ଓଡିଶା

odisha

ETV Bharat / state

ବଲାଙ୍ଗୀର ଜଳାଶୟ ମାନଙ୍କରେ ବିଦେଶାଗତ ପକ୍ଷୀଙ୍କ ଭିଡ

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଜଳାଶୟରେ ଏବେ ବିପୁଳ ସଂଖ୍ୟାରେ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛନ୍ତି । ଯାହାକୁ ନେଇ ପକ୍ଷୀ ପ୍ରେମୀ ଉତ୍ସାହିତ ଥିବା ବେଳେ ଏମାନଙ୍କର ସୁରକ୍ଷା ପାଇଁ ବି ଦାବି ହୋଇଛି । ଅଧିକ ଖବର ପଢନ୍ତୁ...

By

Published : Jan 31, 2020, 1:31 AM IST

ବଲାଙ୍ଗୀର ଜଳାଶୟ ମାନଙ୍କରେ ବିଦେଶାଗତ ପକ୍ଷୀଙ୍କ ଭିଡ
ବଲାଙ୍ଗୀର ଜଳାଶୟ ମାନଙ୍କରେ ବିଦେଶାଗତ ପକ୍ଷୀଙ୍କ ଭିଡ

ବଲାଙ୍ଗୀର: ଜିଲ୍ଲାର ବିଭିନ୍ନ ଜଳାଶୟରେ ଏବେ ବିପୁଳ ସଂଖ୍ୟାରେ ବିଦେଶୀ ପକ୍ଷୀ ଦେଖିବାକୁ ମିଳିଛନ୍ତି । ଯାହାକୁ ନେଇ ପକ୍ଷୀ ପ୍ରେମୀ ଉତ୍ସାହିତ ଥିବା ବେଳେ ଏମାନଙ୍କର ସୁରକ୍ଷା ପାଇଁ ବି ଦାବି ହୋଇଛି । ବଲାଙ୍ଗୀରର କୃପା ସାଗର, କରଙ୍ଗା କଣ୍ଟା ପୋଖରୀ ଓ କନ୍ଧ ପାଲି ସାଗର ମୁଖ୍ୟ ଅଟେ । ଏହି ସବୁ ଜଳାଶୟରେ ବର୍ତ୍ତମାନ ଭଳିକି ଭଳି ରଙ୍ଗ ବେରଙ୍ଗ ପକ୍ଷୀଙ୍କୁ ଦେଖିବାକୁ ମିଳୁଛି ।

ବଲାଙ୍ଗୀର ଜଳାଶୟ ମାନଙ୍କରେ ବିଦେଶାଗତ ପକ୍ଷୀଙ୍କ ଭିଡ

ଯାହାକୁ ଦେଖିବା ପାଇଁ ସାଧାରଣ ଲୋକଙ୍କ ଭିଡ଼ ଜମୁଥିବା ବେଳେ ପକ୍ଷୀପ୍ରେମୀ ବେଶ୍ ଉତ୍ସାହିତ ହୋଇଛନ୍ତି । ତେବେ ଗତ ଚାରିବର୍ଷରେ ଏଭଳି ପକ୍ଷୀ ଏ ଅଞ୍ଚଳକୁ ଆସୁ ନ ଥିଲେ ହେଲେ ଏବର୍ଷ ଭଲ ବର୍ଷା ଯୋଗୁଁ ସବୁ ଜଳାଶୟରେ ପର୍ଯ୍ୟାପ୍ତ ପାଣି ଥିବା ସହ ପରିବେଶ ଏହି ପକ୍ଷୀ ମାନଙ୍କୁ ବେଶ୍ ସୁହାଇ ଥିବାର ଜଣାପଡିଛି । ସେପଟେ ଏସବୁ ର ଫାଇଦା କିଛି ଅସାଧୁ ଲୋକ ଉଠାଉଛନ୍ତି ଏବଂ ଅବାଧ ଶିକାର ଏମାନଙ୍କ ପାଇଁ ଏବେ ବିପଦ ସାଜିଛି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

ବିଶେଷ କରି ଏହି ଶୀତ ଋତୁରେ ପକ୍ଷୀ ମାନଙ୍କର ସମାବେଶ ହୋଇଥାଏ । ତେବେ ଏଥର ଏହି ସଂଖ୍ୟା ଅଧିକ ଥିବା ବେଳେ ସୁଦୂର ହିମାଳୟ ଅଞ୍ଚଳରୁ ଅଧିକ ପକ୍ଷୀ ଆସିଥିବା କହିଛନ୍ତି ବିଶେଷଜ୍ଞ । ସେହିପରି ସାଇବେରିଆ ଓ ଆମେରିକୀୟ ପ୍ରଜାତିର ମଧ୍ୟ ପକ୍ଷୀ ଏଠାରେ ନଜର ଆସିଥିବାର ଏହି ବିଶେଷଜ୍ଞ ମାନେ ଅନୁଧ୍ୟାନ କରି କହିଛନ୍ତି ।

ଏଠାକାର ଲୋକଙ୍କ କୋଳାହଳ ସତ୍ତ୍ଵେ ଏଠାରେ ପକ୍ଷୀ ମାନେ ନିଜର ବଂଶ ବିସ୍ତାର କରୁଥିବାର ଦେଖାଯାଇଛି । ତେବେ ଅବାଧ ଶିକାରକୁ ନଜରରେ ରଖି ବନ ବିଭାଗ ପଦକ୍ଷେପ ନେବାର ଦାବି ସହ ପକ୍ଷୀ ଗଣନା ଓ ଚିହ୍ନଟ ନିହାତି ଦରକାର ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details