ଓଡିଶା

odisha

ETV Bharat / state

ତରଭାରେ ପ୍ରସିଦ୍ଧ ଚୁଡାଖାଇ ଯାତ୍ରାର ଶୁଭାରମ୍ଭ - ତରଭାରେ ଚୁଡାଖାଇ ଡଙ୍ଗର ମୋହତ୍ସବ

ବଲାଙ୍ଗୀର ସୋନପୁର ଜିଲ୍ଲା ସୀମାରେ ଥିବା ତରଭାରେ ପ୍ରସିଦ୍ଧ ଚୁଡା ଖାଇ ମହୋତ୍ସବ ଆରମ୍ଭ ହୋଇଛି । 3 ଦିନ ଧରି ହେବାକୁ ଥିବା ଏହି ମହୋତ୍ସବରେ ଏଠାକାର ଇଷ୍ଟଦେବୀଙ୍କୁ ରୀତିନୀତିରେ ପୂଜା କରାଯିବ। ଅଧିକ ପଢନ୍ତୁ

ତରଭାରେ ପ୍ରସିଦ୍ଧ ଚୁଡାଖାଇ ମହୋତ୍ସବ ଆରମ୍ଭ
ତରଭାରେ ପ୍ରସିଦ୍ଧ ଚୁଡାଖାଇ ମହୋତ୍ସବ ଆରମ୍ଭ

By

Published : Oct 7, 2022, 7:20 PM IST

ବଲାଙ୍ଗୀର : ଜିଲ୍ଲାରେ ଚୁଡାଖାଇ ଯାତ୍ରା ଆରମ୍ଭ ହୋଇଯାଇଛି । ସୋନପୁର ଜିଲ୍ଲା ସୀମାରେ ଥିବା ତରଭାରେ ପ୍ରସିଦ୍ଧ ଚୁଡାଖାଇ ଡଙ୍ଗର ମହୋତ୍ସବ ଆଜି(ଶୁକ୍ରବାର)ଠାରୁ ଆରମ୍ଭ ହୋଇଛି । ଏହି ପୂଜାରେ ଜିଲ୍ଲାର ଇଷ୍ଟଦେବୀଙ୍କ ରୀତିନୀତିରେ ପୂଜା ହୋଇଥାଏ । ଏହି ପୂଜାରେ ସ୍ଥାନୀୟ ଲୋକନୃତ୍ୟ ଓ ଜିଲ୍ଲା ବାହାର କଳାର ସମାଗମ ହେବ ।

ତରଭାରେ ପ୍ରସିଦ୍ଧ ଚୁଡାଖାଇ ମହୋତ୍ସବ ଆରମ୍ଭ

ତେବେ ଏହି ପର୍ବ ତିନି ଦିନ ଧରି ଚାଲିଥାଏ । ଏହି ଚୁଡାଖାଇ ପାହାଡ଼କୁ ଆବହମାନ କାଳରୁ ଏଠିକାର ଲୋକେ ପୂଜା କରି ଆସୁଥିବା ବେଳେ ଏହା ତାଙ୍କର ସୁଖ ସମୃଦ୍ଧି ର ପ୍ରତୀକ ଭାବରେ ଛିଡା ହୋଇ ଆସିଛି । ସେହିପରି ପୂର୍ବରୁ ଆଦିବାସୀ ମାନେ ଏହି ପାହାଡରେ ଚାରି ଠାକୁରଙ୍କୁ ସ୍ଥାପିତ କରିଥିଲେ । ଏନେଇ ତାଙ୍କୁ କନ୍ଧ ଜମିଦାର ମାନେ ପୂଜା କରି ଆସୁଥିଲେ । ଏହି ପୂଜା ସବୁ ବର୍ଷ ଆଶ୍ବିନ ମାସ ଶୁକ୍ଳ ପକ୍ଷ ଚତୁର୍ଦ୍ଦଶୀ ତିଥିରେ ପଡ଼ିଥାଏ । ଏହି ଦିନ ଇଷ୍ଟଦେବୀଙ୍କୁ ଚୁଡା ଭୋଗଲାଗି ହୋଇଥାଏ । ଏଥିପାଇଁ ଏହି ମହୋତ୍ସବ ଚୁଡ଼ାଖାଇ ମହୋତ୍ସବ ନାମରେ ପରିଚିତ।

ତେବେ ଏହି ଯାତ୍ରାରେ ପଶୁ ବଳି ସହ ଦେବାଦେବୀଙ୍କୁ ଧୂପ ନୈବେଦ୍ୟରେ ମଧ୍ୟ ପୂଜା କରା ଯାଇଥାଏ। ଐତିହପୂର୍ଣ୍ଣ ଏହି ପାହାଡ଼ ସହିତ ଜଡିତ ଏଠିକାର ଲୋକଙ୍କ ବିଶ୍ବାସ ଆସ୍ଥା ଆଜି ବି ଅତୁଟ ରହିଛି। ଚଳିତ ବର୍ଷ ଏଠାରେ ମହାଆଡ଼ମ୍ବରରେ ମହୋତ୍ସବ ପାଳନ କରାଯାଉଛି । ଆଖପାଖ ସବୁ ଗ୍ରାମର ଲୋକେ ମିଶି କଳସ ଶୋଭାଯାତ୍ରା କରି ଏକ ସ୍ତମ୍ଭ ସ୍ଥାପିତ କରି ଏହି ମହୋତ୍ସଵର ଶୁଭାରମ୍ଭ କରିଛନ୍ତି । ତେବେ ଗତ 2019ରେ ରାଜ୍ୟ ସରକାର ଏହି ପାହାଡକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପ୍ରଦାନ କରିବା ପରେ ଦ୍ଵିତୀୟ ଥର ଏହି ମହୋତ୍ସବ ଆୟୋଜନ କରାଯାଉଛି । ଏଥିପାଇଁ ସ୍ଥାନୀୟ ଲୋକ ନେତାଙ୍କ ସହଯୋଗ ସହ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ମଧ୍ୟ ସହଯୋଗ କରୁଛନ୍ତି ।

ତରଭାରେ ଏହି ଚୁଡାଖାଇ ଡଙ୍ଗର ମହୋତ୍ସବ 3 ଦିନ ଧରି ଆୟୋଜିତ ହେବ। ଏଠିକାର ଇଷ୍ଟଦେବୀଙ୍କ ରୀତିନୀତି ଅନୁସାରେ ପୂଜା ଅର୍ଚ୍ଚନା ହେବ । ସେହିପରି ସବୁ ସନ୍ଧ୍ୟାରେ ଏଠାରେ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ ହେବ । ସ୍ଥାନୀୟ ଲୋକକଳା ନୃତ୍ୟଗୀତ ସହ ଜିଲ୍ଲା ବାହାର କଳାକାରମାନେ ମଧ୍ୟ ନିଜର ଉତ୍କୃଷ୍ଟ ନୃତ୍ୟ କଳା ଏଠାରେ ପ୍ରଦର୍ଶନ କରିବେ । ଏହି ମହୋତ୍ସବର ପ୍ରଥମ ଦିନରେ ଓଡ଼ିଆ ସିନେ ତାରକା ଶୀତଲ ପହଞ୍ଚିଥିଲେ। ସ୍ଥାନୀୟ ଗାୟକ ଓ କଳାକାରମାନେ ଲୋକଙ୍କ ମନ ଜିଣିଛନ୍ତି। ଏଠାରେ କଂସ ମହାରାଜାଙ୍କ ଦରବାର ମଧ୍ୟ ଲାଗିଥିଲା। ଲୋକେ ତାହାର ମଧ୍ୟ ବେଶ୍‌ ଉତ୍ସାହର ସହ ଦେଖିଛନ୍ତି। ଏହି ଚୁଡା ଖାଇ ଡଙ୍ଗର ମହୋତ୍ସବର ପ୍ରଥମ ଦିନରେ ଜିଲ୍ଲା ଓ ଜିଲ୍ଲା ବାହାରୁ ଲୋକଙ୍କ ବେଶ ସମାଗମ ଦେଖିବାକୁ ମିଲିଛି । ଶାନ୍ତି ଶୃଙ୍ଖଳାର ସହ ମହୋତ୍ସବ ଆୟୋଜନ ପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ଇଟିିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details