ଓଡିଶା

odisha

By

Published : Apr 15, 2021, 11:03 PM IST

ETV Bharat / state

କମ ଦରରେ ଦଲାଲକୁ ଧାନ ବିକ୍ରି କରୁଛନ୍ତି ଚାଷୀ

ବଲାଙ୍ଗୀର ଜିଲ୍ଲାରେ ଏବେ ଖରିଫ ଋତୁ ଧାନ କିଣା ସମ୍ପୂର୍ଣ ବନ୍ଦ ହୋଇଛି। ଅନ୍ୟପଟେ ଅନେକ ଚାଷୀ ତାଙ୍କର ଧାନ ଦୁର୍ନୀତି ଯୋଗୁଁ ବିକ୍ରି କରି ନ ପାରି ଏବେ କମ ଦରରେ ଦଲାଲକୁ ଧାନ ବିକ୍ରି କରୁଥିବାର ଅଭିଯୋଗ ହୋଇଛି। ଅଧିକ ପଢନ୍ତୁ...

କମ ଦରରେ ଦଲାଲକୁ ଧାନ ବିକ୍ରି କରୁଛନ୍ତି ଚାଷୀ
କମ ଦରରେ ଦଲାଲକୁ ଧାନ ବିକ୍ରି କରୁଛନ୍ତି ଚାଷୀ

ବଲାଙ୍ଗୀର: ଜିଲ୍ଲାରେ ଏବେ ଖରିଫ ଋତୁ ଧାନ କିଣା ସମ୍ପୂର୍ଣ୍ଣ ବନ୍ଦ ହୋଇଛି । ଅନ୍ୟପଟେ ଅନେକ ଚାଷୀ ତାଙ୍କର ଧାନ ଦୁର୍ନୀତି ଯୋଗୁଁ ବିକ୍ରି କରି ନ ପାରି ଏବେ କମ ଦରରେ ଦଲାଲକୁ ଧାନ ବିକ୍ରି କରୁଥିବାର ଅଭିଯୋଗ ହୋଇଛି।

କମ ଦରରେ ଦଲାଲକୁ ଧାନ ବିକ୍ରି କରୁଛନ୍ତି ଚାଷୀ

ବଲାଙ୍ଗୀର ଜିଲ୍ଲାରେ ଗତ ନଭେମ୍ବର 18 ତାରିଖରୁ ଖରିଫ ଋତୁ ଧାନ କିଣା ଚାଲିଥିଲା। ଯାହା ଏବେ ସମ୍ପୂର୍ଣ ବନ୍ଦ ହୋଇଛି। ଏହାରି ମଧ୍ୟରେ ବିଭିନ୍ନ ପେକ୍ସରେ ଦୁର୍ନୀତି ଯୋଗୁଁ ଚାଷୀ ଧାନ ବିକ୍ରି କରି ନ ପାରି ଏବେ ଦଲାଲ ହାତରେ ଧାନ କମ ଦରରେ ଟେକି ଦେଇଛନ୍ତି।

ଅବ୍ୟବସ୍ଥା ଯୋଗୁଁ ଏହି ପରିସ୍ଥିତି ଉପୁଜିଥିବାବେଳେ ବଲାଙ୍ଗୀର ଗଣ୍ଡ ପତ୍ରାପାଲିରୁ ଏହି ଭଳି ଅନେକ ଚାଷୀଙ୍କ ଧାନ ବିକ୍ରି ହୋଇ ପାରି ନଥିବାର ଅଭିଯୋଗ ଆସିଛି। ଏହି ପେକ୍ସରେ ଧାନ କିଣା ଦୁର୍ନୀତି ଯୋଗୁଁ ପେକ୍ସ ସମ୍ପାଦକ ନିଲମ୍ବିତ ହୋଇଥିଲେ ।

ହେଲେ ଚାଷୀଙ୍କ ପ୍ରକୃତ ସମସ୍ୟାର ସମାଧାନ ହୋଇ ପାରିନଥିଲା। ଏବଂ ଦୀର୍ଘ ମାସରୁ ଧାନ ବିକ୍ରି କରିବା ପାଇଁ ମଣ୍ଡିରେ ଧାନ ରଖିଥିବା ଚାଷୀ ଶେଷରେ ଧାନ ବିକ୍ରି କରି ପାରିନାହାଁନ୍ତି। ଏବଂ ପ୍ରଶାସନ କୁ ଏହାପାଇଁ ଅଭିଯୋଗ କରି ମଧ୍ୟ ସଫଳ ନହେବାରୁ ଏମାନେ ଶେଷରେ ନିଜ ଧାନ କମ ଦରରେ ଦଲାଲକୁ ବିକ୍ରି କରିଥିବାର କହିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details