ଓଡିଶା

odisha

ETV Bharat / state

ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କଲା ବଡଭାଇ - ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା

ଭାଇ ହେଲା ଭଗାରୀ। କୌଣସି କଥାକୁ ନେଇ ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବଡଭାଇ। ଏ ଘଟଣାରେ ସାନଭାଇର ମୃତ୍ୟୁ ହୋଇ ଥିବାବେଳେ, ଘଟଣା ପରେ ବଡଭାଇ ଫେରାର ହୋଇଯାଇଛି। ପଢନ୍ତୁ ସମ୍ପୂର୍ଣ୍ଣ ଖବର...

Elder brother murdered younger brother
ସାନ ଭାଇକୁ ହତ୍ୟା କଲା ବଡ ଭାଇ

By

Published : Dec 15, 2019, 8:17 PM IST

Updated : Dec 15, 2019, 11:03 PM IST

ବଲାଙ୍ଗୀର: ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସବୁ ସମ୍ପର୍କ ଭୁଲି ହତ୍ୟାକାରୀ ସାଜିଲା ବଡଭାଇ । କୌଣସି କଥାରେ ଉତ୍ତ୍ୟକ୍ତ ହୋଇ ସାନଭାଇକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ବଡଭାଇ। ଏଭଳି ଘଟଣା ଘଟିଛି ବଲାଙ୍ଗୀରର କଣ୍ଟାବାଞ୍ଜି ଥାନା ଅଧିନସ୍ଥ ବେହେରେନ ସିଲେଟ୍ ଗାଁରେ। ମୃତକ ହେଲେ ଦେବରାମ ମାଝି।

ରକ୍ତର ସମ୍ପର୍କରେ ଲାଗିଲା ରକ୍ତର ଛିଟା

ବେହେରେନ ସିଲେଟ୍ ଗାଁରେ ରହୁଥିବା ଶରତ ମାଝି, ନିଜ ସାନଭାଇ ଦେବରାମକୁ ଡାକିଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଏଥିରେ ଶରତ ଉତ୍ତ୍ୟକ୍ତ ହୋଇ ଦେବରାମକୁ ଟାଙ୍ଗିଆରେ ଆକ୍ରମଣ କରିଥିଲେ। ଏ ଘଟଣା ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ଶରତ।

ସେପଟେ ଦେବରାମଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବାବେଳେ ପରିବାର ଲୋକେ ତାଙ୍କୁ କଣ୍ଟାବାଞ୍ଜି ଡାକ୍ତରଖାନା ନେଇଥିଲେ। ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଏ ଘଟଣାର ଖବର ପାଇ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ଏ ମାମଲାର ତଦନ୍ତ ଆରମ୍ଭ କରିଛି । ଏହାସହ ହତ୍ୟାକାରୀ ବଡ ଭାଇକୁ ଧରିବାକୁ ତନାଘନା ଜାରି ରହିଛି।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ

Last Updated : Dec 15, 2019, 11:03 PM IST

ABOUT THE AUTHOR

...view details