୍ରେନରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଗୁରୁବାର ଏକ ଚଳନ୍ତା ଟ୍ରେନରେ ଲାଗିଲା ନିଆଁ । ହଠାତ ନିଆଁ ଲାଗିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଟ୍ରେନଟି ବଲାଙ୍ଗୀର ଦେଇ ବିଶାଖାପାଟଣାରୁ ରାଜସ୍ଥାନର ଭଗତ କି କୋଠି ଯାଉଥିଲା ।

By

Published : Feb 28, 2019, 12:01 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବଲାଙ୍ଗୀର

ବଲାଙ୍ଗୀର: ଗୁରୁବାର ଏକ ଚଳନ୍ତା ଟ୍ରେନରେ ଲାଗିଲା ନିଆଁ । ହଠାତ ନିଆଁ ଲାଗିଥିବା ବେଳେ ଅଳ୍ପକେ ବର୍ତ୍ତିଯାଇଛନ୍ତି ଯାତ୍ରୀ । ଟ୍ରେନଟି ବଲାଙ୍ଗୀର ଦେଇ ବିଶାଖାପାଟଣାରୁ ରାଜସ୍ଥାନର ଭଗତ କି କୋଠି ଯାଉଥିଲା ।

ସୂଚନାନୁଯାୟୀ, ବଲାଙ୍ଗୀର ହରିଶଙ୍କର ରୋଡ ଷ୍ଟେସନ ନିକଟରେ ଟ୍ରେନର ଇଞ୍ଜିନରେ କୌଣସି କାରଣରୁ ହଠାତ ନିଆଁ ଲାଗି ଯାଇଥିଲା । ଆଉ ହଠାତ ଟ୍ରେନଟି ଅଟକିବା ପରେ ସମସ୍ତ ଯାତ୍ରୀ ଭୟଭୀତ ହୋଇ ଓହ୍ଲାଇ ପଡିଥିଲେ ।

ଘଟଣାସ୍ଥଳରେ ସ୍ଥାନୀୟ ଦମକଳ ବାହିନୀ ଓ ରେଳ କର୍ମଚାରୀମାନେ ମିଶି ନିଆଁକୁ ଆୟତ୍ତ କରିଥିଲେ । ପରେ ହରିଶଙ୍କରରେ ଟ୍ରେନକୁ ଅନ୍ୟ ଏକ ଇଞ୍ଜିନ ସଂଯୋଗ କରାଯାଇ ପୁଣି ରାୟପୁର ମୁଖେ ଯାତ୍ରା କରିଥିଲା ।

ସେପଟେ, ନିଆଁ ଲାଗିବାର କାରଣ ଜଣା ପଡିନଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଏହା ହୋଇଥିବା ଅନୁମାନ କରାଯାଇଛି । ସେହିପରି ଅଗ୍ନିକାଣ୍ଡରେ କୌଣସି କ୍ଷୟକ୍ଷତି ହୋଇନାହିଁ ।

ବଲାଙ୍ଗୀରରୁ ସେକ୍ ମହମ୍ମଦ ୱାହିଦ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details