ବଲାଙ୍ଗୀର: ବଲାଙ୍ଗୀରରେ ରବି ଋତୁ ଧାନ କିଣା ଆରମ୍ଭ ହୋଇଥିବାବେଳେ ବିଭିନ୍ନ ମଣ୍ଡିରୁ ଘୋର ଅବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସୁଛି । ଚାଷୀ ମଣ୍ଡିରେ ନିଜ ଧାନ ନେଇ ଖରାବର୍ଷାରେ ଜଗିଥିବାବେଳେ ତାଙ୍କ ଧାନ ବିକ୍ରି ହୋଇ ପାରୁନ ଥିବାର ଚାଷୀ ଅଭିଯୋଗ କରିଛନ୍ତି ।
ଏହିଭଳି ଲୋଇସିଂହା ବ୍ଲକ ଅନ୍ତର୍ଗତ ସାରଗାଡ ପେକ୍ସରୁ ଧାନ କିଣା ଯାଉନଥିବାର ଅଭିଯୋଗ ଆସିଛି । ଏହି ପେକ୍ସ ଅଞ୍ଚଳର ଚାଷୀ ଧାନ ବିକ୍ରି କରିବା ପାଇଁ ଟୋକନ ପାଇଥିବାବେଳେ ଟାର୍ଗେଟ ନ ଥିବାର କହି ପେକ୍ସ କର୍ମଚାରୀ ଧାନ କିଣୁ ନାହାଁନ୍ତି ବୋଲି ଚାଷୀ ଅଭିଯୋଗ କରିଛନ୍ତି । ସେପଟେ ଚାଷୀଙ୍କ ଟୋକନ ବୈଧତା ଆଉ କିଛି ଦିନ ମଧ୍ୟରେ ସାରିବାକୁ ଥିବାବେଳେ ଚାଷୀ ତାଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରି କରି ନପାରି ଏବେ ଚିନ୍ତାରେ ପଡ଼ିଛନ୍ତି ।