ଓଡିଶା

odisha

ETV Bharat / state

ଫସଲ ବୀମା କ୍ଷତିପୂରଣ ଦାବିରେ ଜିଲ୍ଲାରେ କୃଷକଙ୍କ ଆନ୍ଦୋଳନ - ଫସଲ ବୀମା କ୍ଷତିପୂରଣ ଦାବିରେ କୃଷକଙ୍କ ଆନ୍ଦୋଳନ

ମଙ୍ଗଳବାର ଜିଲ୍ଲାରେ ଫସଲ ବୀମାକୁ ନେଇ କୃଷକମାନେ ଜିଲ୍ଲାପାଳଙ୍କ ସମ୍ମୁଖରେ ଆନ୍ଦୋଳନ କରିଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ...

Farmers' agitation demanding crop insurance compensation in Bolangir
ଫସଲ ବୀମା କ୍ଷତିପୂରଣ ଦାବିରେ ଜିଲ୍ଲାରେ କୃଷକଙ୍କ ଆନ୍ଦୋଳନ

By

Published : Nov 10, 2020, 8:05 PM IST

ବଲାଙ୍ଗୀର: ଫସଲ ବୀମାକୁ ନେଇ ଜିଲ୍ଲାରେ କୃଷକ ଆନ୍ଦୋଳନ ତେଜିବାକୁ ଲାଗିଛି । ମଙ୍ଗଳବାର ତୁରେକେଲା ଅଞ୍ଚଳର ଚାଷୀମାନେ ଫସଲ ବୀମା ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କୃଷି ବୀମା ଅନୁସାରେ ଫସଲହାନିର କ୍ଷତିପୂରଣ ଦାବି କରିଥିବା ସୂଚନା ମିଳିଛି ।

ଫସଲ ବୀମା କ୍ଷତିପୂରଣ ଦାବିରେ ଜିଲ୍ଲାରେ କୃଷକଙ୍କ ଆନ୍ଦୋଳନ

ଗତ ବର୍ଷ 2019ରେ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ରୟାଲ ସୁନ୍ଦରମ ଇନସୁରାନ୍ସ କମ୍ପାନୀରେ ଫସଲ ବୀମା ପାଇଁ ଟଙ୍କା ପୈଠ କରିଥିଲେ। ହେଲେ ଏକ ବର୍ଷ ବିତି ଯାଇଥିଲେ ସୁଦ୍ଧା ଏମାନେ ତାଙ୍କର ଫସଲ ବୀମା ଟଙ୍କା ପାଇନାହାନ୍ତି । ଏ ସଂପର୍କରେ ଚାଷୀମାନେ ପ୍ରଶାସନଠାରୁ ଆରମ୍ଭ କରି ବ୍ୟାଙ୍କରେ କହିବା ପରେ ମଧ୍ୟ ବିଫଳ ହୋଇଛନ୍ତି ।

ଶେଷରେ କିଛି ଉପାୟ ନ ପାଇ ଚାଷୀମାନେ ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଧାରଣା ଦେବା ସହ କୃଷିବୀମା ଅନୁସାରେ ଫସଲହାନିର କ୍ଷତିପୂରଣ ଦାବି କରିଛନ୍ତି। କ୍ଷତିପୂରଣ ବାବଦକୁ ଅର୍ଥ ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ବଲାଙ୍ଗୀରରୁ ଏସ. କେ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details