ଓଡିଶା

odisha

ETV Bharat / state

ବଲାଙ୍ଗୀର ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ SP ଅଫିସ ଘେରାଉ - ଛାତ୍ରୀ ମୃତ୍ୟୁ ଘଟଣାରେ ନ୍ୟାୟ ଦାବି

ବଲାଙ୍ଗୀର ଘରୋଇ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ଘଟଣାରେ ପରିବାର ଲୋକେ ଓ ଗ୍ରାମବାସୀ ହତ୍ୟା ମାମଲାରେ ତଦନ୍ତ ଓ ଦୋଷୀଙ୍କୁ ଗିରଫ ଦାବିରେ ବଲାଙ୍ଗୀର ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ଅଧିକ ପଢନ୍ତୁ...

ବଲାଙ୍ଗୀର ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ SP ଅଫିସ ଘେରାଉ
ବଲାଙ୍ଗୀର ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ SP ଅଫିସ ଘେରାଉ

By

Published : Oct 27, 2021, 10:54 PM IST

ବଲାଙ୍ଗୀର: ଗତକାଲି(ମଙ୍ଗଳବାର) ଏକ ଘରୋଇ କଲେଜ ହଷ୍ଟେଲରୁ ଜଣେ ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା। ଯାହାକୁ ନେଇ ସମ୍ପୃକ୍ତ କଲେଜରେ ଦୀର୍ଘ ସମୟ ଉତ୍ତେଜନା ଲାଗି ରହିବା ସହ ପରିବାର ଲୋକେ ଏହାକୁ ନେଇ ହତ୍ୟା ଅଭିଯୋଗ ଆଣିଥିଲେ। ସେହିପରି ଏହି ଘଟଣାକୁ ନେଇ ଆଜି ବି ଏଠି ଉତ୍ତେଜନା ଲାଗି ରହିଥିବାବେଳେ ଲୋକମାନେ ହତ୍ୟା ଅଭିଯୋଗ ଆଣି ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି ।

ବଲାଙ୍ଗୀର ହଷ୍ଟେଲ ଛାତ୍ରୀ ମୃତ୍ୟୁ ଘଟଣା: ନ୍ୟାୟ ଦାବିରେ SP ଅଫିସ ଘେରାଉ

ତେବେ ବରଗଡ ଜିଲ୍ଲା ଦହିତା ଗ୍ରାମର ଛାତ୍ରୀ ଆଶା ମେହେର ବଲାଙ୍ଗୀର ସକମା ଠାରେ ଥିବା ୟୁବୋଦୟ ଘରୋଇ କଲେଜରେ ଯୁକ୍ତ ଦୁଇର ଦ୍ଵିତୀୟ ବର୍ଷାରେ ଅଧ୍ୟୟନରତ ଥିଲେ । ତାଙ୍କ ମୃତଦେହ ଗତକାଲି ସନ୍ଧ୍ୟାରେ ହଷ୍ଟେଲ କୋଠରୀରୁ ଉଦ୍ଧାର ହୋଇଥିଲା । ତେବେ ସେ ୩୦୨ ନମ୍ବର କୋଠରୀରେ ରହୁଥିବା ବେଳେ ତାଙ୍କ ମୃତଦେହ ୩୦୫ ନମ୍ବର କୋଠରୀରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିଲା। ସେହିପରି ତାଙ୍କ ହାତରେ କଟା ଚିହ୍ନ ଥିବାବେଳେ ସେଥିରେ ଟେପ୍ ମଧ୍ୟ ଲାଗିଥିଲା। ଏହାଛଡା ଫ୍ୟାନ ପତିରେ ସେ ଝୁଲୁଥିବାବେଳେ ଫ୍ୟାନ କିଛି ନହେବା ଭଳି ଅନେକ ସନ୍ଦେହ ସ୍ଥିତି ଦେଖିବାକୁ ମିଳିଥିଲା ।

ସେହିପରି ପରିବାର ଲୋକଙ୍କୁ କଲେଜ କର୍ତ୍ତୃପକ୍ଷ ଝିଅର ଦେହ ଅସୁସ୍ଥ ଥିବାବେଳେ ତାକୁ ବଲାଙ୍ଗୀର ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିବାର ମିଛ କଥା କହିଥିଲେ । ତେବେ ଏସବୁକୁ ନେଇ ପରିବାର ଲୋକେ ତାଙ୍କ ଝିଅକୁ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି। ଏହାକୁ ନେଇ ପରିବାର ଲୋକେ ଓ ଗ୍ରାମବାସୀ ଏସପିଙ୍କ କାର୍ଯ୍ୟାଳୟ ଘେରାଉ କରିଛନ୍ତି । ସେହିପରି ଏମାନଙ୍କ ସହ ବଲାଙ୍ଗୀର ବିଜେପି ମହିଳା ମୋର୍ଚ୍ଚା ମଧ୍ୟ ସାମିଲ ହୋଇ ଏହି ଘଟଣାର ସିବିଆଇ ତଦନ୍ତ ଦାବି କରିଛି । ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ବିଜେପି ଅଭିଯୋଗ ଆଣିଛି ।

ସେହିପରି ବଲାଙ୍ଗୀର ସ୍କୁଲ, କଲେଜମାନଙ୍କରେ ଏଭଳି ଘଟଣା ମାନ ହେବା ଦୁଃଖଦାୟକ ଓ ଏହାର ସଠିକ୍ ତଦନ୍ତ ସହ ଦୋଷୀଙ୍କୁ ଗିରଫ ଦାବି ଏମାନେ କରିଛନ୍ତି । ନହେଲେ ମମିତା ମେହେର ଭଳି ଆଶା ମେହେର ପାଇଁ ମଧ୍ୟ ଏମାନେ ରାଜାରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବେ ବୋଲି କହିଛନ୍ତି। ସେପଟେ ପୋଲିସ୍ ଏହାର ତଦନ୍ତ ଆରମ୍ଭ କରିଥିବା ବେଳେ ପରିବାରର ଅଭିଯୋଗ ଅନୁସାରେ ଏହାର ସଠିକ୍ ତଦନ୍ତ ହେବ ବୋଲି ପୋଲିସ୍ କହିଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏହି ତଦନ୍ତ ଆହୁରି ତ୍ୱରାନ୍ୱିତ ହେବ ବୋଲି ପୋଲିସ୍ କହିଛି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

ABOUT THE AUTHOR

...view details