ବଲାଙ୍ଗୀର: ହାତୀ ଦାନ୍ତ(Elephant Tusk Seized) ତସ୍କରି ମାମଲାରେ ଦୁଇ ଜଣ ଗିରଫ । ତଦନ୍ତ କରି ଆଜି(ଗୁରୁବାର) ଏମାନଙ୍କୁ ଗିରଫ କରିଛି ବନ ବିଭାଗ । ବଲାଙ୍ଗୀର ଜିଲ୍ଲା ବାହାରୁ ଏହି ତସ୍କରୀ ଚାଲିଥିବା ଜଣାପଡ଼ିଛି ।
ସୂଚନା ଅନୁସାରେ ଜିଲ୍ଲାରେ STF ଦ୍ବାରା ଗତକାଲି(ବୁଧବାର) ତୁଷୁରା ଥାନା ଅନ୍ତର୍ଗତ ଘୁନା ଗ୍ରାମ ରାସ୍ତାରେ ହାତୀ ଦାନ୍ତ ତସ୍କରି ସମୟରେ ଚଢାଉ କରିଥିଲା । ଏଥିରେ ସମ୍ପୃକ୍ତ ଥିବା ନିମୁଡ ସିଂହା ଗ୍ରାମର 2 ଜଣ ମଧୁ ଭୋଇ ଓ ବିପୁଳ ବାଗଙ୍କୁ ବନ ବିଭାଗ ଗିରଫ କରିବା ସହ 36 ଇଞ୍ଚର 8 କେଜି 9 ଶହ ଗ୍ରାମର ହାତୀ ଦାନ୍ତ ଜବତ କରିଛି । ଏହି ଦାନ୍ତ ଦୁଇ ମାସ ତଳେ କଟା ଯାଇଥିବାର ବନ ବିଭାଗ କହିଛି ।