ବଲାଙ୍ଗୀର: ଢୋଲ, ନିଶାନ, ତାଶା ଏବଂ ଘଣ୍ଟ ବାଦ୍ୟରେ କମ୍ପିଲା ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଗାଁ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାଆଡମ୍ବରରେ ପାଳିତ ହୋଇଛି ବଙ୍ଗୋମୁଣ୍ଡା ଧନୁଯାତ୍ରା । ଏହି ଅବସରରେ ହାତି ପିଠିରେ ବସି ମହାରାଜ କଂସ ଶୋଭାଯାତ୍ରା କରିଥିବା ବେଳେ ରଥରେ ଭଗବାନ କୃଷ୍ଣ ଏବଂ ବଳରାମ ସହରରେ ଶୋଭାଯାତ୍ରା କରିଥିଲେ । ଯାହାକୁ ଦେଖି ଦର୍ଶକ ବେଶ୍ ଆନନ୍ଦିତ ହୋଇଥିଲେ ଏବଂ ଯାତ୍ରାରେ ଲାଗିଥିବା ମୀନାବଜାର ଓ ବିଭିନ୍ନ ସାଂସ୍କୃତିକ କାର୍ଯକ୍ରମର ମଜା ନେଇଥିଲେ।
୩୩ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ସମ୍ପନ୍ନ - 33th bangonuda dhanujatra
ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାଆଡମ୍ବରରେ ପାଳିତ ହୋଇଛି ବଙ୍ଗୋମୁଣ୍ଡା ଧନୁଯାତ୍ରା।
![୩୩ତମ ବଙ୍ଗୋମୁଣ୍ଡା ଧନୁଯାତ୍ରା ସମ୍ପନ୍ନ](https://etvbharatimages.akamaized.net/etvbharat/prod-images/768-512-5053896-thumbnail-3x2-collagejpeg.jpg)
ଫଟୋ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର
ଭିଡିଓ ସୌଜନ୍ୟ:ସମ୍ବାଦଦାତା, ବଲାଙ୍ଗୀର
ଚଳିତ ବର୍ଷ ଦର୍ଶକଙ୍କ ଉତ୍ସାହକୁ ଦେଖି ଆୟୋଜକ ବେଶ ଉତ୍ସାହିତ ହୋଇଥିଲେ ଓ ଆଗାମୀ ବର୍ଷରେ ଏହାକୁ ଆହୁରି ଆଡମ୍ବରରେ ପାଳନ କରିବାକୁ ଲକ୍ଷ୍ୟ ରଖିଥିବା କଥା କହିଛନ୍ତି । ତେବେ ଚଳିତ ବର୍ଷର ଏହି ଧନୁଯାତ୍ରାର ଉଦଯାପନୀ ଦିନରେ ରାଜକୀୟ ଅତିଥୀ ଭାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମଙ୍ଗୋ, କଣ୍ଟାବାଞ୍ଜି ପୂର୍ବତନ ବିଧାୟକ ହାଜି ମହମ୍ମଦ ଆୟୁବ ଖାଁ ଯୋଗ ଦେଇଥିଲେ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ୱାହିଦ୍, ଇଟିଭି ଭାରତ