ଓଡିଶା

odisha

ETV Bharat / state

ମମିତା ନ୍ୟାୟ ପଲିଟିକ୍ସ: ମୁହଁ ଖୋଲିଲେ ବାପା, ଝିଅର ଚରିତ୍ର ଉପରେ ଅଙ୍ଗୁଠି ଉଠାନଯାଉ

ମମିତା ମେହେର ହତ୍ୟା ଘଟଣା । ଝିଅର ଚରିତ୍ର ଉପରେ ଆଙ୍ଗୁଠି ନ ଉଠାଇବାକୁ ନିବେଦନ କଲେ ମମିତାଙ୍କ ବାପା । ଏହାକୁ ନେଇ ରାଜନୀତି ନକରିବାରୁ କଲେ ଅନୁରୋଧ । ଅଧିକ ପଢନ୍ତୁ...

ମମିତା ହତ୍ୟାକାଣ୍ଡ ଘଟଣା:  ପରିବାର ଲୋକଙ୍କ ଭିଡିଓ ଭାଇରାଲ
ମମିତା ହତ୍ୟାକାଣ୍ଡ ଘଟଣା: ପରିବାର ଲୋକଙ୍କ ଭିଡିଓ ଭାଇରାଲ

By

Published : Nov 8, 2021, 10:09 AM IST

Updated : Nov 8, 2021, 10:25 AM IST

ବଲାଙ୍ଗୀର:ମମିତା ମେହେର ହତ୍ୟା ଘଟଣାକୁ ନେଇ ସାରା ରାଜ୍ୟରେ ଶୁଭୁଛି ପ୍ରତିବାଦର ସ୍ବର । ଏହାରି ମଧ୍ୟରେ ମମିତାଙ୍କ ପରିବାର ତରଫରୁ ଏକ ଭିଡିଓ ଜାରି ହୋଇଛି । ଯେଉଁଥିରେ ମମିତାଙ୍କ ବାପା ସୁଚନ୍ଦ୍ର ମେହେର କହିଛନ୍ତି ଯେ, ମୋ ଝିଅ ମମିତା ବହୁତ ଭଲ, ସେ ହତ୍ୟାକାରୀ ଗୋବିନ୍ଦ ସାହୁ ସାଙ୍ଗରେ କେବେ ବି ରାୟପୁର ଯାଇନଥିଲା । ଏହାକୁ ନେଇ ମୋ ଝିଅର ଚରିତ୍ର ଉପରେ ଆଙ୍ଗୁଠି ନଉଠାଇବାକୁ ସେ ନିବେଦନ କରିଛନ୍ତି ।

ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ମମିତା ହତ୍ୟାକାଣ୍ଡକୁ ନେଇ ରାଜନୀତି କରାଯାଉଛି । ଏହାକୁ ବନ୍ଦ କରିବାକୁ ମୁଁ ରାଜନୈତିକ ଦଳ ଓ ମିଡିଆକୁ ମଧ୍ୟ ଅନୁରୋଧ କରୁଛି । ଏହି ଘଟଣାରେ ମୋ ପରିବାରରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନ୍ୟାୟ ଦେବେ ବୋଲି ସମ୍ପୂର୍ଣ୍ଣ ଭରସା ଅଛି । ତେବେ ଏହି ହତ୍ୟାକାଣ୍ଡର ତଦନ୍ତ ବିଷୟରେ ଜାଣିବା ପାଇଁ ମୁଁ ପୋଲିସ ନିକଟକୁ ଯାଇଥିଲି, ପୋଲିସ ତଦନ୍ତରେ ଆମେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛୁ ବୋଲି କହିଛନ୍ତି ମମିତାଙ୍କ ବାପା ।

ସମାନ ଭାବରେ ମମିତାଙ୍କ ବଡବାପା କୌଶିକ ମେହେର ମଧ୍ୟ ମିଡ଼ିଆକୁ ନିବେଦନ କରି ଆମେ ପୋଲିସ ତଦନ୍ତରେ ସନ୍ତୁଷ୍ଟ ଅଛୁ ଓ ମମିତାର ଚରିତ୍ର ଉପରେ ସଂହାର ନକରିବାକୁ ସେ କହିଛନ୍ତି । ଏଥି ସହ ଦୋଷୀକୁ ଫାଶି ଦଣ୍ଡରେ ଦଣ୍ଡିତ କରିବାକୁ ସେ ନିବେଦନ କରିଛନ୍ତି ।

ସେପଟେ ଏହି ଘଟଣାରେ ଆଜି ଯାଏଁ ଚୁପ୍ ଥିବା ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନୀ ସାହୁ ଏହି ଭିଡିଓକୁ ଟ୍ବିଟ କରି ଘଟଣାକୁ ନେଇ ବିଜେପି ରାଜନୀତି କରୁଥିବାର କହିଛନ୍ତି । ଅନ୍ୟପଟେ ଏହାର ଜବାବରେ ବଲାଙ୍ଗୀର ସାଂସଦ ସଂଗୀତା ସିଂହ ଦେଓ ଓଲଟା ମନ୍ତ୍ରୀଙ୍କ ଜିଲ୍ଲାର ଏହି ଘଟଣା ହୋଇଥିବା ବେଳେ ଏଯାଏଁ ମନ୍ତ୍ରୀ ତାଙ୍କ ପାଖକୁ କାହିଁକି ଗଲେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ବଲାଙ୍ଗୀରରୁ ଶେଖ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ

Last Updated : Nov 8, 2021, 10:25 AM IST

ABOUT THE AUTHOR

...view details