ବଲାଙ୍ଗୀର: ରାଜ୍ୟରେ ଆଉ କୌଣସିବି ଗାଁ ଅନ୍ଧାରରେ ରହିବନୀ । ସବୁଠି ଜଳିବ ଏଲଇଡି ଲାଇଟ । ଏନେଇ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଆରମ୍ଭ କରିଥିଲେ ଏଲିଡ ଯୋଜନା ଓ ଗ୍ରାମ୍ୟ ଉଜାଲା ଯୋଜନା । କିନ୍ତୁ ଏ ଯୋଜନା କେତେ କାର୍ଯ୍ୟକାରୀ ହୋଇଛି ତାହା ବଲାଙ୍ଗୀର ଜିଲ୍ଲା ମହୀମୁଣ୍ଡା ଗ୍ରାମକୁ ଦେଖିଲେ ବେସ୍ ପରଖି ହେଉଛି । ବିଦ୍ୟୁତ୍ ଆଲୁଅ ଏଠି ଯେମିତି ସାତ ସପନ । ଏହି ଗ୍ରାମର ତିନୋଟି ୱାର୍ଡକୁ ଏଯାଏଁ ବିଦ୍ୟୁତ୍ ସଂଯୋଗ କରଣ ହୋଇ ପାରି ନାହିଁ। ତେବେ ତିନି ବର୍ଷ ତଳେ ଏଠିକାର ସମସ୍ତଙ୍କ ଘରକୁ ବିଦ୍ୟୁତ୍ ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।
ଯେଉଁଥିରେ ବିଦ୍ୟୁତ୍ ଖୁଣ୍ଟ ଲଗା ଯିବ ସହ ସମସ୍ତଙ୍କ ଘରେ ବିଦ୍ୟୁତ୍ ମିଟର ମଧ୍ୟ ଲଗା ଯାଇଛି। ତେବେ ଲୋକଙ୍କୁ ବିଦ୍ୟୁତ୍ ଲାଗିବାର ସପ୍ନ ଦେଖାଇ ପ୍ରତାରଣା କରାଯାଇଥିବାର ଲୋକେ ଅଭିଯୋଗ କରିଛନ୍ତି। ଏବଂ ବିନା ବିଦ୍ୟୁତ୍ ରେ ଏମାନେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ବେଳେ ଛୁଆ ପିଲାଙ୍କ ପାଠପଢା ମଧ୍ୟ ଏଥିରେ ବାଧା ପ୍ରାପ୍ତ ହେଉଛି । ତେବେ ଖରା ଦିନ ଆସିଲେ ଆହୁରି ଅସୁବିଧା ଭୋଗୁ ଥିବାର ମଧ୍ୟ ଅଭିଯୋଗ ହୋଇଛି।