ଓଡିଶା

odisha

By

Published : Nov 23, 2019, 6:49 AM IST

ETV Bharat / state

ମିଳିନି ଫସଲ ବୀମା; ଆମରଣ ଅନଶନରେ ବଲାଙ୍ଗୀର ଚାଷୀ

ଫସଲ ବୀମା ପ୍ରାପ୍ତି ପାଇଁ ଆମରଣ ଅନଶନରେ ବସିଛନ୍ତି ବଲାଙ୍ଗୀର ଜିଲ୍ଲାର ଦୁଇଟି ଗ୍ରାମର ଚାଷୀ । ତେବେ ଏମାନଙ୍କ ଅନଶନକୁ ଚାରିଦିନ ବିତିଥିବା ବେଳେ ସେମାନଙ୍କ ଦାବି ଶୁଣୁନଥିବା ଅଭିଯୋଗ କରିଛନ୍ତି ଚାଷୀ । ଅଧିକ ଖବର ପଢନ୍ତୁ...

ଫସଲ ବୀମା ପ୍ରାପ୍ତି ପାଇଁ ଆମରଣ ଅନଶନରେ ବଲାଙ୍ଗୀର ଚାଷୀ

ବଲାଙ୍ଗୀର: ନଭେମ୍ବର 19 ତାରିଖରୁ ଫସଲ ବୀମା ପ୍ରାପ୍ତି ପାଇଁ ଆମରଣ ଅନଶନରେ ବସିଛନ୍ତି ଦୁଇଟି ଗ୍ରାମର ଚାଷୀ । ତେବେ ଏମାନଙ୍କ ଅନଶନକୁ ଚାରିଦିନ ବିତିଯାଇଥିବା ବେଳେ ଦୁଇ ଜଣ ଅନଶନକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ ଜିଲ୍ଲା ପ୍ରଶାସନ ସହିତ ଏମାନଙ୍କର ଆଲୋଚନା ବିଫଳ ହୋଇଥିବା ବେଳେ ଏମାନଙ୍କ ଅନଶନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ।

ଫସଲ ବୀମା ପ୍ରାପ୍ତି ପାଇଁ ଆମରଣ ଅନଶନରେ ବଲାଙ୍ଗୀର ଚାଷୀ

ବଲାଙ୍ଗୀର ଦେଓଗାଁ ବ୍ଲକର କୂଳତାପଡା ଓ ଅର୍ଜୁନପୁର ଗ୍ରାମର ଚାଷୀମାନେ ଏହି ଅନଶନରେ ବସିଛନ୍ତି । ତେବେ ଏମାନଙ୍କ ଅଞ୍ଚଳରେ ଗତ 17 ଓ 18 ବର୍ଷ ତଥା 18-19 ବର୍ଷରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ମରୁଡି ପଡିଥିଲା । ସେପଟେ ଏମାନେ ଫସଲ ବୀମା କରିଥିବା ବେଳେ ତାହାହିଁ ଏକ ମାତ୍ର ଏମାନଙ୍କର ଆଶା ଥିଲା । ହେଲେ ଏଯାଏଁ ଏମାନେ କୌଣସି ଫସଲ ବୀମା ପାଇନଥିବା ବେଳେ ତାଙ୍କ ଗୁହାରୀ କେହି ନଶୁଣିବାରୁ ଚାଷୀମାନେ ଏହି ଆମରଣ ଅନଶନ କରୁଛନ୍ତି ।

ଏପଟେ ଅନଶନକୁ ଚାରିଦିନ ବିତିଥିବା ବେଳେ କୌଣସି ଜବାବ ଆସିନଥିବା ଚାଷୀ ଅଭିଯୋଗ କରିଛନ୍ତି ।ଅନ୍ୟପଟେ କିନ୍ତୁ ବୀମା କମ୍ପାନୀମାନେ ଆସନ୍ତା ଡିସେମ୍ବର 5 ଓ 6 ତାରିଖରେ ଜିଲ୍ଲାରେ କ୍ୟାମ୍ପ କୋର୍ଟ କରିବେ ଓ ସେଠି ସବୁ ଫଇସଲା ହେବ ବୋଲି ଜିଲ୍ଲାପାଳ କହିବା ସହ ଏମାନଙ୍କୁ ଅନଶନରୁ ଓହରି ଯିବାକୁ ନିବେଦନ କରିଛନ୍ତି । ଏହି ମାମଲା ବିଧାନସଭାରେ ସ୍ଥାନୀୟ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଉଠାଇ ଥିବା ବେଳେ ଏଯାଏଁ ସମାଧାନର ବାଟ ବାହାରି ନାହିଁ ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details