ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲାରେ ଥମୁନି ହାତୀ ଆତଙ୍କ। ଆଗଲପୁର ବ୍ଲକ ଅଞ୍ଚଳରେ ପୁଣି ଦନ୍ତା ହାତୀର ଉପଦ୍ରବ ଦେଖିବାକୁ ମିଳିଛି। ହାତୀ ଆକ୍ରମଣର ଶିକାର ହୋଇଛନ୍ତି ଜଣେ ଚାଷୀ। ଗତ କିଛିଦିନ ହେଲା ଏହି ଅଞ୍ଚଳରେ ଦନ୍ତା ଉପଦ୍ରବ କରୁଥିବା ବେଳେ ରବିବାର ଜଣେ ଚାଷୀ ବିଲରେ ଚାଷ କାମ କରୁଥିବା ବେଳେ ତାକୁ ଆକ୍ରମଣ କରିଛି ଦନ୍ତା।
ସୂଚନା ଅନୁସାରେ, ଲୋଇସିଂହା ରେଞ୍ଜ ଅନ୍ତର୍ଗତ ନୁନିଆଁପାଳି ଗ୍ରାମର ହେମନ୍ତ ସାହୁ ନାମକ ଚାଷୀ ଜମିରେ ଚାଷକାମ କରୁଥିବା ବେଳେ ଦନ୍ତା ହାତୀ ଆକ୍ରମଣ କରିଥିଲା। ହେଲେ କୌଶଳକ୍ରମେ ହେମନ୍ତ ସାହୁ ଦନ୍ତା କବଳରୁ ଜୀବନ ରକ୍ଷା କରିବାରେ ସଫଳ ହୋଇଥିଲେ ବି ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି।