ଓଡିଶା

odisha

ETV Bharat / state

କୃଷ୍ଣାର ଚିକିତ୍ସାରେ ଅର୍ଥ ବାଧକ, ସରକାରୀ ସହାୟତା ସାତ ସପନ - କୃଷ୍ଣା ଜନ୍ମରୁ ଭିନ୍ନକ୍ଷମ

ଭିନ୍ନକ୍ଷମ ନାବାଳକ କୃଷ୍ଣାଙ୍କୁ ମିଳିପାରିନି ସରକାରୀ ସହାୟତା । ଭିନ୍ନକ୍ଷମ ଭତ୍ତାରୁ ବଞ୍ଚିତ ବଲାଙ୍ଗୀରର ମନୋଜ କୁମାରଙ୍କ ପୁଅ କୃଷ୍ଣା । ଅଭାବୀ ପରିବାରକୁ ସରକାରୀ ସହାୟତା ପାଇଁ ନିବେଦନ । ଅଧିକ ପଢନ୍ତୁ

disability minor boy deprived of government scheme
disability minor boy deprived of government scheme

By

Published : Mar 6, 2023, 5:15 PM IST

disability minor boy deprived of government scheme

ବଲାଙ୍ଗୀର:ଜିଲ୍ଲାର 10 ନମ୍ବର ୱାର୍ଡ ଗେଟ ସରୋବର ବନ୍ଦପଡାରେ ରୁହନ୍ତି ମନୋଜ କୁମାର। ପରିବାର କହିଲେ 8 ବର୍ଷର ପୁଅ କୃଷ୍ଣା ଓ ଚାରି ବର୍ଷର ଶିଶୁକନ୍ୟା। ଅଭାବ ଅନଟନରେ ବିତୁଛି ମନୋଜଙ୍କ ସହ ତାଙ୍କ ଦୁଇ ପିଲାଙ୍କ ଜୀବନ। କୃଷ୍ଣା ଜନ୍ମରୁ ଭିନ୍ନକ୍ଷମ ହୋଇଥିବା ବେଳେ ନା ସେ ଚାଲି ପାରୁଛୁ ନା କିଛି ଜାଣିପାରୁଛନ୍ତି। ଏମିତିକି ନିଜ କମ ନିଜେ କରିବାକୁ ମଧ୍ୟ ସକ୍ଷମ ନୁହଁନ୍ତି। ସେ କଣ କରୁଛି ତାହା ସେ ମଧ୍ୟ ଜାଣି ନାହାନ୍ତି। କେତେ ବେଳେ ବାପା କୋଳରେ ତ ପୁଣି କେତେ ବେଳେ ପିଲାଟି ଭୂଇଁରେ ଗଡୁଛି।

କୃଷ୍ଣା ସମ୍ପୂର୍ଣ୍ଣ ଭିନ୍ନକ୍ଷମ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସରକାରଙ୍କ ତରଫରୁ ମିଳିପାରିନି କୌଣସି ସହାଯ୍ୟ ସହଯୋଗ। ଭିନ୍ନକ୍ଷମଙ୍କୁ ମିଳୁଥିବା ସମସ୍ତ ପାଇନାହାନ୍ତି କୃଷ୍ଣା। ଅନ୍ୟପଟେ ଏହି ଅସହାୟ ପରିବାରକୁ ସରକାରୀ ଯୋଦନାରେ ମଧ୍ୟ ସାମି କରାଯାଇନାହିଁ। ଫଳରେ ଦିନରାତି ଜରିପାଲରେ ତିଆରି ଘର ମଧ୍ୟରେ କଟୁଛି ଜୀବନ।

କିଛି ବର୍ଷ ପୂର୍ବେ ମନୋଜ କୁମାରଙ୍କ ମା ଓ ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ମନୋଜ ଜଣେ ଯୁବତୀକୁ ପ୍ରେମ ବିବାହ କରିଥିଲେ। ବିବାହ ପରେ ଆଠ ବର୍ଷର କୃଷ୍ଣାଙ୍କୁ ଜନ୍ମ ଦେଇଥିଲେ ମନୋଜଙ୍କ ପତ୍ନୀ। ଯିଏକି ମାନସିକ ଓ ଶାରୀରିକ ଭାବରେ ସମ୍ପୂର୍ଣ୍ଣ ଭିନ୍ନକ୍ଷମ ଅଟନ୍ତି। ତେବେ ଝିଅକୁ ଜନ୍ମ ଦେବା ପରେ ମନୋଜଙ୍କୁ ଛାଡି ଛାଡି ଅନ୍ୟ ଜଣେ ଯୁବକ ସହ ପଳାଇଛନ୍ତି ତାଙ୍କ ପତ୍ନୀ। ଏହାପର ଠାରୁ ଦୁଇ ପିଲାଙ୍କ ବାପା ମାଆ ପାଲିଟି ସେବା କରୁଛନ୍ତି ମନୋଜ। ଦିନ ମଜୁରିଆ ଭାବେ କାମ କରି ଦୁଇ ପିଲାଙ୍କୁ ଖାଦ୍ୟ ଯୋଗାଇ ଥାନ୍ତି ସେ। ଅନ୍ୟପଟେ କାମ ପାଇଁ ବାହାରକୁ ଗଲେ ଘରେ ଏକା ଦୁଇ ପିଲା ରୁହନ୍ତି। କାମ ସାରି ଆସିବା ପରେ କୃଷ୍ଣାଙ୍କୁ କୋଳେଇ ନେଇଥାନ୍ତି ମନୋଜ।

ପୁଅର ଭିନ୍ନ କ୍ଷମ ଭତ୍ତା, ଚିକିତ୍ସା ଓ ଘରଟିଏ ପାଇଁ ମନୋଜ ଅନେକ ଥର ସ୍ଥାନୀୟ ବିଧାୟକ ଓ ପ୍ରଶାସନକୁ ନେହୁରା ହୋଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ଫଳରେ ଦୁଃଖରେ କଟୁଛି ମନୋଜ ଓ ତାଙ୍କ ଦୁଇ ପିଲାଙ୍କ ଜୀବନ। ସରାକାରୀ ସାହାଯ୍ୟ କହିଲେ ରାସନ କର୍ଡ଼ରେ ମାସକୁ ମାତ୍ର ଦଶ କେଜି ଚାଉଳ ହିଁ ମିଳିଥାଏ। ଯେଉଁଥିରେ ସେମାନେ ଏକ ମାସ ବଡ କଷ୍ଟରେ ଚଳିଛାନ୍ତି।

ଏନେଇ ଖବର ସ୍ଥାନୀୟ ପୌରାଧ୍ୟକ୍ଷାଙ୍କ ଦୃଷ୍ଟିକୁ ଆସିବା ପରେ ସେ ନିଜେ ଏହି ପରିବାରକୁ ଯାଇ ଭେଟିଛନ୍ତି। ଏବଂ ପ୍ରଥମେ ତାଙ୍କୁ ଅନ୍ତଦୟ ଯୋଜନାରେ ରାସନ ଯୋଗାଇ ଦେବାର ବ୍ୟବସ୍ଥା କରିଥିବା କହିଛନ୍ତି ଲିକା ସାହୁ। ସେହିପରି ଆଗକୁ ଭିନ୍ନ କ୍ଷମ ଭତ୍ତା, ଜାଗା ମିଶନରେ ଘର ଯୋଗାଇଦେବା ସହ ଏନେଇ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି ନାବାଳକର ଚିକିତ୍ସା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details