ବଲାଙ୍ଗୀର: ଜିଲ୍ଲାରେ ଲାଠୋର ନିକଟ ବେନ୍ଦେର ଜଙ୍ଗଲରେ ସୋମବାର ମାଓବାଦୀ ଓ ପୋଲିସର ଗୁଳି ବିନିମୟ ଚାଲିଥିବା ସମୟରେ ପୋଲିସର ସର୍ଚ୍ଚ ଅପରେସନରେ ଏକ ମାଓ କ୍ୟାମ୍ପ ଠାବ ହୋଇଛି । ପୋଲିସର ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିବା ଜଣାପଡିଛି ।
ପୋଲିସର ସର୍ଚ୍ଚ ଅପରେସନ ସମୟରେ ଏକ ମାଓ କ୍ୟାମ୍ପକୁ ଠାବ କରାଯାଇଛି । ପୋଲିସ ଗୁଳି ଚାଳନାରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଛନ୍ତି ଏବଂ ସେଠାରେ ମାଓ ବ୍ୟବହୃତ ବିଭିନ୍ନ ସାମଗ୍ରୀ ସହିତ 2ଟି ବନ୍ଧୁକକୁ ପୋଲିସ୍ ଜବତ କରିଛି । ତେବେ ଆଜି ସକାଳୁ ମାଓବାଦୀ ଓ ପୋଲିସ ମଧ୍ୟରେ ଏଠାରେ ଗୁଳି ବିନିମୟ ହୋଇଥିଲା ଏବଂ ଏ ଅଞ୍ଚଳରେ ପୋଲିସର କମ୍ବିଂ ଜାରି ରହିଛି ।