ଓଡିଶା

odisha

By

Published : Apr 22, 2023, 8:43 PM IST

ETV Bharat / state

ଇଦ ପର୍ବ ହର୍ଷ ଉଲ୍ଲାସରେ ପାଳିତ, ଜିଲ୍ଲା ପ୍ରଶାସନ ବି ସଜାଗ

ବଲାଙ୍ଗୀରରେ ଆଜି ଅତି ହର୍ଷ ଉଲ୍ଲାସରେ ପବିତ୍ର ଇଦ ପର୍ବ ପାଳନ ହୋଇଛି । ଇଦ ପର୍ବ ପାଳନ ଉପଲକ୍ଷେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ ଆଜି ଅତି ହସ ଉଲ୍ଲାସରେ ପବିତ୍ର ଇଦ ପର୍ବ ପାଳିତ
ବଲାଙ୍ଗୀରରେ ଆଜି ଅତି ହସ ଉଲ୍ଲାସରେ ପବିତ୍ର ଇଦ ପର୍ବ ପାଳିତ

ବଲାଙ୍ଗୀରରେ ଆଜି ଅତି ହସ ଉଲ୍ଲାସରେ ପବିତ୍ର ଇଦ ପର୍ବ ପାଳିତ

ବଲାଙ୍ଗୀର: ବଲାଙ୍ଗୀରରେ ଆଜି ଅତି ହର୍ଷ ଉଲ୍ଲାସରେ ପବିତ୍ର ଇଦ ପର୍ବ ପାଳନ ହୋଇଛି । ଏଥିପାଇଁ ସାମୂହିକ ନମାଜ ପାଠ ପଢିବା ସହ ପରସ୍ପରକୁ ଇଦର ଶୁଭେଚ୍ଛା ଦେଇଛନ୍ତି ସବୁ ମୁସଲମାନ ଭାଇଭଉଣୀ । ମୁସଲମାନମାନଙ୍କର ବଡ ପର୍ବ ଇଦଉଲ ଫିତର ଆଜି ସାରା ବିଶ୍ୱରେ ପାଳିତ ହେଉଛି । ଯେଉଁଥିରେ ରମଜାନ ମାସର ଆରମ୍ଭରୁ ଏକ ମାସ ରୋଜା ଉପବାସ ରଖି ଥାଆନ୍ତି ସବୁ ମୁସଲମାନେ ।

ମୁସଲମାନ ଭାଇମାନେ ମସଜିଦରେ ସାମୁହିକ ନମାଜ ପାଠ କରିଥାନ୍ତି । ଏହି ମାସର ରୋଜା ଉପବାସ ପରେ ପବିତ୍ର ଇଦ ଉଲ ଫିତର ପାଳନ କରିଥାନ୍ତି । ରମଜାନ ମାସ ଶେଷ ହେବା ପରେ ତିନି ଦିନ ଧରି ପାଳନ ହେବ ଏହି ପବିତ୍ର ପର୍ବ ଇଦ ବା ଇଦ୍-ଉଲ୍-ଫିତର୍ । ପରମ୍ପରା ମୁତାବକ ଇଦରେ ସମସ୍ତ ପରିବାର ସଦସ୍ୟ ମାନେ ନୂଆ ପିନ୍ଧିବ । ଆଉ ଘରେ ଘରେ ଜମିବ ସୁସ୍ବାଦୁ ଖାଦ୍ୟର ଆସର। ଯାହାକୁ କି ବିଶ୍ବ ବ୍ୟାପୀ ମୁସଲମାନ ସଂପ୍ରଦାୟର ଲୋକେ ବେଶ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି। ତେବେ ଦାନ ଧର୍ମର ଏହି ଫିତର ପର୍ବରେ ଏମାନେ ଗରିବଙ୍କୁ ପିତ୍ରା ବା ଦାନ ଦେଇଥାଆନ୍ତି । ବଲାଙ୍ଗୀରରେ ମଧ୍ୟ ଆଜି ହଜାର ହାଜାର ମୁସିଲମ ଭାଇ ସ୍ଥାନୀୟ ସୁନ୍ନି ସଦର ମସଜିଦରେ ସାମୁହିକ ନମାଜ ପାଠ କରି ଇଦ ଉଲ ଫିତର ପାଳନ କରିଛନ୍ତି ।

ବଲାଙ୍ଗୀର ବାସିନ୍ଦା ଅବଦୁଲ ମୁଜିବ କହିଛନ୍ତି, ବିଶ୍ୱ ଶାନ୍ତି ସହ ସବୁଠି ଭାଇଚାରା ଓ ଏକତା ବଜାୟ ରହୁ । ଗତକାଲି ସନ୍ଧ୍ୟାରେ ଇଦର ଚାନ୍ଦ ବଲାଙ୍ଗୀରରେ ନଜର ଆସିଥିଲା । ଏହା ନଜର ଆସିବା ପରେ ଏଠି ସମସ୍ତେ ମିଳିମିଶି ଇଦ ପାଳନ କରାଯାଉଛି । ସେହିପରି ବଲାଂଗୀର ସୁନ୍ନି ସଦର ମସ୍ଜିଦର ଇମାମ ମହମ୍ମଦ ମୌସୁଦ ଏହି ଅବସରରେ ସମସ୍ତଙ୍କୁ ଇଦର ଶୁଭେଚ୍ଛା ଜଣାଇଛନ୍ତି । ଆଜି ସାମୁହିକ ନମାଜ ପାଠ ସହ ସମସ୍ତେ ମିଳିମିଶି ଇଦ ପାଳନି କରାଯାଉଛି । ଧର୍ମ ବର୍ଣ୍ଣ ନିର୍ବିଶେଷରେରେ ଏହାକୁ ଅତି ହସ ଉଲ୍ଲାସରେ ଏମାନେ ଇଦ ପାଳନ କରୁଥିବାର କହିଛନ୍ତି । ଏହି ଇଦ ପର୍ବ ପାଳନ ଉପଲକ୍ଷେ ଜିଲ୍ଲା ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କିଛି ବି ଅଘଟଣକୁ ରୋକିବା ପାଇଁ ପୋଲିସ ପ୍ରସ୍ତୁତ ରହିଛି ବୋଳି ପୋଲିସ ବିଭାଗ ପକ୍ଷରୁ ସୂଚନା ରହିଛି ।

ଇଟିଭି ଭାରତ, ବଲାଙ୍ଗୀର

For All Latest Updates

ABOUT THE AUTHOR

...view details