ଓଡିଶା

odisha

Panchayat Poll Preparation: ଭୋଟ ବେଳେ ବଲାଙ୍ଗୀରର ମାଓ ଇଲାକା ଜଗିବ Drone

By

Published : Feb 14, 2022, 4:51 PM IST

ଆସନ୍ତା ୧୬ ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ । ତେବେ ବଲାଙ୍ଗୀରର ମାଓ ପ୍ରଭାବିତ ଅଞ୍ଚଳରେ ନଜର ରଖିବା ପାଇଁ ଡ୍ରୋନର ବ୍ୟବସ୍ଥା କରିଛି ପ୍ରଶାସନ । ଅଧିକ ପଢନ୍ତୁ

Panchayat Poll Preparation: ବଲାଙ୍ଗୀରରେ ମାଓ ଇଲାକା ଜଗିବ Drone
Panchayat Poll Preparation: ବଲାଙ୍ଗୀରରେ ମାଓ ଇଲାକା ଜଗିବ Drone

ବଲାଙ୍ଗୀର: ଆଉ ଦିନ କେଇଟା ପରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ହେବ। ତେବେ ଏଥିପାଇଁ ବଲାଙ୍ଗୀର ପୋଲିସ ପ୍ରଶାସନ ବ୍ୟାପକ ପଦକ୍ଷେପ ନେଉଛି । ନିର୍ବାଚନକୁ ଶୃଙ୍ଖଳାରେ ଶେଷ କରିବା ସହିତ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳକୁ ନଜରରେ ରଖିବା ପାଇଁ ହୋଇଛି ଡ୍ରୋନର ବ୍ୟବସ୍ଥା । ଏ ନେଇ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ଜଣାପଡ଼ିଛି ।

Panchayat Poll Preparation: ବଲାଙ୍ଗୀରରେ ମାଓ ଇଲାକା ଜଗିବ Drone

ଆସନ୍ତା 16 ତାରିଖରେ ପ୍ରଥମ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ତେବେ ଏଥିପାଇଁ ବଲାଙ୍ଗୀରରେ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ପୋଲିସ ପ୍ରଶାସନ ପକ୍ଷରୁ ସବୁଠି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସେହିପରି ବଲାଙ୍ଗୀର ଜିଲ୍ଲାର ମାଓ ପ୍ରଭାବିତ ଅଞ୍ଚଳରେ ମଧ୍ୟ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ କମ୍ବିଂ ଓ ନାକାବନ୍ଦୀ ପୋଲିସ ଜାରି ରଖିଛି । ସେହିପରି ଭୋଟ ଗ୍ରହଣ ଦିନ ମାଓ ପ୍ରଭାବିତ ଅଞ୍ଚଳରେ ଡ୍ରୋନ ଦ୍ବାରା ସୁରକ୍ଷା ଉପରେ ନଜର ରଖିବା ବ୍ୟବସ୍ଥା କରିଛି ପୋଲିସ ।

ତେବେ ବଲାଙ୍ଗୀରରେ ପ୍ରଥମ ପର୍ଯ୍ୟାୟରେ ପାଟଣାଗଡ଼, ଖପ୍ରାଖୋଲ ଓ ବେଲପଡ଼ା ବ୍ଲକରେ ଭୋଟ ଗ୍ରହଣ ହେବ । ଯେଉଁଥିରେ ମୋଟ 2ଲକ୍ଷ 72 ହଜାର 352 ଜଣ ଭୋଟର ମତ ସାବ୍ୟସ୍ତ କରିବେ । ସେହିପରି ଏହି ୩ଟି ବ୍ଲକରେ ମୋଟ 907ଟି ବୁଥରେ ଭୋଟ ଗ୍ରହଣ ହେବ । ତେବେ ଏହା ମଧ୍ୟରୁ ମାଓ ପ୍ରଭାବିତ ବେଲପଡାରେ 24ଟି ସମ୍ବେଦନଶୀଳ ଓ 19ଟି ଅତି ସମ୍ବେଦନଶୀଳ ବୁଥ ରହିଛି ।

ସମାନ ଭାବରେ ପାଟଣାଗଡ଼ରେ 27ଟି ସମ୍ବେଦନଶୀଳ ଓ 27ଟି ଅତି ସମ୍ବେଦନଶୀଳ ବୁଥ ରହିଛି । ଜିଲ୍ଲାର ଅନ୍ୟ ମାଓ ପ୍ରଭାବିତ ବ୍ଲକ ଖପ୍ରାଖୋଲରେ 23 ଟି ସମ୍ବେଦନଶୀଳ ଓ 17 ଟି ଅତି ସମ୍ବେଦନଶୀଳ ବୁଥ ରହିଛି । ତେବେ ଏହାକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ CRPF, DVF, ରିଜର୍ଭ ପୋଲିସ ଫୋର୍ସ ମୁତୟନ ହେବେ ବୋଲି ବଲାଙ୍ଗୀର SP ସୂଚନା ଦେଇଛନ୍ତି ।

ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details