ବଲାଙ୍ଗୀର:କୋରୋନା ସମୟରେ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସହ ସେମାନଙ୍କ ମନବଳ ବୃଦ୍ଧି କରିବାରେ ଡାକ୍ତର ତୁଲାଉଛନ୍ତି ଗୁରୁତ୍ବପୂର୍ଣ୍ଣ ଭୂମିକା । କେତେବେଳେ ସେମାନଙ୍କ ସହ ଗୀତ ଗାଉଛନ୍ତି ତ କେତେବେଳେ ତାଙ୍କୁ ନାଚ ଦେଖାଇ ଖୁସି କରାଉଛନ୍ତି । ସେମିତି ଏକ ଘଟଣା ପୁଣି ନଜର ଆସିଛି । ଏଥର କିନ୍ତୁ ନାଚଗୀତ ନୁହେଁ ଜଣେ 93 ବର୍ଷୀୟ ରୋଗୀଙ୍କ ଜନ୍ମଦିନ ପାଳି ତାଙ୍କ ମୁହଁରେ ହସ ଫୁଟାଇଛନ୍ତି ଡାକ୍ତର ।
ବଲାଙ୍ଗୀର ଜିଲ୍ଲା KIMS ହସ୍ପିଟାଲ ଆଇସିୟୁରେ କୋଭିଡରେ ଆକ୍ରାନ୍ତ ହୋଇ କିଛିଦିନ ତଳେ ଭର୍ତ୍ତି ହୋଇଥିଲେ ଏସଏଚ ମିଶ୍ର ନାମକ 93 ବର୍ଷୀୟ ବ୍ୟକ୍ତି । ତେବେ ଗୁରୁବାର ତାଙ୍କ ଜନ୍ମଦିନ ଥିବାରୁ ତାଙ୍କ ପାଇଁ କେକ୍ ଆଣିବା ସହ ICU ରେ ତାଙ୍କ ଜନ୍ମଦିନ ପାଳନ କରିଥିଲେ ଡ୍ୟୁଟିରେ ଥିବା ଡାକ୍ତର । ଯାହାଦ୍ବାରା କୋରୋନାରେ ଆକ୍ରନ୍ତ ବୃଦ୍ଧ ବ୍ୟକ୍ତିଙ୍କ ମୁହଁରେ ଖେଳିଯାଇଥିଲା ଆନନ୍ଦର ଧାରେ ସ୍ମିତହାସ୍ୟ ।