ଓଡିଶା

odisha

ETV Bharat / state

ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପରିବାରବର୍ଗ - Balangir Police Station

ରହସ୍ୟ ଘେରରେ ରହିଛି ବଲାଙ୍ଗୀର ଜିଲ୍ଲା ଭୀମଭୋଇ ମେଡିକାଲ କଲେଜ ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ମାମଲା । ଏହି ଘଟଣାରେ ମୃତ ଛାତ୍ରୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ପରେ ପୋଲିସ ଆତ୍ମହତ୍ୟା ରୂପ ଦେଇ ଚୁପ ବସିଥିବାବେଳେ ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇଛନ୍ତି ବହୁଜନ ସମାଜ ପାର୍ଟି ଓ ପରିବାରବର୍ଗ । ଅଧିକ ପଢନ୍ତୁ...

ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପରିବାରବର୍ଗ
ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପରିବାରବର୍ଗ

By

Published : Oct 18, 2021, 6:51 PM IST

ବଲାଙ୍ଗୀର: ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁକୁ ନେଇ ରାଜରାସ୍ତାକୁ ଓହ୍ଲାଇଛି ବହୁଜନ ସମାଜ ପାର୍ଟି । ସୂଚନାନୁସାରେ ବଲାଙ୍ଗୀର ଜିଲ୍ଲା ଭୀମ ଭୋଇ ମେଡିକାଲ୍ କଲେଜ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଆଜି (ସୋମବାର) ମୃତ ଛାତ୍ରୀଙ୍କ ପରିବାରବର୍ଗ ଓ ବହୁଜନ ସମାଜ ପାର୍ଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।

ଡାକ୍ତରୀ ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ପରିବାରବର୍ଗ

ତେବେ ଏହି ଘଟଣାକୁ 10 ଦିନରୁ ଊର୍ଦ୍ଧ୍ବ ବିତି ଥିଲେ ସୁଦ୍ଧା ପୋଲିସ୍ ଏହାକୁ ଆତ୍ମହତ୍ୟା ରୂପ ଦେଇ ଚୁପ ବସିଥିବା ନେଇ ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ସେପଟେ ଏହି ଘଟଣାରେ ପରିବାର ଲୋକେ ସିଧାସଳଖ ଛାତ୍ରୀ ଜଣକ ରହୁଥିବା ହଷ୍ଟେଲ ୱାର୍ଡେନ, ସହପାଠୀ ଓ ତାଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଅଭିଯୋଗ କରିଛନ୍ତି ।

ତେବେ ଏହି ଘଟଣାରେ ବଲାଙ୍ଗୀର ଥାନାରେ ଅଭିଯୋଗ କରିଥିବା ସତ୍ତ୍ବେ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗରେ ଧାରଣାରେ ବସିଥିବା ନେଇ ସୂଚନା ମିଳିଛି । ସେପଟେ ଗତ ସାତ ତାରିଖରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ତୃତୀୟ ବର୍ଷରେ ଅଧ୍ୟୟନ ରତ ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ହଷ୍ଟେଲ କୋଠରୀରୁ ଉଦ୍ଧାର ହୋଇଥିବା ଜଣାପଡିଛି ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

ABOUT THE AUTHOR

...view details