ବଲାଙ୍ଗୀର:ଗୁଣି ଗାରେଡି ସନ୍ଦେହରେ ୧୩ ପରିବାରକୁ ବାସନ୍ଦ ଘଟଣା । ଏହି ଘଟଣାକୁ ମାସେ ବିତିବାକୁ ଥିବା ବେଲେ ପୀଡିତ ପରିବାର ଏବେ ଅସହାୟ ଅବସ୍ଥାରେ ରହିଛନ୍ତି । ଏବଂ ନ୍ୟାୟ ପାଇଁ ସବୁଠି ଦ୍ବାରସ୍ତ ହୋଇ ନିରାଶ ହୋଇଛନ୍ତି । ସେପଟେ ଏନେଇ ନ୍ୟାୟ ଦାବିରେ ଜିଲ୍ଲା ଯୁବ କନ୍ଧ ସମାଜ ରାଜରାସ୍ତାକୁ ଓହ୍ଲାଇଥିଲେ ।
ବଲାଙ୍ଗୀରରେ ଶତାଧିକ ମହିଳା ପୁରୁଷ ଶସସ୍ତ୍ର ଶୋଭାଯାତ୍ରା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ତେବେ ପୀଡିତ ପରିବାରକୁ ନ୍ୟାୟ ସହିତ ଅଭିଯୁକ୍ତମାନଙ୍କୁ ଖୁବଶିଘ୍ର ଗିରଫ କରିବାକୁ ଦାବି କରିଥିଲେ । ଏବଂ ଦାବି ପୂରଣ ନ ହେଲେ ଏମାନେ ସାରା ରାଜ୍ୟରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।