ଓଡିଶା

odisha

Royal Family Feud: ବଲାଙ୍ଗୀର ଥାନାରେ ରାଜ ପରିବାର ବୋହୂ ଅଦ୍ରିଜା, ସାମଗ୍ରୀ ନେବାକୁ ଆସି ନିରାଶ

By

Published : Aug 12, 2023, 6:43 PM IST

Updated : Aug 12, 2023, 9:49 PM IST

ଘରୋଇ ହିଂସା ନେଇ ଥାନାରେ ମାମଲା ରୁଜୁ ହେବାର ପ୍ରାୟ 3 ମାସ ପରେ ଆଜି ପ୍ରଥମ ଥର ପାଇଁ ବଲାଙ୍ଗୀର ଆସିଥିଲେ ଅନଙ୍ଗ ଉଦୟଙ୍କ ସାନ ବୋହୂ ତଥା ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂଦେଓ । ନିଜ ବ୍ୟକ୍ତିଗତ ସାମଗ୍ରୀ ନେବାକୁ ବଲାଙ୍ଗୀର ଆସିଥିଲେ । ଅଧିକ ପଢନ୍ତୁ

Etv Bharat
Etv Bharat

ବଲାଙ୍ଗୀର ଥାନାରେ ରାଜ ପରିବାର ବୋହୂ ଅଦ୍ରିଜା, ସାମଗ୍ରୀ ନେବାକୁ ଆସି ନିରାଶ

ବଲାଙ୍ଗୀର: ବଲାଙ୍ଗୀର ଆସି ନିରାଶ ହେଲେ ରାଜା ଘର ବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ । ନିଜ ବ୍ୟକ୍ତିଗତ ସାମଗ୍ରୀ ନେବା ପାଇଁ ଉତ୍ତରାଖଣ୍ଡ ଡେରାଡୁନରୁ ବଲାଙ୍ଗୀର ଆସିଥିଲେ ସୁଦ୍ଧା ରାଜ ପ୍ରସାଦକୁ ଯାଇପାରିନାହାଁନ୍ତି । ଏପରିକି ପୋଲିସ ଆବଶ୍ୟକ ସହଯୋଗ କି ସୁରକ୍ଷା ଦେଉନଥିବା ଅଭିଯୋଗ କରି ଡେରାଡୁନ ଫେରିଯାଇଛନ୍ତି ପୂର୍ବତନ ସଂସଦ ଅନଙ୍ଗ ଉଦୟ ସିଂଦେଓଙ୍କ ସାନ ବୋହୂ ତଥା ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂଦେଓ ।

ଘରୋଇ ହିଂସା ନେଇ ଡେରାଡୁନ ଥାନାରେ ମାମଲା ରୁଜୁ ହେବାର ପ୍ରାୟ 3 ମାସ ପରେ ଆଜି ପ୍ରଥମ ଥର ପାଇଁ ବଲାଙ୍ଗୀର ଆସିଥିଲେ ଅନଙ୍ଗ ଉଦୟଙ୍କ ସାନ ବୋହୂ ତଥା ଅର୍କେଶ ନାରାୟଣ ସିଂଦେଓଙ୍କ ପତ୍ନୀ ଅଦ୍ରିଜା ମଞ୍ଜରୀ ସିଂଦେଓ । ନିଜ ବ୍ୟକ୍ତିଗତ ସାମଗ୍ରୀ ନେବାକୁ ବଲାଙ୍ଗୀର ଆସିଥିଲେ । ରାଜ ପ୍ରସାଦ ଯିବାକୁ ପୋଲିସ ସୁରକ୍ଷା ମାଗିବା ସହିତ ପୋଲିସ ଉପସ୍ଥିତିର ନିଜ ସାମଗ୍ରୀ ନେବାକୁ ଚାହିଁଥିଲେ । ଏଥିପାଇଁ ଲିଖିତ ଆକାରରେ ପୋଲିସର ସହଯୋଗ ଲୋଡିଥିଲେ । ଥାନାରେ 2 ଘଣ୍ଟା ଧରି ବସିବା ସତ୍ବେ ପୋଲିସ କିନ୍ତୁ କୌଣସି ସହଯୋଗ କରିନଥିବା ପ୍ରେସମିଟ କରି ଅଭିଯୋଗ କରିଛନ୍ତି ଅଦ୍ରିଜା । ଏତତ ବ୍ୟତୀତ ରାଜପ୍ରସାଦ ଯାଇଥିଲେ ମଧ୍ୟ ତାଲା ପଡିଥିବାରୁ ଫେରିଆସିଥିଲେ । ଏନେଇ ପୋଲିସର ସହଯୋଗ ଲୋଡିଥିଲେ ମଧ୍ୟ ପୋଲିସ କୌଣସି ସହଯୋଗ କରିନାହିଁ । ଏପଟେ ଅଦ୍ରିଜାଙ୍କ ଅଭିଯୋଗ ପରେ ଆମେ ଏନେଇ ଇଟିଭି ଭାରତ ପକ୍ଷରୁ ଅର୍କେଶଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲୁ କିନ୍ତୁ ତାଙ୍କର ପ୍ରତିକ୍ରିୟା ଆମର ହସ୍ତଗତ ହୋଇପାରି ନାହିଁ ।

ଏହାବି ପଢନ୍ତୁ- Royals feud: ବଲାଙ୍ଗୀର ରାଜପରିବାର ବିରୋଧରେ ଘରୋଇ ହିଂସା ଅଭିଯୋଗ

ଏନେଇ ଅଦ୍ରିଜା ବଲାଙ୍ଗୀର ସ୍ଥିତ ଏକ ହୋଟେଲରେ ପ୍ରେସମିଟ କରି କହିଛନ୍ତି, ‘‘ଆଜି ସେ ବଲାଙ୍ଗୀର ଆସିଛନ୍ତି । ନିଜ ଶାଶୂଘରେ ତଥା ରାଜ ପ୍ରସାଦରେ ଥିବା ନିଜ ସାମଗ୍ରୀ ନେବାକୁ ଆସିଥିଲେ । ଏଥିପାଇଁ ପୋଲିସର ସହଯୋଗ ମାଗିଥିଲେ । କିନ୍ତୁ ପୋଲିସ କୌଣସି ସହଯୋଗ କଲାନାହିଁ । ସେ ରାଜପ୍ୟାଲେସ ଯାଇଥିଲେ ମଧ୍ୟ ପ୍ୟାଲେସରେ ତାଲା ପଡିଥିବାରୁ ଫେରିଆସିଛନ୍ତି । ମତେ ଶାଶୂଘର ପକ୍ଷରୁ ମାନସିକ ଭାବେ ନିର୍ଯ୍ୟାତନା ଦିଆଯାଉଛି । ଯାହାକୁ ନେଇ ଏଠି ରହିବା ସମ୍ଭବ ନହେବାରୁ ଡେରାଡୁନରେ ବାପାଙ୍କ ଘରେ ରହୁଛି । ଆଜି ମୁଁ ମୋ ସାମଗ୍ରୀ ନେବାକୁ ଆସିଥିଲି ।’’ ନିଜ ଶାଶୂଘର ବିରୋଧରେ ଅଭିଯୋଗ କରି ଅଦ୍ରିଜା କହିଛନ୍ତି ଯେ ବିବାହ ପରଠୁ ତାଙ୍କୁ ନିର୍ଯ୍ୟାତନା ଦିଆଯାଉଥିଲା। ଏପରିକି ତାଙ୍କ ନାଁରେ ଅନେକ ମିଛ ମାମଲା ଡେରାଡୁନ ପୋଲିସ ଓ କୋର୍ଟରେ ଦିଆଯାଇଛି । ତାଙ୍କୁ ତାଙ୍କର ଦେଢ ଶ୍ବଶୁର ଶାଶୁ ଓ ସ୍ବାମୀ ନିର୍ଯ୍ୟାତନା ଦେଇଥିବା ବେଳେ ତାଙ୍କୁ ହତ୍ୟା ପାଇଁ ମଧ୍ୟ ଷଡଯନ୍ତ୍ର କରାଯାଇଥିବା ସେ କହିଛନ୍ତି। ମୋ’ ନାଁରେ ମିଥ୍ୟା ମାମଲା ଦେବା ସହ ଅପମାନିତ କରାଯାଇଛି। ମୋ’ ଜୀବନ ପ୍ରତି ବିପଦ ଥିବାରୁ ମୁଁ ପୋଲିସ ସୁରକ୍ଷା ଚାହୁଁଥିଲି । ନିୟମ ଅନୁସାରେ ଆଗକୁ ଯାହା ପଦକ୍ଷେପ ପୋଲିସ ନେବ ମୁଁ ପାଳନ କରିବି ବୋଲି କହିଛନ୍ତି ।

ଏହାବି ପଢନ୍ତୁ- Dowry Case Against Royal Family: ପାଲଟା ଅଭିଯୋଗ ଆଣିଲେ ଅର୍କେଶ, କହିଲେ ପତ୍ନୀଙ୍କ ରହିଛି ହାଇଡିମାଣ୍ଡ

ସେହିପରି ରାଜନୀତି ପ୍ରସଙ୍ଗରେ ଅଦ୍ରିଜା କହିଛନ୍ତି ଯେ ବଲାଙ୍ଗୀର ବୋହୂ ହୋଇ ଆସିବା ପରେ ତାଙ୍କ ସ୍ବୀମୀ ଅର୍କେଶଙ୍କ ପାଇଁ ଦିନ ରାତି ଏକ କରି ନିର୍ବାଚନ ପ୍ରଚାର କରିଥିଲେ। ଗତ ପଞ୍ଚାୟତ ଓ ପୌରପାଳିକା ନିର୍ବାଚନରେ ମଧ୍ୟ ସେ କାମ କରିଥିଲେ। ବଲାଙ୍ଗୀର ଲୋକଙ୍କ ସହ ସେ ଜଡିତ ଥିଲେ। ହେଲେ ଏବେ ପରିସ୍ଥିତି ଏମିତି ଆସିଛି ଯେ ତାଙ୍କୁ ରାଜା ପରିବାର ଦୂରେଇ ଦେଇଛନ୍ତି । ତାଙ୍କ ନାରେ ଅନେକ ମିଛ ମାମଲା ଦାଏର କରିଛନ୍ତି । ସେ ନିଜ ଅଧିକାର ପାଇଁ ଲଢ଼ୁଛନ୍ତି। ଏଥିରେ ତାଙ୍କର କୌଣସି ରାଜନୈତିକ ଅଭିପ୍ରାୟ ନାହିଁ ବୋଲି କହିଛନ୍ତି ।

ଅନ୍ୟପଟେ ଅଦ୍ରିଜାଙ୍କ ଅଭିଯୋଗକୁ ନେଇ ବଲାଙ୍ଗୀର ଏସଡିପିଓ ତୁଫାନ ବାଗ କହିଛନ୍ତି, ‘‘ତାଙ୍କ ପକ୍ଷରୁ ଦାଏର ଏକ ମାମଲା ଉତ୍ତରଖଣ୍ଡ ପୋଲିସରେ ରୁଜୁ ହୋଇଛି। ନିୟମ ଅନୁସାରେ ସେଠିକାର ପୋଲିସ ସାମଗ୍ରୀ ନେବା ହେଉ କିମ୍ବା ଅନ୍ୟ କୌଣସି ତଦନ୍ତ ସମ୍ପର୍କୀୟ ସୂଚନା ତାଙ୍କୁ ଏଯାଏଁ ଜଣାଇ ନାହିଁ । ସେହିପରି ମାମଲା ସେଠି ରୁଜୁ ହୋଇଥିବାରୁ ବିନା ସେଠିକାର ପୋଲିସର ଅନୁମତିରେ ଏଠିକାର ପୋଲିସ କାହା ଘରକୁ ଯାଇ ସାମଗ୍ରୀ ନେବାରେ ସହଯୋଗ କରିପାରିବ ନାହିଁ ।’’ ସେହିପରି ସୁରକ୍ଷା ପ୍ରସଙ୍ଗରେ ଏସଡିପିଓ କହିଛନ୍ତି ପୋଲିସ ସୁରକ୍ଷା ଦେଇପାରିବ । ଏଥିରେ କୌଣସି ଅସୁବିଧା ନାହିଁ କି ଅବହେଳା ହେବନାହିଁ ।

ଏହାବି ପଢନ୍ତୁ- Balangir Royal Family Dispute: ଅଦ୍ରିଜା ଓ ପରିବାର ବିରୋଧରେ ଲାଗିଲା SC-ST ଆକ୍ଟ

ସୂଚନାଯୋଗ୍ୟ ଯେ ଗତ ମେ 16 ରେ ପୂର୍ବତନ ପ୍ରଧାନମନ୍ତ୍ରୀ ବିଶ୍ବନାଥ ପ୍ରତାପ ସିଂଙ୍କ ନାତୁଣୀ ତଥା ଅନଙ୍ଗ ଉଦୟ ସିଂଦେଓଙ୍କ ସାନବୋହୂ ଅଦ୍ରିଜା ମଞ୍ଜରୀ ସିଂଦେଓ ନିଜ ସ୍ବାମୀ ଅର୍କେଶ ନାରାୟଣ ସିଂଦେଓ, ଶ୍ବଶୂର ଅନଙ୍ଗ ଉଦୟ ସିଂଦେଓ, ଦେଢଶୂର କଳିକେଶ ନାରାୟଣ ସିଂଦେଓଙ୍କ ସମେତ ଶାଶୂ ଦେଢଶାଶୂଙ୍କ ନାରେ ଉତ୍ତରାଖଣ୍ଡ ଡେରାଡୁନ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଡେରାଡୁନ ଡିଜିପି ମାମଲାର ତଦନ୍ତ ପାଇଁ ମାମଲା ଡେରାଡୁନ ଏସଏସପିଙ୍କୁ ଦେଇଥିଲେ । ଅଦ୍ରିଜାଙ୍କ ଅଭିଯୋଗ ଅନୁସାରେ ଗତ ୨୦୧୭ ନଭେମ୍ବର ୨୩ ତାରିଖରେ ସେ ବଲାଙ୍ଗୀର (ଓଡିଶା) ରାଜପରିବାରର ରାଜକୁମାର ଅର୍କେଶଙ୍କୁ ବିବାହ କରିଥିଲେ । ବିବାହ ପରେ ଉଭୟ ଡେରାଡୁନ ଥାନା ଅଧୀନ ରାଜୁପର ସ୍ଥିତ ଏକ ବଙ୍ଗଳାରେ ରହୁଥିଲେ । ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ବିବାଦ ଉପୁଜିଥିଲା । ଏପରିକି ଏହି ବିବାଦ ଶେଷରେ ଘରୋଇ ହିଂସାରେ ପରିଣତ ହୋଇଥିଲା । ମାମଲାର ତଦନ୍ତ ଡେରାଡୁନ ପୋଲିସ କରୁଛି ।

ଇଟିଭି ଭାରତ, ବଲାଙ୍ଗୀର

Last Updated : Aug 12, 2023, 9:49 PM IST

ABOUT THE AUTHOR

...view details