ଓଡିଶା

odisha

ETV Bharat / state

ଧାନକିଣାରେ ଅବ୍ୟବସ୍ଥା, ଯୋଗାଣ ଅଧିକାରୀଙ୍କୁ ଘେରିଲେ ଚାଷୀ - ଧାନ କିଣା ନେଇ ଚାଷୀ ଅସନ୍ତୋଶ

ବଲାଙ୍ଗୀର ଆଗଲପୁର ଦୁଦୁକା ଅଞ୍ଚଳର ଶତାଧିକ ଚାଷୀ ବଲାଙ୍ଗୀର ଯୋଗାଣ ବିଭାଗ କାର୍ଯ୍ୟାଳୟକୁ ଧସେଇ ପଶିବା ସହ ସିଏସଓ ବା ଯୋଗାଣ ଅଧିକାରୀଙ୍କୁ ଘେରାଉ କରିବା ସହ ଅଟକ ରଖିଥିଲେ ।

farmer protest
ବଲାଙ୍ଗୀରରେ ଯୋଗାଣ ଅଧିକାରୀଙ୍କୁ ଘେରାଓ

By

Published : Jan 24, 2020, 8:04 PM IST

ବଲାଙ୍ଗୀର: ଧାନ କିଣାରେ ଅବ୍ୟବସ୍ଥା ନେଇ ବଢୁଛି ଚାଷୀଙ୍କ ଅସନ୍ତୋଷ । ଏନେଇ ଯୋଗାଣ ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଘେରାଉ କରିଥିଲେ ବଲାଙ୍ଗୀରର ଶତାଧିକ ଚାଷୀ । ବଲାଙ୍ଗୀର ଆଗଲପୁର ଦୁଦୁକା ଅଞ୍ଚଳର ଶତାଧିକ ଚାଷୀ ବଲାଙ୍ଗୀର ଯୋଗାଣ ବିଭାଗର କାର୍ଯ୍ୟାଳୟକୁ ଧସେଇ ପଶିବା ସହ ସିଏସଓ ବା ଯୋଗାଣ ଅଧିକାରୀଙ୍କୁ ଅଟକ ରଖିଥିଲେ ।

ବଲାଙ୍ଗୀରରେ ଯୋଗାଣ ଅଧିକାରୀଙ୍କୁ ଘେରାଓ

ଏହି ଘେରାଉ ସମୟରେ ସିଏସଓ କାର୍ଯ୍ୟାଳୟର କାମ ସମ୍ପୁର୍ଣ୍ଣ ଠପ ହେବା ସହ ଧାନ ନକିଣିବା ପର୍ଯ୍ୟନ୍ତ ଏମାନେ ସିଏସଓଙ୍କୁ ଛାଡିବେ ନାହିଁ ବୋଲି କହିଥିଲେ। ତେବେ ସିଏସଓଙ୍କ ପ୍ରତିଶୃତି ପରେ ଏମାନେ କିଛି ଦିନର ମହଲତ ଦେବା ସହ ଘେରାଉ କରିଥିଲେ।


ତେବେ ଏମାନଙ୍କ ଅଞ୍ଚଳରେ ଥିବା ପ୍ୟାକ୍ସକୁ ଧାନ କିଣିବା ପାଇଁ ଟାର୍ଗେଟ ଦିଆ ଯାଉନଥିବାରୁ ପ୍ୟାକ୍ସମାନେ ଚାଷୀଙ୍କ ଠାରୁ ଧାନ କିଣୁ ନାହାନ୍ତି । ସେହିପରି ମିଲରମାନେ ମଧ୍ୟ ଚାଷୀଙ୍କ ଧାନ ଉଠାଉ ନଥିବାର ଏମାନେ ଅଭିଯୋଗ କରିଛନ୍ତି। ଯାହାଫଳରେ ଏମାନଙ୍କ କଷ୍ଟ ଉପାର୍ଜିତ ଧାନ ଏବେ ନଷ୍ଟ ହେଉଛି ।

ଚାଷୀମାନେ ନିଜ ଧାନ ବିକିବା ପାଇଁ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି। ତେବେ ବିଭିନ୍ନ ସମୟରେ ଏବାବଦରେ ଜିଲ୍ଲା ପ୍ରଶାସନକୁ ଜଣାଇ ଥିଲେ ମଧ୍ୟ ଏମାନଙ୍କ ସମାଧାନ ନହେବାରୁ ଶୁକ୍ରବାର ସମସ୍ତ ଚାଷୀ ଏକାଠି ହୋଇ ସିଏସଓଙ୍କୁ ତାଙ୍କ କାର୍ଯ୍ୟାଳୟରେ ଦୀର୍ଘ ସମୟ ଅଟକ ରଖିଥିଲେ।

ତେବେ ଏହି ଘଟଣାକୁ ନେଇ କିଛି ସମୟ ଉତ୍ତେଜନା ଲାଗି ରହିଥିବାବେଳେ କାର୍ଯ୍ୟାଳୟର ସବୁ କାମ ଠପ ହୋଇ ଯାଇଥିଲା। ସେପଟେ ସିଏସଓ ଚାଷୀଙ୍କୁ ବୁଝାସୁଝା କରିବା ସହ ଧାନକିଣା ହେବା ସହ ମିଲରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶୃତି ଦେବା ପରେ ଘେରାଓ ହଟିଥିଲା।


ବଲାଙ୍ଗୀରରୁ ଏସ.କେ ୱାହିଦ,ଇଟିଭି ଭାରତ

ABOUT THE AUTHOR

...view details