ବଲାଙ୍ଗୀର: ବିଲରେ କାମ କରୁଥିବାବେଳେ ବଜ୍ରପାତରେ ଜଣଙ୍କର ମୃତ୍ୟୁ ହୋଇଛି । ଆଗଲପୁର ବ୍ଲକ ଅନ୍ତର୍ଗତ ତେତେଲ ଖୁଣ୍ଟି ଗ୍ରାମରେ ଘଟଣାଟି ଘଟିଥିବା ସୂଚନା । ତେବେ ମୃତ ଚାଷୀ ହେଉଛନ୍ତି ସମ୍ପୃକ୍ତ ଗ୍ରାମର ବାହାଦୂର ବିଶ୍ଵାଳ ।
ବଜ୍ରପାତରେ ଚାଷୀ ମୃତ - ମୃତ
ବିଲରେ କାମ କରୁଥିବା ବେଳେ ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି । ଆଗଲପୁର ବ୍ଲକ ଅନ୍ତର୍ଗତ ତେତେଲ ଖୁଣ୍ଟି ଗ୍ରାମରେ ଘଟଣାଟି ଘଟିଥିବା ସୂଚନା ।

ଫଟୋ ସୌଜନ୍ୟ: ପ୍ରତିନିଧି,ରାଇରଙ୍ଗପୁର
ଭିଡିଓ ସୌଜନ୍ୟ: ପ୍ରତିନିଧି,ରାଇରଙ୍ଗପୁର
ସୂଚନା ଅନୁଯାୟୀ ବାହାଦୂର ନିଜ ବିଲରେ କାମ କରି ଘରକୁ ଫେରୁଥିବାବେଳେ ବଜ୍ରପାତ ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ବାହାଦୂରଙ୍କ ମୃତ୍ୟୁ ହୋଇଥିଲା । ତେବେ ଘଟଣାରେ ଲୋଇସିଂହା ପୋଲିସ ତଦନ୍ତ ଆରମ୍ଭ କରିଥିବାବେଳେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ସେପଟେ ମୃତକଙ୍କ ପରିବାର ଲୋକେ କ୍ଷତି ପୂରଣ ଦାବି କରିଛନ୍ତି ।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ