ଓଡିଶା

odisha

ETV Bharat / state

ବଲାଙ୍ଗୀରରେ କୋଭିଡ ଟିକାକରଣ ପାଇଁ ଡ୍ରାଏ ରନ ଆରମ୍ଭ - covid-19

କୋରୋନା ଟିକା ପାଇଁ ବଲାଙ୍ଗୀରରେ ଶନିବାରଠୁ ଆରମ୍ଭ ହୋଇଯାଇଛି ଡ୍ରାଏ ରନ । ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଏହି ମକ ଡ୍ରିଲ କରାଯାଇଥିବା ବେଳେ ଏହାକୁ ଉଦ୍ଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି । ଅଧିକ ପଢନ୍ତୁ...

ବଲାଙ୍ଗୀରରେ କୋଭିଡ ଟୀକାକରଣ ପାଇଁ ଡ୍ରାଏ ରନ ଆରମ୍ଭ
ବଲାଙ୍ଗୀରରେ କୋଭିଡ ଟୀକାକରଣ ପାଇଁ ଡ୍ରାଏ ରନ ଆରମ୍ଭ

By

Published : Jan 3, 2021, 7:24 AM IST

ବଲାଙ୍ଗୀର: କୋରୋନା ଟିକା ପାଇଁ ବଲାଙ୍ଗୀରରେ ଆରମ୍ଭ ହୋଇଯାଇଛି ଡ୍ରାଏ ରନ । ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ କୋରୋନା ଟିକାକରଣ ପାଇଁ ଶନିବାର ମକ ଡ୍ରିଲ କରାଯାଇଥିଲା । ତେବେ ଏହାକୁ ଉଦ୍ଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରି । ଏଥିରେ ବିଭିନ୍ନ ପାରାମେଡିକାଲ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ ମକ ଡ୍ରିଲ ମାଧ୍ୟମରେ ଟିକାରଣର ତାଲିମ ଦିଆଯାଇଥିଲା । ୨୫ ଜଣଙ୍କୁ ନେଇ ଏହି ମକ ଡ୍ରିଲ କରାଯାଇଥିବା ବେଳେ ଜିଲ୍ଲାରେ ପାରାମେଡିକାଲ ଷ୍ଟାଫ ଓ ସ୍ବାସ୍ଥ୍ୟକର୍ମୀଙ୍କୁ ମିଶାଇ ୧୭ ହଜାରରୁ ଅଧିକ ଲୋକଙ୍କୁ କୋରୋନା ଟିକା ଦିଆଯିବାକୁ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି ।

ବଲାଙ୍ଗୀରରେ କୋଭିଡ ଟୀକାକରଣ ପାଇଁ ଡ୍ରାଏ ରନ ଆରମ୍ଭ

ତେବେ କିଭଳି ଭାବରେ ଲୋକଙ୍କୁ ଟିକା ପ୍ରଦାନ କରାଯିବ ? ଟିକା ଦେବା ପରେ କେତେ ସମୟ ସେମାନଙ୍କୁ ନିରୀକ୍ଷଣରେ ରଖାଯିବ ? ଯଦି କୌଣସି ନେଗେଟିଭ ଲକ୍ଷଣ ରହେ ତାଙ୍କ ଚିକିତ୍ସା କିଭଳି କରାଯିବ ? ତାକୁ ନେଇ ସମସ୍ତ ପ୍ରକାର ତାଲିମ ଦିଆଯାଇଥିଲା ଡାକ୍ତର ନର୍ସ ଓ ସ୍ବାସ୍ଥ୍ୟ କର୍ମୀଙ୍କୁ । ତେବେ ଏହାକୁ ନେଇ ସ୍ବସ୍ଥ୍ୟକର୍ମୀ ଖୁସ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଯେମିତି ସୁରୁଖୁରୁରେ ଟିକା ଦିଆଯିବ ସେନେଇ ପ୍ରସ୍ତୁତି ଚାଲିଛି ବୋଲି କହିଛନ୍ତି ଏଡିଏମ ।

ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details