ଓଡିଶା

odisha

ETV Bharat / state

ଧାନକିଣାରେ ଅବ୍ୟବସ୍ଥା, CSO ଅଫିସ ଘେରାଉ କଲେ ଚାଷୀ - ଧାନକିଣାରେ ଅବ୍ୟବସ୍ଥା

ଧାନ କିଣା ଆରମ୍ଭ କରିବା ଦାବିରେ CSO କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲ୍ଲାରେ ଗତ 17 ମେରୁ ରବି ଋତୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଅନେକ ସ୍ଥାନରେ ଏଯାଏଁ ଧାନ କିଣା ଯାଉନଥିବା ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

ଧାନକିଣାରେ ଅବ୍ୟବସ୍ଥା, CSO ଅଫିସ ଘେରାଉ କଲେ ଚାଷୀ
ଧାନକିଣାରେ ଅବ୍ୟବସ୍ଥା, CSO ଅଫିସ ଘେରାଉ କଲେ ଚାଷୀ

By

Published : Jun 4, 2021, 7:54 AM IST

ବଲାଙ୍ଗୀର: ଧାନ କିଣା ଆରମ୍ଭ କରିବା ଦାବିରେ CSO କାର୍ଯ୍ୟାଳୟ ଘେରାଉ କରିଥିଲେ। ଜିଲ୍ଲାରେ ଗତ 17 ମେରୁ ରବି ଋତୁ ଧାନ କିଣା ଆରମ୍ଭ ହୋଇଥିବା ବେଳେ ଅନେକ ସ୍ଥାନରେ ଏଯାଏଁ ଧାନ କିଣା ଯାଉନଥିବା ଅଭିଯୋଗ ହୋଇଛି। ଲୋଇସିଂହା ବ୍ଲକ ଅନ୍ତର୍ଗତ ସରଗାଡ ଅଞ୍ଚଳର ଚାଷୀ ତାଙ୍କର ଧାନ କିଣା ଯାଉନଥିବାର ଅଭିଯୋଗ କରିଛନ୍ତି ।

ଧାନକିଣାରେ ଅବ୍ୟବସ୍ଥା, CSO ଅଫିସ ଘେରାଉ କଲେ ଚାଷୀ

ଏନେଇ ବଲାଙ୍ଗୀର CSO କାର୍ଯ୍ୟାଳୟ ଘେରାଉ କରିଥିଲେ। ତେବେ ସୂଚନାନୁସାରେ, ଏହି ସରଗାଡ଼ ଗ୍ରାମର ପ୍ରାଥମିକ ସମବାୟ ସମିତି ଖୋଲା ଥିବା ବେଳେ ଚାଷୀ ମଧ୍ୟ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଛନ୍ତି। ମାତ୍ର ଚାଷୀଙ୍କ ଟୋକନ ବୈଧ ସାରିବାକୁ ଥିବା ବେଳେ ଚାଷୀ ଏଯାଏଁ ଧାନ ବିକ୍ରି କରି ପାରି ନାହାଁନ୍ତି । ଖୋଲାରେ ଧାନ ଆଣି ମଣ୍ଡିରେ ରଖି ଥିବା ବେଳେ ଅଦିନିଆ ବର୍ଷା ମଧ୍ୟ ତାଙ୍କ ପାଇଁ ବିପଦ ସୃଷ୍ଟି କରିଛି। ତେବେ ତାଙ୍କର ଧାନ ଶୀଘ୍ର କିଣାଯାଉ ବୋଲି ଦାବି କରିଛନ୍ତି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details