ବଲାଙ୍ଗୀର:ପାରିବାରିକ କଳହରୁ ଜଣେ ବୃଦ୍ଧଙ୍କୁ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମୁରିବାହାଲ ଥାନା ପତ୍ରାପାଲି ପଞ୍ଚାୟତ ଲିମପଡା ଗାଁରେ । ମୃତ ବୃଦ୍ଧ ଜଣକ ହେଲେ ଘାସିରାମ ପରାଭୁଏ ।
ସୂଚନାନୁସାରେ କୌଣସି କଥାକୁ ନେଇ ଗୋଟିଏ ପରିବାରରେ ଉଭୟଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସୋମବାର ରାତିରେ ସଙ୍ଘବଦ୍ଧ ହୋଇ ଚାରିରୁ ପାଞ୍ଚ ଜଣ ପହଞ୍ଚି ଘାସିରାମଙ୍କୁ ନିସ୍ତୁକ ମାଡ଼ ମାରିଥିଲେ । ଫଳରେ ବୃଦ୍ଧ ଘାସିରାମଙ୍କୁ ଗୁରୁତର ଅବସ୍ଥାରେ ଟିଟିଲାଗଡ ହସ୍ପିଟାଲ ନେବା ବାଟରେ ହିଁ ମୃତ୍ୟୁ ହୋଇଥିଲା l ତେବେ ଏହି ମୃତ୍ୟୁ ଘଟଣାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ପାରିବାରିକ କଳହରୁ ହତ୍ୟା କରାଯାଇଥିବା ନେଇ ମୃତକଙ୍କ ଝିଅ ଅଭିଯୋଗ କରିଛନ୍ତି l