ବଲାଙ୍ଗୀର: ସଂଗରୋଧ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ । ପ୍ରଶାସନିକ ଅବହେଳାକୁ ଦାୟୀ କଲେ ପରିବାର । ବଲାଙ୍ଗୀର ସଂଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ମୃତ୍ୟୁ ହୋଇଛି । ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟ ସମଲେଇ ଗ୍ରାମ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଘଟଣାଟି ଘଟିଥିବା ଜଣାପଡିଛି। ଗାଁର ତିକେମଣୀ ତହଁଲା ଗତ 19 ତାରିଖରେ ଛତିଶଗଡ଼ରୁ ଫେରି ସଂଗରୋଧ କେନ୍ଦ୍ରରେ ଥିଲେ।
ସଂଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ମୃତ୍ୟୁ, କ୍ଷତିପୂରଣ ଦାବି କଲେ ପରିବାର
ପାଟଣାଗଡ଼ ବ୍ଲକ୍ ଅନ୍ତର୍ଗତ ଖୁଣ୍ଟ ସମଲେଇ ଗ୍ରାମ ସ୍ଥିତ ସଙ୍ଗରୋଧ କେନ୍ଦ୍ରରେ ଜଣେ ଅନ୍ତେବାସୀଙ୍କ ମୃତ୍ୟୁ ଘଟିଥିବା ବେଳେ କ୍ଷତିପୂରଣ ଦାବି କରିଛନ୍ତି ପରିବାର ବର୍ଗ ।
ସଂଘରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କ ମୃତ୍ୟୁ
ରାତିରେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ତାଙ୍କୁ ପ୍ରଥମେ ପାଟଣାଗଡ଼ ଡାକ୍ତରଖାନା ଓ ପରେ ବଲାଙ୍ଗୀର ମେଡିକାଲ କଲେଜରେ ଭର୍ତି କରାଯାଇ ଥିଲା। ହେଲେ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା । ହେଲେ ଗତ ରାତିରେ ହସପିଟାଲରେ ତାଙ୍କ ମୃତ୍ୟୁ ଘଟିବା ବେଳେ ଆଜି ଗାଁରେ ତାଙ୍କ ମୃତଦେହ ପହଞ୍ଚିଥିଲା । ସେପଟେ ମୃତ୍ୟୁ ପାଇଁ ପରିବାର ଲୋକେ ପ୍ରଶାସନକୁ ଦାୟୀ କରିଥିବା ବେଳେ କ୍ଷତି ପୂରଣ ଦାବି କରିଛନ୍ତି।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ