ବଲାଙ୍ଗୀର: ଜିଲ୍ଲାରେ ଜିଲ୍ଲାସ୍ତରୀୟ କୃଷି ଓ କୃଷି ଯନ୍ତ୍ରପାତି ମେଳା ଆରମ୍ଭ ହୋଇଛି । ସରକାରୀ ଓ ବେସରକାରୀ ଶତାଧିକ କମ୍ପାନୀ ଏହି ମେଳାରେ ସାମିଲ ହୋଇଛନ୍ତି । ଅତ୍ୟାଧୁନିକ କୃଷି ଉପକରଣ ଓ ଯନ୍ତ୍ରାଂଶ ଏହି ମେଳାରେ ପ୍ରଦର୍ଶିତ ହୋଇଛି । ଏହା ସହିତ ଏହି କୃଷି ମେଳାରେ ହଜାର ହଜାର ଚାଷୀ ମଧ୍ୟ ସାମିଲ ହୋଇଛନ୍ତି । ଫେବୃଆରୀ 3 ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା 6 ତାରିଖ ପର୍ଯ୍ୟନ୍ତ ଚାଲିବ ।
ଜିଲ୍ଲାରେ ପ୍ରଥମ କରି ଜିଲ୍ଲା କୃଷି ଓ କୃଷି ଯନ୍ତ୍ରାଂଶ ଆରମ୍ଭ ଚାଲିଛି । ସ୍ଥାନୀୟ କୋଶଳ କଳା ମଣ୍ଡଳରେ ଏହି ମେଳା ଆୟୋଜିତ ହେଉଛି । ରାଜ୍ୟ ସରକାରଙ୍କ କୃଷି ଓ କୃଷି ସଶକ୍ତି କରଣ ବିଭାଗ ତଥା ଜିଲ୍ଲା କୃଷି ବିଭାଗ ମିଳିତ ଉଦ୍ୟମରେ ଏହା ଆୟୋଜିତ ହୋଇଛି । ଯେଉଁଥିରେ ଦେଶ ତଥା ରାଜ୍ୟର 60ରୁ ଊର୍ଦ୍ଧ୍ବ ସରକାରୀ ଓ ବେସରକାରୀ କମ୍ପାନୀ ସାମିଲ ହୋଇଛନ୍ତି । ଉନ୍ନତ ଆଧୁନିକ ଚାଷ ଉପକରଣ ସହିତ ଯନ୍ତ୍ରପାତି ସବୁ ପ୍ରଦର୍ଶିତ ହେଉଛି । ସେହିପରି ଉନ୍ନତ ଓ ଆଧୁନିକ ଚାଷ ପ୍ରଣାଳୀ ସହିତ ନୂତନ କିସମର ସଫଳ ପ୍ରଜାତିର ମଞ୍ଜି ଇତ୍ୟାଦି ମଧ୍ୟ ଏଠି ଏମାନେ ପ୍ରଦର୍ଶିତ ହୋଇଛି । ଯାହା ପାଇଁ ଜିଲ୍ଲାର ହଜାର ହଜାର ଚାଷୀ ଏଥିରେ ସାମିଲ ହୋଇ ଚାଷର ଆଧୁନିକ ସଫଳ ଜ୍ଞାନ କୌଶଳ ଶିକ୍ଷା କରିବା ସହ ଯନ୍ତ୍ରପାତି ରିହାତି ଦରରେ କିଣିବାର ସୁଯୋଗ ପାଇଛନ୍ତି ।
ସେହିପରି ରାଜ୍ୟର ବରିଷ୍ଠ କୃଷି ଅଧିକାରୀ, କୃଷି ବୈଜ୍ଞାନିକ, ସଫଳ ଚାଷୀମାନଙ୍କ ପାଇଁ ପାଠଶାଳାର ମଧ୍ୟ ଆୟୋଜନ ହୋଇଛି । ଏଥିରେ ଜିଲ୍ଲାର ଚାଷୀ ବହୁ ମାତ୍ରାରେ ସାମିଲ ହୋଇ ଏସବୁ ଜାଣିବା ସହ କିଣିବାର ସୁଯୋଗ ପାଇଛନ୍ତି । ସେହିପରି ଏଠି ବିଭିନ୍ନ କମ୍ପାନୀ ତାଙ୍କର ଆଧୁନିକ ଚାଷ ଯନ୍ତ୍ରପାତି ସିଧାସଳଖ ଚାଷୀଙ୍କୁ ବିକିବାର ସୁଯୋଗ ପାଇଛନ୍ତି । ଯେଉଁଥିରେ ଟ୍ରାକ୍ଟର, ପାୱାର ଟ୍ରଲର, ମିନି ଟ୍ରାକ୍ଟର, ପାଣି ପମ୍ପ, ଧାନ ପ୍ରୋସେସିଂ ମେସିନ, ଗ୍ରେଡିଂ ମେସିନ, ଡ୍ରନ, ଆଧୁନିକ ଓ ଅଧିକ ଅମଳ ହେଉଥିବା ଧାନ, ମିଲେଟ, ଇତ୍ୟାଦି ଚାଷୀ ଦେଖିବା ପରଖିବା ଓ କିଣିବାର ସୁଯୋଗ ପାଇଛନ୍ତି । ତେବେ ଏଥିରେ ସାମିଲ ହୋଇଥିବା ଅନ୍ତରାଷ୍ଟ୍ରୀୟ ଧାନ ଗବେଷଣା କେନ୍ଦ୍ର ଫିଲିପାଇନ୍ସ ମଧ୍ୟ ଆଧୁନିକ ଅଧିକ ଅମଳ ବିଶିଷ୍ଟ ବିହନ ପ୍ରଦର୍ଶିତ କରିଛି ।