ବଲାଙ୍ଗୀର:ସହରରେ କ୍ରମଶଃ ବଢିବାରେ ଲାଗିଛି ଜନସଂଖ୍ୟା । ଆଉ ତା ସହ ତାଳଦେଇ ବଢୁଛି କଲକାରଖାନା, ଘର ଓ ବ୍ୟବସାୟିକ ପ୍ରତିଷ୍ଠାନ । ସେହି ଭାବେ ଦୈନିକ ହଜାର ହଜାର ଲିଟର ଦୂଷିତ ପାଣି ମଧ୍ୟ ନିର୍ଗତ ହେଉଛି। ତେବେ ଏହି ଦୂଷିତ ପାଣି ପାଇଁ ବଲାଙ୍ଗୀରରେ ନାଳ ନର୍ଦମା ତ ଅଛି ହେଲେ ବିଶୋଧନ ପାଇଁ ବିଶୋଧନ କେନ୍ଦ୍ର ନାହିଁ। ଫଳରେ ଏହି ସବୁ ପାଣି ସିଧା ସଳଖ ପୋଖରୀ ଓ ପ୍ରାକୃତିକ ନାଳ ତଥା ନଦୀରେ ମିଶି ସ୍ବଚ୍ଛ ପାଣିକୁ ଦୂଷିତ କରୁଛି।
ବଲାଙ୍ଗୀରରେ ପୁରାତନ ସମୟରୁ ବନ୍ୟା ପାଣି ନିଷ୍କାସନ ପାଇଁ ନାଳ ଥିଲା। ସେହି ନାଳରେ ଏବେ ସହରର ନିର୍ଗତ ହେଉଥିବା ଦୂଷିତ ପାଣି ନିଷ୍କାସନର ମାଧ୍ୟମ ପାଳିଟିଛି। ଏହି ସବୁ ନାଳ ସହର ମଧ୍ୟରେ ଥିବା ପ୍ରମୁଖ ଚାରୋଟି ପୋଖରୀ ଓ ଲକ୍ଷ୍ମୀ ଜୋର ନାଳରେ ମିଶୁଛି। ଆଉ ବିଡମ୍ବନାର ବିଷୟ ଯେ, ଲୋକ ଏହି ଲକ୍ଷ୍ମୀଜୋର ନାଳର ପାଣି ଦୈନନ୍ଦିନ କାର୍ଯ୍ୟ ପାଇଁ ବ୍ୟବହାର କରୁଛନ୍ତି। ତେବେ ନାଳ ନର୍ଦମା ପାଣି ବିଶୋଧନ ପାଇଁ କୌଣସି ବ୍ୟବସ୍ଥା ନଥିବାରୁ ସହରର ସମସ୍ତ ପ୍ରାକୃତିକ ଜଳ ଉତ୍ସ ଏବେ ଦୂଷିତ ।
ବଲାଙ୍ଗୀର ସହରରେ ବର୍ତ୍ତମାନ ଜନସଂଖ୍ୟା ଦୃତଗତିରେ ବୃଦ୍ଧି ଲକ୍ଷେକୁ ଛୁଇଁବାକୁ ବସିଲାଣି । ଏପଟେ ସହରର ଜନସଂଖ୍ୟା ବୃଦ୍ଧି ସହ ଭୌଗଳିକ ସ୍ଥିତିରେ ହେଉଛି ପରିବର୍ତ୍ତନ । ସହର ମଧ୍ୟରେ ଶହ ଶହ କିମିର ନାଳ ଥିବା ବେଳେ ସବୁ ନାଳ ସହରର ମୁଖ୍ୟ ଚାରୋଟି ନାଳରେ ଯାଇ ମିସିଥାଏ ଏବଂ ଏହି ଚାରୋଟି ନାଳ ପୋଖରୀ ଓ ଲକ୍ଷ୍ମୀ ଜୋରରେ ଯାଇ ମିଶିଛି ।