ଓଡିଶା

odisha

ETV Bharat / state

କାହା ପାଇଁ ଏତେ ଯୋଜନା ? ଉଈହୁଙ୍କା ଭଳି ଛୁମ୍ପୁଡିରେ ବିତୁଛି ବୃଦ୍ଧାଙ୍କ ଜୀବନ

ଗରିବ ଅଭାବ ଅନଟନର ଅଭାବନୀୟ ଚିତ୍ର । ପରିଣତ ବୟସରେ ପରିବାର ହାତ ଛାଡିବା ପରେ ଦୁର୍ବିସହ ହୋଇପଡିଛି ବୃଦ୍ଧାଙ୍କ ଜୀବନ । ଉଈହୁଙ୍କା ଭଳି ଦୃଶ୍ୟମାନ ହେଉଥିବା ମାଟି ଘର ସାଜିଛି ତାଙ୍କ ବାସସ୍ଥାନ । ଝୁମ୍ପୁଡି ଘରେ ଜଙ୍ଗଲୀ ଜୀବନ ବିତାଉଛନ୍ତି ଅସହାୟ ବୃଦ୍ଧା । ଦେଖନ୍ତୁ ଏହି ରିପୋର୍ଟ

By

Published : Jun 8, 2022, 4:22 PM IST

ଗରିବ ଅଭାବ ଅନଟନର ଅଭାବନୀୟ ଚିତ୍ର, ଉଇହୁଙ୍କାରେ ବିତୁଛି ବୃଦ୍ଧାଙ୍କ ଜୀବନ
ଗରିବ ଅଭାବ ଅନଟନର ଅଭାବନୀୟ ଚିତ୍ର, ଉଇହୁଙ୍କାରେ ବିତୁଛି ବୃଦ୍ଧାଙ୍କ ଜୀବନ

ବଲାଙ୍ଗୀର: ଗରିବ, ଅଭାବ ଅନଟନର ଅଭାବନୀୟ ଚିତ୍ର । ପରିଣତ ବୟସରେ ପରିବାର ହାତ ଛାଡିବା ପରେ ଦୁର୍ବିସହ ହୋଇପଡିଛି ବୃଦ୍ଧାଙ୍କ ଜୀବନ । ଉଈହୁଙ୍କା ଭଳି ଦୃଶ୍ୟମାନ ହେଉଥିବା ମାଟି ଘର ସାଜିଛି ତାଙ୍କ ବାସସ୍ଥାନ । ଆଉ ନିଜ ହାତରେ ସେ ଏହି ଘର ତିଆରି କରିଛନ୍ତି । ଏହାରି ମଧ୍ୟରେ ଖରା, ବର୍ଷା, ଶୀତ ଦିନ ବିତାଉଛନ୍ତି ଜିଲ୍ଲାର ପାଟଣାଗଡ଼ ବାଲିପଟା ଗ୍ରାମର ବୃଦ୍ଧା ଦମୟନ୍ତୀ ବିଶି ।

ଗରିବ ଅଭାବ ଅନଟନର ଅଭାବନୀୟ ଚିତ୍ର, ଉଇହୁଙ୍କାରେ ବିତୁଛି ବୃଦ୍ଧାଙ୍କ ଜୀବନ

ଦୀର୍ଘ ୮ ବର୍ଷ ହେବ ନିଜ ହାତରେ ତିଆରି ମାଟି ଘରେ ରହି ଆସୁଛନ୍ତି । ତେବେ ସେ ରହି ଆସୁଥିବା ମାଟି ଘରକୁ ଦେଖିଲେ ଏକ ଉଈହୁଙ୍କା ଭଳି ପ୍ରତିତ ହୁଏ । କାରଣ ନିଜ ପରିଣତ ବୟସରେ ସେ ନିଜ ଯଥାସମ୍ଭବ ସାମର୍ଥ୍ୟ ବଳରେ ରହିବା ପାଇଁ ଗାଁ ମଧ୍ୟରେ ମାଟିରେ ଏଭଳି ଘରଟିଏ କରିଛନ୍ତି । ଯାହା ଉଈହୁଙ୍କା ଭଳି ହୋଇଥିବା ବେଳେ ମାତ୍ର ୪ ଫୁଟ ଓସାରିଆ ଏହି ଘରେ ସେ ଅସହାୟ ଅବସ୍ଥାରେ ଦୀର୍ଘ ବର୍ଷ ହେବ ଜୀବନ ବିତାଉଛନ୍ତି । ତେବେ ବୃଦ୍ଧାଙ୍କ ପରିବାର ତାଙ୍କ ଠାରୁ ଦୂରରେ ରହି ଆସୁଥିବା ବେଳେ ସେ ଏକା ଏଠି ରହୁଛନ୍ତି ।

ନିଜ ପେଟ ପାଟଣା ପାଇଁ ଭିକ୍ଷା ବୃତ୍ତି କରନ୍ତି । ତେବେ ଗୋଟିଏ ପକ୍କା ଘର ପାଇଁ ସେ ଦୀର୍ଘ ଦିନରୁ ଆବେଦନ କରି ମଧ୍ୟ ଏଯାଏଁ ତାଙ୍କୁ ଘର ଖଣ୍ଡିଏ ମିଳିନାହିଁ । ଯାହାଫଳରେ ସେ ନିଜେ ନିଜ ବୁଦ୍ଧି ମୁତାବକ ଏଭଳି ଘରେ ରହୁଛନ୍ତି । ଯେଉଁଥିରେ ମଣିଷ ରହିବା କଥା ଚିନ୍ତା କରିବା ମଧ୍ୟ ସମ୍ଭବ ନୁହେଁ । ହେଲେ ଏହି ଅସହାୟ ବୃଦ୍ଧା ଅନ୍ୟ ଉପାୟ ନ ପାଇ ଏଠି ରହୁଛନ୍ତି । ସେପଟେ ଏହି ଅଭାବନୀୟ ପରିସ୍ଥିତି ଓ ଅସହାୟ ବୃଦ୍ଧାଙ୍କ ଉପରେ ସ୍ଥାନୀୟ ବିଡିଓ ଭିନ୍ନ ମତ ରଖିଛନ୍ତି । ତେବେ ବୃଦ୍ଧାଙ୍କୁ ଚାଉଳ ବାର୍ଦ୍ଧକ୍ୟ ଭତ୍ତା ମିଳୁଥିବା ବେଳେ କିଛି ବର୍ଷ ପୂର୍ବରୁ ତାଙ୍କୁ ଘର ଖଣ୍ଡିଏ ପାଇଁ ମଧ୍ୟ ଅନୁଦାନ ଦିଆଯାଇଥିଲା ।

ହେଲେ ବୃଦ୍ଧା ଜଣକ ନିଜେ ପ୍ରତିବାଦ କରି କାମ ବନ୍ଦ କରି ଏଭଳି ଅବସ୍ଥାରେ ଥିବାର ସେ କହିଛନ୍ତି । ସମାନ ଭାବରେ ବୃଦ୍ଧାଙ୍କ ମାନସିକ ସ୍ଥିତି ଠିକ୍ ନ ଥିବା ବେଳେ ଶୀଘ୍ର ତାଙ୍କୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ କହିଛନ୍ତି । ଯଦି ପରିବାର ଲୋକେ ତାଙ୍କୁ ରଖିବା ପାଇଁ ମନା କଲେ ତାଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କରାଯିବ ବୋଲି ବିଡିଓ ପ୍ରତିଶୃତି ଦେଇଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details