ଓଡିଶା

odisha

ETV Bharat / state

ଡ୍ୟାମ ମଧ୍ୟରୁ ହାତୀଛୁଆର ମୃତଦେହ ଉଦ୍ଧାର - ହାତୀଛୁଆର ମୃତଦେହ ଉଦ୍ଧାର

ବଲାଙ୍ଗୀର ଜିଲ୍ଲାର ଡୁମେର ଚୁଆଁ ଡ୍ୟାମ ମଧ୍ୟରୁ ଶନିବାର ଏକ ହାତୀଛୁଆର ମୃତଦେହକୁ ଉଦ୍ଧାର କରାଯାଇଛି । ଅଧିକ ପଢନ୍ତୁ...

Elephant calf Dead body recovered from Dam in Balangir
ଡ୍ୟାମ ମଧ୍ୟରୁ ହାତୀଛୁଆର ମୃତଦେହ ଉଦ୍ଧାର

By

Published : Dec 19, 2020, 7:30 PM IST

ବଲାଙ୍ଗୀର: ଜିଲ୍ଲାର କଣ୍ଟାବାଞ୍ଜି ସହର ନିକଟରେ ଥିବା ଡୁମେର ଚୁଆଁ ଡ୍ୟାମ ମଧ୍ୟରୁ ଏକ ହାତୀଛୁଆର ମୃତଦେହ ଉଦ୍ଧାର ହୋଇଛି। କାଦୁଅରେ ଫସି ହାତୀଛୁଆର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ବନବିଭାଗ ତଦନ୍ତ ଜାରି ରଖିଛି ।

ଡ୍ୟାମ ମଧ୍ୟରୁ ହାତୀଛୁଆର ମୃତଦେହ ଉଦ୍ଧାର

ଶୁକ୍ରବାର ରାତ୍ରି ସମୟରେ 29ଟି ହାତୀ କଣ୍ଟାବାଞ୍ଜି ସହର 14 ନମ୍ବର ୱାର୍ଡ ମହାବୀର ରେସିଡେନ୍ସି ପାଖରେ ରହିଥିବା ବେଳେ ସାରା ରାତି ପୋଲିସ, ବନ ବିଭାଗ ଓ ସ୍ଥାନୀୟ ଲୋକମାନେ ହାତୀପଲଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରିଥିଲେ। ତେବେ ଶନିବାର ଅପରାହ୍ନରେ ଏହି ହାତୀପଲ ଜଙ୍ଗଲକୁ ଫେରି ଯାଇଥିବା ବେଳେ ଏହି ଡ୍ୟାମ ମଧ୍ୟରେ ହାତୀଛୁଆର ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକମାନେ ଦେଖି ବନବିଭାଗକୁ ଖବର ଦେଇଥିଲେ।

ସେପଟେ କଣ୍ଟାବାଞ୍ଜି ପୋଲିସ ଓ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ପ୍ରାଥମିକ ତଦନ୍ତରୁ ହାତୀ ଛୁଆଟି କାଦୁଅରେ ଫସି ଯାଇ ମୃତ୍ୟୁ ବରଣ କରିଥିବାର ସନ୍ଦେହ କରାଯାଉଛି। ସେପଟେ ବ୍ୟବଚ୍ଛେଦ ପରେ ସଠିକ ତଥ୍ୟ ମିଳି ପାରିବ ବୋଲି ବନ ବିଭାଗ କହିଛି। ସେହିପରି ମୃତ ହାତୀ ଛୁଆର ବୟସ ତିନି ମାସରୁ ଚାରି ମାସ ହେବ ବୋଲି ବନ ବିଭାଗ କହିଛି। ତେବେ ଜିଲ୍ଲାରେ କ୍ରମାଗତ ହାତୀ ମୃତ୍ୟୁ ଖବର ସାମନାକୁ ଆସୁଥିବାବେଳେ ହାତୀପଲ ବାରମ୍ବାର ସହର ମୁହାଁ ହେଉଥିବା ଚିନ୍ତାର ବିଷୟ ହୋଇଛି ।

ବଲାଙ୍ଗୀରରୁ ଶେଖ୍‌ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details