ବଲାଙ୍ଗୀର: ମାତାଲ ସ୍ବାମୀ ନିଜ ସ୍ତ୍ରୀକୁ ଏକ କାଠ ଫାଳିଆରେ ପିଟି ପିଟି ନିର୍ମମ ହତ୍ୟା କଲା ପରେ ନିଜେ ବିଷ ପିଇ ଆତ୍ମହତ୍ୟା କଲା ଭଳି ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି । ପାଟଣାଗଡ ଉପଖଣ୍ଡ ଲରମ୍ଭା ଥାନା ଅନ୍ତର୍ଗତ ଖୁଣ୍ଟସମଲାଇ ଗ୍ରାମରେ ଏହି ଘଟଣା ଘଟିଛି । ଏହି ଗ୍ରାମର ଘାଁସି ତଅଁଳା ନାମକ ଜନୈକ ବ୍ୟକ୍ତି ମାତାଲ ଅବସ୍ଥାରେ ଘରକୁ ଆସିଥିଲା । ଘରେ ସ୍ତ୍ରୀ କୁନ୍ତି ତଅଁଳା ଏକା ଥିବା ସମୟରେ ଏକ କାଠଫାଳିଆରେ କୁନ୍ତିଙ୍କ ମୁଣ୍ଡରେ ବାରମ୍ବାର ଆଘାତ କରିଥିଲା । ଫଳରେ, ଘଟଣା ସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା ।
ପରେ ପରିବାର ଲୋକେ ଆସି କୁନ୍ତି ତଳେ ପଡିଥିବା ଦେଖି ଘସିଏନ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରକୁ ତାଙ୍କୁ ନେଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର କହିଥିଲେ । ତେବେ ଗତ ୪-୫ ଦିନ ତଳେ ମଧ୍ୟ କୁନ୍ତିଙ୍କୁ ଘାଁସି ମାଡ ମାରିଥିବାରୁ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା ଏବଂ ସେ ଚିକିତ୍ସତ ହୋଇଥିଲେ । ସେପଟେ ଘଟଣା ପରେ ମଦ୍ୟପ ସ୍ବାମୀ ଘାଁସି ତଅଁଳା ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଲରମ୍ଭା ଥାନାରେ ତାଙ୍କ ପରିବାର ଲୋକେ ଏତଲା ଦେଇଥିଲେ ଏବଂ ପୋଲିସ ହତ୍ୟା ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଥିଲା ।