ଓଡିଶା

odisha

ETV Bharat / state

ଚାଷୀଙ୍କ ଚିନ୍ତା ବଢାଉଛି ଭଙ୍ଗାଦଦରା ଆଡିବନ୍ଧ - damaged barrage in bolangir

ଚାଷୀଙ୍କ ହିତ ପାଇଁ ବଲାଙ୍ଗୀର ଜିଲ୍ଲାରେ ନିର୍ମାଣ ହୋଇଛି ଅନେକ ଆଡିବନ୍ଧ । ହେଲେ କେଉଁଠି ଭାଙ୍ଗିଗଲାଣି ତ ଆଉ କେଉଁଠି ଭାଙ୍ଗିବା ଉପରେ । କିନ୍ତୁ ଏହି ଭଙ୍ଗା ଚେକ ଡ୍ୟାମ ପାଇଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଆଡିବନ୍ଧରେ ପାଣି ଅଭାବରୁ ଚାଷ ବନ୍ଦ କରିଦେଇଛନ୍ତି ଚାଷୀ । ନଦୀ ନାଳରେ ପାଣି ଥାଇ ମଧ୍ୟ ଏହାର ଉପଯୋଗ ହୋଇ ପାରୁନି ।

ଚାଷୀଙ୍କ ଚିନ୍ତା ବଡାଉଛି ଭଙ୍ଗାଦଦରା ଆଡିବନ୍ଧ
ଚାଷୀଙ୍କ ଚିନ୍ତା ବଡାଉଛି ଭଙ୍ଗାଦଦରା ଆଡିବନ୍ଧ

By

Published : Feb 3, 2021, 4:35 PM IST

Updated : Feb 3, 2021, 5:01 PM IST

ବଲାଙ୍ଗୀର:ଜିଲ୍ଲାରେ ଜଳସେଚନ ପାଇଁ ନିର୍ମିତ ହୋଇଛି ଏପରି ଅନେକ ଚେକ ଡ୍ୟାମ୍‌ ବା ଆଡିବନ୍ଧ । ହେଲେ ଦେଖନ୍ତୁ ଏହାର ଅବସ୍ଥା । ଏଥିରୁ କେଉଁଠି ଭାଙ୍ଗିଗଲାଣି ତ ଆଉ କେଉଁଠି ଭାଙ୍ଗିବା ଉପରେ । ଚାଷୀଙ୍କ ହିତ ପାଇଁ ଏହା ନିର୍ମାଣ କରାଯାଇଥିବାବେଳେ ଏବେ କିନ୍ତୁ ଏହି ଭଙ୍ଗା ଚେକ ଡ୍ୟାମ ପାଇଁ ଚାଷୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଅନେକ ଆଡିବନ୍ଧରେ ପାଣି ଅଭାବରୁ ଚାଷ ବନ୍ଦ କରିଦେଇଛନ୍ତି ଚାଷୀ । ନଦୀ ନାଳରେ ପାଣି ଥାଇ ମଧ୍ୟ ଏହାର ଉପଯୋଗ ହୋଇ ପାରୁନି । ଆଜି ବି ଜିଲ୍ଲାର ତିନି ପ୍ରତିଶତ ଜଳସେଚନରେ ସବୁ ସୀମିତ ରହିଛି । ତେବେ ଏଥିରେ ସୁଧାର ପାଇଁ ବିଭିନ୍ନ ନଦୀ ନାଳରେ ସରକାର କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଓ ଆଡ଼ିବନ୍ଧ ସବୁ ନିର୍ମାଣ କରିଥିଲେ। ଯାହା କିଛି ବର୍ଷ ଚାଷୀଙ୍କୁ ସହାୟକ ହୋଇଥିବା ବେଳେ ଭଲ ଚାଷ ମଧ୍ୟ ହେଉଥିଲା। ହେଲେ ପ୍ରତ୍ୟେକ ପ୍ରକଳ୍ପ ମାତ୍ର କିଛି ବର୍ଷରେ ଭାଙ୍ଗି ଯିବା ଫଳରେ ଦହଗଞ୍ଜ ହେଉଛନ୍ତି ଚାଷୀ ।

ଚାଷୀଙ୍କ ଚିନ୍ତା ବଡାଉଛି ଭଙ୍ଗାଦଦରା ଆଡିବନ୍ଧ
ବିଭାଗୀୟ ଅପାରଗତା ହେଉ କିମ୍ବା କୋଟି କୋଟି ଟଙ୍କାର ଦୁର୍ନୀତି ଯୋଗୁଁ ଆଜି ଏହି ଅବସ୍ଥା ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି। ପ୍ରତ୍ୟେକ ପ୍ରକଳ୍ପ ମାତ୍ର କିଛି ବର୍ଷରେ ଭାଙ୍ଗିବାକୁ ନେଇ ଅନେକ ପ୍ରଶ୍ନ ଉଠିଥିବାବେଳେ ଦୁର୍ନୀତିର ଗନ୍ଧ ସ୍ପଷ୍ଟ ମଧ୍ୟ ବାରି ହେଉଛି। ଅନ୍ୟପଟେ ବଲାଙ୍ଗୀର କ୍ଷୁଦ୍ର ଜଳସେଚନ ବିଭାଗ ଜିଲ୍ଲାରେ 2019 ବନ୍ୟା ଯୋଗୁଁ ଏସବୁ ଭାଙ୍ଗି ଯାଇଥିବାର କହିଛି। ବର୍ତ୍ତମାନ ବଲାଙ୍ଗୀରରେ ମୋଟ 89ଟି କ୍ଷୁଦ୍ର ଜଳସେଚନ ଓ 232ଟି ଆଡିବନ୍ଧ ଭାଙ୍ଗି ଯାଇଥିବା ରେକର୍ଡ ରହିଛି । ଏଥିରେ ପାଣି ରହୁ ନଥିବାବେଳେ ଚାଷ ପ୍ରଭାବିତ ହେଉଥିବାର ବିଭାଗ କହିଛି। ଏସବୁକୁ ମରାମତି ପାଇଁ 31 କୋଟି ଟଙ୍କା ଆବଶ୍ୟକ ଥିବାର ସରକାରଙ୍କୁ ଜଣାଇଥିବାର ବିଭାଗ ସୂଚନା ଦେଇଛି । ହେଲେ ଏହାକୁ ଅନୁମୋଦନ ମିଳି ପାରିନାହିଁ ।ମଣ୍ଡି, ମିଲର, ଟୋକନ ଅବ୍ୟବସ୍ଥା, କଟନୀ ଛଟନୀ, ଏ ସବୁ ସମସ୍ୟା ଭିତରେ ଚାଷୀ ଜୁଝି ହେଉଥିବାବେଳେ ଜଳସେଚନ ଆଉ ଏକ ସମସ୍ୟା ହେଇ ଉଭା ହୋଇଛି । ଆଗକୁ ଖରା ଦିନ ଆସୁଥିବାବେଳେ ଏହାର ସମାଧାନ କରାନଗଲେ ଚାଷୀ ଯେ ଅନେକ ସମସ୍ୟାରେ ଜୁଝି ହେବ ତାହା କହିବା ଭୁଲ ହେବନି ।ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ
Last Updated : Feb 3, 2021, 5:01 PM IST

ABOUT THE AUTHOR

...view details