ବଲାଙ୍ଗୀର: ଜିଲ୍ଲାରେ ଘୋର ଡାକ୍ତରଙ୍କ ଅଭାବ ଥିବା ବେଳେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇ ଥିବାର ସ୍ୱତନ୍ତ୍ର ରିପୋର୍ଟ ‘ଇଟିଭି ଭାରତ’ ରେ ପ୍ରସାରିତ ହୋଇଥିଲା । ଯାହାକୁ ଭିତ୍ତି କରି ବଲାଙ୍ଗୀର କଂଗ୍ରେସ ଦଳ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ କରିଥିଲା ।
ଖବର ପ୍ରସାରଣ ପରେ ବଲାଙ୍ଗୀରରେ ନିଯୁକ୍ତ ହେଲ 8 ନୂଆ ଡାକ୍ତର - ବଲାଙ୍ଗୀର ଡାକ୍ତର ନିଯୁକ୍ତି
ବଲାଙ୍ଗୀର ଜିଲ୍ଲାରେ ଘୋର ଡାକ୍ତରଙ୍କ ଅଭାବ ଥିବା ବେଳେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ଥ ହୋଇ ଥିବାର ସ୍ୱତନ୍ତ୍ର ରିପୋର୍ଟ ‘ଇଟିଭି ଭାରତ’ ରେ ପ୍ରସାରିତ ହୋଇଥିଲା ।
ଖବର ପ୍ରସାରଣ ପରେ ବଲାଙ୍ଗୀରରେ ନିଯୁକ୍ତି ହେଲ 8 ନୂଆ ଡାକ୍ତର
ତେବେ ଏହାର ପ୍ରଭାବରେ ବଲାଙ୍ଗୀର ଜିଲ୍ଲାକୁ 8 ଜଣ ଡାକ୍ତରଙ୍କ ନିଯୁକ୍ତି ଦେଇଛନ୍ତି ସରକାର। ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପଶ୍ଚିମ ଓଡିଶା ପାଇଁ ମୋଟ 24 ଜଣ ନୂଆ ଡାକ୍ତର ନିଯୁକ୍ତି ଦେଇଥିବା ବେଳେ ବଲାଙ୍ଗୀର ଜିଲ୍ଲା ପାଇଁ ୮ ଜଣ ଡାକ୍ତର ନିଯୁକ୍ତି ଦେଇଛନ୍ତି। ତେବେ ବଲାଙ୍ଗୀର ଜିଲ୍ଲାରେ ଅନୁମୋଦିତ 261 ଡାକ୍ତରଙ୍କ ବଦଳରେ 161 ଜଣ ଡାକ୍ତର ଅଛନ୍ତି। 100 ଡାକ୍ତର ପଦବୀ ଖାଲି ପଡିଥିବା ବେଳେ ସରକାରଙ୍କ ଏହି ପଦକ୍ଷେପକୁ ଲୋକେ ସ୍ୱାଗତ କରିଛନ୍ତି।
ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ୍, ଇଟିଭି ଭାରତ