ଓଡିଶା

odisha

ETV Bharat / state

ବଲାଙ୍ଗୀରରେ ମୁକିଳା ପଡିଛି ପାୱାର ଟ୍ରାନ୍ସଫର୍ମର, ଅଘଟଣ ପୂର୍ବରୁ ସମାଧାନ କରିବାକୁ ଦାବି - power house

ବଲାଙ୍ଗୀରରେ କେମିତି ରହିଛି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା ? ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର । ଅଘଟଣ ପୂର୍ବରୁ ସମାଧାନ କରିବାକୁ ଦାବି । ଅଧିକ ପଢ଼ନ୍ତୁ

ବଲାଙ୍ଗୀରରେ କେମିତି ରହିଛି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା , ନଜର ପକାନ୍ତୁ ଏହି ରିପୋର୍ଟ ଉପରେ
ବଲାଙ୍ଗୀରରେ କେମିତି ରହିଛି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା , ନଜର ପକାନ୍ତୁ ଏହି ରିପୋର୍ଟ ଉପରେ

By

Published : Jul 28, 2023, 8:11 PM IST

ବଲାଙ୍ଗୀରରେ କେମିତି ରହିଛି ବିଦ୍ୟୁତ ଯୋଗାଣ ବ୍ୟବସ୍ଥା , ନଜର ପକାନ୍ତୁ ଏହି ରିପୋର୍ଟ ଉପରେ

ବଲାଙ୍ଗୀର: ଜିଲ୍ଲା ହୀରାକୁଦ ବୁର୍ଲା ପାୱାର ହାଉସଠାରୁ ପାଖରେ ଥିବା ଜିଲ୍ଲା ଅଟେ । ଏହି ଜିଲ୍ଲା ବିଦ୍ୟୁତ ଜଙ୍କ୍‌ସନ୍‌ ଜିଲ୍ଲା ଭାବରେ ମଧ୍ୟ କାମ କରୁଛି । ବଲାଙ୍ଗୀର ସେଣ୍ଟ୍ରାଲ ଗ୍ରୀଡ୍‌ରୁ ଅନ୍ୟ ଜିଲ୍ଲା ସହିତ ରାଜ୍ୟ ବାହାରକୁ ମଧ୍ୟ ବିଦ୍ୟୁତ ବିତରଣ ହୋଇ ଆସୁଛି । ଓପିଟିସିଏଲ ମୁଖ୍ୟ ଗ୍ରୀଡ଼ରୁ ନୂଆପଡା, କଳାହାଣ୍ଡି, ସୋନପୁର, ବୌଦ୍ଧ ଭଳି ଜିଲ୍ଲାକୁ ବିଦ୍ୟୁତ ବିତରଣ ହୋଇଥାଏ । ହେଲେ ବଲାଙ୍ଗୀର ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାର ବିପଦଜନକ ଅବସ୍ଥାରେ ରହିଥିବା ଅଭିଯୋଗ ହୋଇଛି । ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ଏହି ସବୁ ଟ୍ରାନ୍ସଫର୍ମର ଅନେକ ସ୍ଥାନରେ ମୁକୁଳା ଓ ଅତି ବିପଦଜନକ ଅବସ୍ଥାରେ ରହିଛି । ଅନେକ ସମୟରେ ଲୋକ ତଥା ପଶୁ ଏହାର ସଂସ୍ପର୍ଶରେ ଆସି ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ କରିଛନ୍ତି ବୁଦ୍ଧିଜୀବୀ ଓ ସମାଜସେବୀ ।

ବଲାଙ୍ଗୀରବାସୀ ତଥା ବୁଦ୍ଧିଜୀବୀ ପୂର୍ଣ୍ଣ ପଣ୍ଡା କହିଛନ୍ତି, "ଜିଲ୍ଲାରେ ସବୁଠୁ ବେଶି ଅବ୍ୟବସ୍ଥା ବିଦ୍ୟୁତ ବିଭାଗରେ ହିଁ ରହିଛି । ବାରମ୍ବାର ସରକାର ବିଭିନ୍ନ ଘରୋଇ କମ୍ପାନୀମାନଙ୍କ ହାତରେ ବିଭାଗକୁ ଟେକି ଦେବା ଦ୍ୱାରା ଘୋର ଅବହେଳା ମଧ୍ୟ ହେଉଛି । ଅନେକ ସ୍ଥାନରେ ମୁକୁଳା ଟ୍ରାନ୍ସଫର୍ମର ସହିତ ତଳfଆ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଅନେକ ଧନ ଜୀବନ ନଷ୍ଟ ହେଉଛି । ସେହିପରି ବଲାଙ୍ଗୀରର ପର୍ଯ୍ୟଟନସ୍ଥଳୀମାନଙ୍କରେ ମଧ୍ୟ ଅବସ୍ଥା ସମାନ ରହିଛି । ତେଣୁ ବିଭାଗ ଏହା ପ୍ରତି ସାବଧାନ ହୋଇ ପଦକ୍ଷେପ ନେବା ଜରୁରୀ ହୋଇଛି ପଡ଼ିଛି । ନହେଲେ ବଡ଼ ଅଘଟଣକୁ ଏଡାଇ ଦିଆଯାଇ ପାରିବ ନାହିଁ ।"


ସେହିପରି ବଲାଙ୍ଗୀରର ଜଣେ ଯୁବ ସମାଜ ସେବୀ ସନ୍ତୋଷ ପଟ୍ଟନାୟକ କହିଛନ୍ତି,"ବିଦ୍ୟୁତ ବିଭାଗ ଟାଟା ପାୱାର ନେବା ଦିନଠୁ ସାରା ଓଡ଼ିଶାର ଲୋକେ ଦୁଃଖ ଭୋଗୁଛନ୍ତି । ବିଲ୍‌ ଟଙ୍କା ଅଦାୟରେ କମ୍ପାନୀ ଆଗରେ ଥିବାବେଳେ ରକ୍ଷଣାବେକ୍ଷଣରେ ନିଘା ନାହିଁ ।"

ସେପଟେ ଟାଟା ପାୱାର କାର୍ଯ୍ୟ ନିର୍ବାହି ଯନ୍ତ୍ରୀ ସୁବ୍ରତ କୁମାର ସେଠ୍‌ କହିଛନ୍ତି, "ଜିଲ୍ଲାରେ ବିଦ୍ୟୁତ ସୁରକ୍ଷିତ ଭାବରେ ଯୋଗାଣ ବିତରଣ ପାଇଁ ସେମାନେ ଦିନ ରାତି କାମ କରୁଛନ୍ତି । ସେହିପରି ସବୁ ପର୍ଯ୍ୟଟନସ୍ଥଳୀ ଓ ମନ୍ଦିରମାନଙ୍କରେ ଥିବା ବ୍ୟବସ୍ଥାକୁ ନିୟମିତ ଯାଞ୍ଚ କରାଯାଉଛି । ବର୍ତ୍ତମାନ ବର୍ଷାମାସ ଥିବାବେଳେ କୌଣସି ସ୍ଥାନରେ ବିଭ୍ରାଟ ଦେଖାଗଲେ ସେମାନେ ତୁରନ୍ତ ପଦକ୍ଷେପ ନେଉଛନ୍ତି । ସେହିପରି ଲୋକଙ୍କୁ ମଧ୍ୟ ବିଭିନ୍ନ ପୋଷ୍ଟର ବ୍ୟାନର ସହ ଗାଁ ଗାଁରେ ବୈଠକ କରି ସଚେତନ କରାଯାଉଛି ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details