ଓଡିଶା

odisha

By

Published : Apr 19, 2023, 9:12 AM IST

ETV Bharat / state

ବଲାଙ୍ଗୀର ଗସ୍ତରେ ଅନୁ ଗର୍ଗ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ଦୁଇ ଦିନିଆ ବଲାଙ୍ଗୀର ଗସ୍ତରେ ଓଡ଼ିଶା ଉନ୍ନୟନ କମିଶନର ଅନୁ ଗର୍ଗ । ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର କଲେ ସମୀକ୍ଷା । ଅଧିକ ପଢନ୍ତୁ

ବଲାଙ୍ଗୀର ଗସ୍ତରେ ଅନୁ ଗର୍ଗ
ବଲାଙ୍ଗୀର ଗସ୍ତରେ ଅନୁ ଗର୍ଗ

ବଲାଙ୍ଗୀର ଗସ୍ତରେ ଅନୁ ଗର୍ଗ

ବଲାଙ୍ଗୀର: ଜିଲ୍ଲା ଗସ୍ତରେ ଓଡ଼ିଶା ଉନ୍ନୟନ କମିଶନର ଅନୁ ଗର୍ଗ । ଗତକାଲି(ମଙ୍ଗଳବାର) ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ବିକାଶ କାର୍ଯ୍ୟ ଓ ପ୍ରକଳ୍ପ ବୁଲି ଦେଖିଥିଲେ । ଏହା ସହ ଛାତ୍ରଛାତ୍ରୀଙ୍କ ସହ ମିଶି ଭୋଜନ କରିଥିଲେ । ତେବେ ବିକାଶ କାର୍ଯ୍ୟ ଅଗ୍ରଗତି ନେଇ କଲେ ଖୁସି ଜାହିର କଲେ ଅନୁ ଗର୍ଗ ।

ମଙ୍ଗଳବାର ଓଡିଶା ଉନ୍ନୟନ କମିଶନର ଆଇଏଏସ ଅନୁ ଗର୍ଗ ଓ ଓଡ଼ିଶା ସମନ୍ଵୟ ବିଭାଗ ମୁଖ୍ୟ ସଚିବ ଆଇ ଏଫ୍ଏସ ସଞ୍ଜୀବ କୁମାର ଚଢ଼ା ବଲାଙ୍ଗୀର ଗସ୍ତରେ ଆସିଥିଲେ । ତୁଷୁରା ବିମାନ ବନ୍ଦରରେ ଓହ୍ଲାଇବା ପରେ ଗୁଡ଼ଭେଲା ବ୍ଲକ ଡୁଙ୍ଗୁରି ପାଲି ଗ୍ରାମର ମେଗା ଉଠା ଜଳ ସେଚନ ପ୍ରକଳ୍ପ ସମୀକ୍ଷା କରିଥିଲେ । ଏହାପରେ ବଲାଙ୍ଗୀର ଭୀମ ଭୋଇ ମେଡିକାଲ୍ କଲେଜରେ ନିର୍ମାଣ ଧୀନ ଥିବା 650 ଶଯ୍ୟା ବିଶିଷ୍ଟ ଡାକ୍ତରଖାନାକୁ ଯାଇ ନିର୍ମାଣ କାମର ସମୀକ୍ଷା କରିଥିଲେ । ସେହିପରି ବଲାଙ୍ଗୀରର ସ୍ବପ୍ନ କୁହାଯାଉଥିବା ବୃହତ୍ ଜଳ ପ୍ରକଳ୍ପ ଲୋୟର ସୁକତେଲ ପ୍ରକଳ୍ପ ନିର୍ମାଣ ସ୍ଥାନକୁ ଯାଇ ସମୀକ୍ଷା କରିଥିଲେ । ପରେ ପାଟଣାଗଡ଼ ଗସ୍ତ କରି ଖପ୍ରାଖୋଲ ହରିଶଙ୍କର ପୀଠକୁ ଯାଇଥିଲେ । ସେଠାରେ ଚାଲିଥିବା ଉନ୍ନୟନ କାମର ସମୀକ୍ଷା କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Sambalpur Violence: ଆଜି ବିଶ୍ୱ ହିନ୍ଦୁ ପରିଷଦର ୧୨ ଘଣ୍ଟିଆ ବନ୍ଦ ଡାକରା, ସମର୍ଥନ କଲା ବିଜେପି

ତେବେ ଅନୁ ଗର୍ଗଙ୍କ ଗସ୍ତ ସମୟରେ ତାଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଓ ଅନ୍ୟାନ୍ୟ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ଥିଲେ । ପାଟଣାଗଡ଼ ରାମ ପାଲି ଗ୍ରାମରେ ଥିବା ଅନ୍ୱେଷା ହଷ୍ଟେଲରେ ଛାତ୍ରୀ ମାନଙ୍କ ସହ ଆଲୋଚନା କରିଥିଲେ । ତେବେ ଏଠି ଛାତ୍ରୀମାନଙ୍କ ସହ ତଳେ ବସି ଦ୍ୱିପ୍ରହର ଭୋଜନ ଖାଇଥିଲେ ସେ । ଛାତ୍ରୀମାନଙ୍କ ସହ କଥା ହେବା ସହ ଖାଦ୍ୟ ଖାଇ ବହୁତ ଖୁସି ଲାଗିଲା ବୋଲି କହିଥିଲେ ଅନୁ ଗର୍ଗ ।

ଏହା ତାଙ୍କ ପାଇଁ ଏକ ସୁନ୍ଦର ସ୍ମୃତି ହୋଇ ରହିବ ବୋଲି ସେ କହିଛନ୍ତି । ଦୁଇ ଦିନିଆ ଗସ୍ତରେ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ମଙ୍ଗଳବାର ଲୋୟର ସୁକତେଲ ପ୍ରକଳ୍ପର ଅଗ୍ରଗତିକୁ ନେଇ ସେ ବେଶ ଖୁସି ହୋଇଥିଲେ । ଏହି ପ୍ରକଳ୍ପ ଖୁବ ଶୀଘ୍ର ଲୋକଙ୍କ ସେବାରେ ଉସର୍ଗକୃତ ହେବ ବୋଲି ସେ କହିଥିଲେ।

ଏହା ମଧ୍ୟ ପଢନ୍ତୁ: CM visit Khordha: ଉଦଘାଟନ ହେବ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ର

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details