ବଲାଙ୍ଗୀର:ଜିଲ୍ଲାବାସୀଙ୍କ ଦୀର୍ଘ ଦିନର ଦାବି ପରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ଦ୍ଵାରା ବଲାଙ୍ଗୀର ନୂଆପଡ଼ା ନୂତନ ରେଳ ଲାଇନର ଟ୍ରାଫିକ ସର୍ଭେ ଓ ଚୂଡାନ୍ତ ସର୍ଭେ ହେବ। ଏଥିଲାଗି ଆର୍ଥିକ ଅନୁଦାନ ମଞ୍ଜୁର ହୋଇଛି । ବଲାଙ୍ଗୀର ଓ ନୂଆପଡ଼ା ଜିଲ୍ଲାକୁ ନୂତନ ରେଳ ଲାଇନ ପାଟଣାଗଡ଼ ଦେଇ ତିଆରି କରିବା ପାଇଁ ଦୀର୍ଘ ଦିନରୁ ଲୋକଙ୍କ ଦାବି କରି ଆସୁଥିଲେ । ତେବେ ନିକଟରେ କେନ୍ଦ୍ର ସରକାର ତଥା କେନ୍ଦ୍ର ରେଳ ମନ୍ତ୍ରଣାଳୟ ଏଥିରେ ମୋହର ମାରିଛନ୍ତି।
ଏହି ନୂତନ ରେଳପଥର ଟ୍ରାଫିକ ସର୍ଭେ ତଥା ଚୂଡାନ୍ତ ସର୍ଭେ ପାଇଁ 2କୋଟି 50 ଲକ୍ଷ ଟଙ୍କା ଅନୁଦାନ ମଞ୍ଜୁର କରିଛନ୍ତି । ତେବେ ଗତ 2007 ରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହ ଦେଓ ଏହି ପ୍ରସଙ୍ଗ ଲୋକସଭାରେ ଉଠାଇଥିଲେ। ସେତେବେଳେ ଏହାର ସର୍ଭେ ହୋଇଥିବା ବେଳେ 2013 ରେ ସର୍ଭେ କାମ ସରିଥିଲା । ହେଲେ ଏଥିରେ ଆଉ କୌଣସି ପଦକ୍ଷେପ ନ ନିଆଯାଇଥିବା ବେଳେ ତାହା ସମ୍ପୂର୍ଣ୍ଣ ଭାବରେ ଥଣ୍ଡା ବାକ୍ସରେ ଥିଲା ।