ବଲାଙ୍ଗୀର: ଦୁଇ ଦିନରେ ବାପ-ପୁଅଙ୍କ ଆତ୍ମହତ୍ୟା । ଏଭଳି ଅଭାବନୀୟ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ବେଲବାହାଲି ଗ୍ରାମରେ । ଗ୍ରାମର ସୁରେନ୍ଦ୍ର ବାଗ ଗତକାଲି (ମଙ୍ଗଳବାର) ଜାମସର ରେଲୱେ କ୍ରସିଙ୍ଗ ନିକଟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଏହାର ଦିନକ ପୂର୍ବରୁ ଅର୍ଥାତ୍ ସୋମବାର ସୁରେନ୍ଦ୍ରଙ୍କ ପୁଅ ସେହି ସମାନ ସ୍ଥାନରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଥିଲା । ତେବେ ଉଭୟଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ରେଳ ଧାରଣା ନିକଟରୁ ମିଳିବା ପରେ ପାରିବାରିକ କଳହ ଯୋଗୁଁ ଏପରି ଘଟିଥିବା ସନ୍ଦେହ କରାଯାଉଛି ।
ପାରିବାରିକ କଳହରୁ ଟ୍ରେନ ଆଗକୁ ଡେଇଁ ବାପ-ପୁଅଙ୍କ ଆତ୍ମହତ୍ୟା ! - ବାପପୁଅ କଲେ ଆତ୍ମହତ୍ୟା
ଦୁଇ ଦିନରେ ଆତ୍ମହତ୍ୟା କଲେ ବାପ-ପୁଅ । ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା କରିଥିବା ସନ୍ଦେହ । ରେଳଧାରଣାରୁ ମିଳିଲା ଉଭୟଙ୍କ ମୃତଦେହ । ଅଧିକ ପଢ଼ନ୍ତୁ
![ପାରିବାରିକ କଳହରୁ ଟ୍ରେନ ଆଗକୁ ଡେଇଁ ବାପ-ପୁଅଙ୍କ ଆତ୍ମହତ୍ୟା ! g](https://etvbharatimages.akamaized.net/etvbharat/prod-images/768-512-15318475-thumbnail-3x2-bal.jpg)
ପାରିବାରିକ କଳହରୁ ବାପ-ପୁଅଙ୍କ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା !
ସେପଟେ ଆତ୍ମହତ୍ୟା ପରେ ଗ୍ରାମବାସୀ ମୃତଦେହକୁ ନେଇ ସତ୍କାର କରିଦେଇଥିବାବେଳେ ରେଲବାଇ ପୋଲିସ୍ କିମ୍ବା ସ୍ଥାନୀୟ ପୋଲିସ ପାଖରେ ଏହାର ଖବର ନାହିଁ । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ରେଳବାଇ ପୋଲିସ୍ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ