ଓଡିଶା

odisha

ETV Bharat / state

ତେଜୁଛି କାମିଆ ଜାନି ବିବାଦ: ୟୁଟ୍ୟୁବରଙ୍କ ଗିରଫ ଦାବିରେ ଜଗନ୍ନାଥ ପ୍ରେମୀଙ୍କ ଧାରଣା - କାମିଆଙ୍କ ଗିରଫ ଜଗନ୍ନାଥ ପ୍ରେମୀଙ୍କ ଦାବି

Youtuber Kamiya Jani Controversy: ଥମିବାର ନାଁ ଧରୁନି ୟୁଟ୍ୟୁବର କାମିଆ ଜାନି ବିବାଦ । ବଲାଙ୍ଗୀରରେ କାମିଆଙ୍କ ଗିରଫ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ । ଅଧିକ ପଢ଼ନ୍ତୁ

କାମିଆଙ୍କୁ ଗିରଫ ଦାବି
କାମିଆଙ୍କୁ ଗିରଫ ଦାବି

By ETV Bharat Odisha Team

Published : Dec 26, 2023, 6:34 PM IST

କାମିଆଙ୍କୁ ଗିରଫ ଦାବି

ବଲାଙ୍ଗୀର:ଥମିବାର ନାଁ ଧରୁନି ୟୁଟ୍ୟୁବର କାମିଆ ଜାନି ବିବାଦ । କାମିଆଙ୍କ ଶ୍ରୀମନ୍ଦିର ପ୍ରବେଶ ପ୍ରସଙ୍ଗକୁ ନେଇ ରାଜ୍ୟବ୍ୟାପୀ ଚାଲିଛି ଯୋରଦାର ବିରୋଧ । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରରେ କାମିଆଙ୍କ ଗିରଫ ଦାବି କରିଛନ୍ତି ଜଗନ୍ନାଥ ପ୍ରେମୀ । ଜଗନ୍ନାଥ ଅବଡ଼ା ମହାପ୍ରସାଦ ଅଟେ ଏହାର ବିଜ୍ଞାପନ ଜରୁରୀ ନୁହେଁ ବୋଲି କହିବା ସହ ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ଜଗନ୍ନାଥ ପ୍ରେମୀ ।

ଆଜି ବଲାଙ୍ଗୀର ଜିଲ୍ଲାର ଜଗନ୍ନାଥ ପ୍ରେମୀମାନେ ୟୁଟ୍ୟୁବର କାମିଆ ଜାନିଙ୍କୁ ଗିରଫ କରିବା ଦାବି କରି ଧାରଣା ଦେଇଛନ୍ତି । ଜଗନ୍ନାଥ ପ୍ରେମୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ କାମିଆଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାସହ ଗୋ ମାଂସ ଖାଉଥିବା ଅଭିଯୋଗ ଥିବା କାମିଆ ଜାନିଙ୍କ ଶ୍ରୀମନ୍ଦିରରେ ପ୍ରବେଶ ଓ ମହାପ୍ରସାଦ ଅବଡ଼ା ଉପରେ ବିଜ୍ଞାପନକୁ ଜଗନ୍ନାଥ ପ୍ରେମୀମାନେ କଡ଼ା ବିରୋଧ କରିଛନ୍ତି । କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଭାବାବେଗକୁ ଏହା କୁଠାରାଘାତ କରିଛି ବୋଲି କହିଛନ୍ତି ଜଗନ୍ନାଥ ପ୍ରେମୀ । ତେବେ ୟୁଟ୍ୟୁବର କାମିଆ ଜାନିଙ୍କ ଶ୍ରୀମନ୍ଦିରରେ ପ୍ରବେଶ କରିବା ଓ ସେଠାରେ ଭିଡିଓ କରିବାକୁ ତୀବ୍ର ବିରୋଧ୍ କରି ଜଗନ୍ନାଥ ପ୍ରେମୀମାନେ କାମିଆଙ୍କ ଗିରଫ ଦାବି କରିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ....କାମିଆ ଜାନି ବିବାଦ; କଂଗ୍ରେସ କହିଲା କ୍ଷମା ପ୍ରାର୍ଥନା କରୁ ବିଜେଡି

ଧାରଣା ଦେଇଥିବା ଜଣେ ଜଗନ୍ନାଥ ପ୍ରେମୀ ସରସ୍ୱତୀ ନନ୍ଦ କହିଛନ୍ତି, " ୟୁଟ୍ୟୁବର କାମିଆ ଜାନିଙ୍କ ଶ୍ରୀମନ୍ଦିର ମଧ୍ୟରେ ଫୋଟୋ ଭିଡିଓ ଭାଇରାଲ ହୋଇଥିଲା । ସେ ଗୋ ମାଂସ ଭକ୍ଷଣ କରୁଥିବା ବେଳେ କେମିତି ଶ୍ରୀମନ୍ଦିରକୁ ପ୍ରବେଶ କଲେ । ଏହାସହ ଶ୍ରୀମନ୍ଦିର ମଧ୍ୟକୁ କ୍ୟାମେରା ଓ ମୋବାଇଲ ମନା ଥିବା ବେଳେ ସେ କେମିତି ସେଠାରେ ଫୋଟ ଭିଡିଓ କଲେ । ଜଗନ୍ନାଥ ମହାପ୍ରଭୁଙ୍କ ଅବଡ଼ା ମହାପ୍ରସାଦ ଅଟେ ଏବଂ ତାକୁ ସମସ୍ତେ ଜାଣିଥିବା ବେଳେ ତାର ବିଜ୍ଞାପନ ଆବଶ୍ୟକ ନାହିଁ । ସେହିପରି ଶ୍ରୀମନ୍ଦିର ସନାତନ ଧର୍ମୀ କୋଟି କୋଟି ହିନ୍ଦୁଙ୍କ ଭଗବାନଙ୍କ ସ୍ଥାନ ଅଟେ ଏହା କୌଣସି ପର୍ଯ୍ୟଟନସ୍ଥଳୀ ନୁହେଁ କିମ୍ବା ଅଭଡ଼ା କୌଣସି ହୋଟେଲର ବ୍ୟଞ୍ଜନ ନୁହେଁ । ତେଣୁ ଏଭଳି ହିନ କାର୍ଯ୍ୟ କରି ସେ କୋଟି କୋଟି ହିନ୍ଦୁଙ୍କ ଭବାବେଗକୁ କଠୋରାଘାତ କରିଛନ୍ତି । କାମିଆ ଜାନିଙ୍କ ଉପରେ ଶୀଘ୍ର କଡା କାର୍ଯ୍ୟାନୁଷ୍ଠାନ ନିଆଯାଉ । ସେହିପରି କାମିଆଙ୍କୁ ସାଙ୍ଗରେ ନେଇଥିବା ପୂର୍ବତନ ପ୍ରଶାସନିକ ଅଧୀକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।"

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details