ବଲାଙ୍ଗୀର: ଜିଲ୍ଲାର ଦେଓଗାଁ ବ୍ଲକର ଚାଷୀ ମାନେ ଫସଲ ବୀମା ଶୀଘ୍ର ପ୍ରଦାନ ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନରେ ବସିଛନ୍ତି ଚାଷୀ । ଦାବି ପୂରଣ ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।
ଫସଲ ବୀମା ପାଇଁ ଚାଷୀଙ୍କ ଆମରଣ ଅନଶନ - ବଲାଙ୍ଗୀର ଚାଷୀ
2 ବର୍ଷର ଫସଲ ବୀମା ଦାବି କରି ଅନିର୍ଦ୍ଧିଷ୍ଟ କାଳ ପାଇଁ ଆମରଣ ଅନଶନ କରିଛନ୍ତି ବଲାଙ୍ଗୀର ଦେଓଗାଁ ବ୍ଲକର ଚାଷୀ । ଅଧିକ ପଢ଼ନ୍ତୁ...
ଗତ 2017-18 ବର୍ଷ ଓ 2018-19 ବର୍ଷରେ ଏହି ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ଯୋଗୁଁ ଚାଷୀ ସର୍ବସ୍ବାନ୍ତ ହୋଇପଡିଥିଲେ । ତେବେ ସେମାନେ କରିଥିବା ଫସଲ ବୀମା ହିଁ ତାଙ୍କ ପାଇଁ ଏକ ମାତ୍ର ଭରସା ଥିଲା । ହେଲେ ସରକାରୀ ରିପୋର୍ଟ ଅନୁସାରେ ଏଠି ମରୁଡି ପଡିଥିବାର ସ୍ବୀକାରୋକ୍ତି ଥିବା ସତ୍ତ୍ବେ ଗତ ଦୁଇ ବର୍ଷର ଫସଲ ବୀମା ଚାଷୀ ଏପର୍ଯ୍ୟନ୍ତ ପାଇ ପାରି ନାହାନ୍ତି । ଏନେଇ ଅନେକ ଥର ଏମାନେ ଆନ୍ଦୋଳନ କରିବା ପରେ ଜିଲ୍ଲା ପ୍ରଶାସନ ଏକ ମାସର ଲିଖିତ ପ୍ରତିଶୃତି ଦେଇଥିଲା। ହେଲେ ଏଯାଏଁ ତାହା ପୂରଣ ହୋଇନଥିବା ବେଳେ ଚାଷୀ ବାଧ୍ୟ ହୋଇ ଏହି ଆମରଣ ଅନଶନକୁ ଓହ୍ଲାଇଥିବା କହିଛନ୍ତି । ଦାବି ପୂରଣ ନ ହେବା ଯାଏଁ ଏମାନେ ଏହି ଆନ୍ଦୋଳନ ଜାରି ରଖିବେ ବୋଲି କହିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ