ଓଡିଶା

odisha

ETV Bharat / state

ଶୌଚାଳୟରୁ ବିପୁଳ ପରିମାଣର ଦେଶୀ ମଦ ଜବତ - ଶୌଚାଳୟରୁ ଦେଶୀ ମଦ ଜବତ

ସରକାର ସ୍ୱଚ୍ଛ ଭାରତ ମିଶନରେ ଲୋକଙ୍କୁ ମାଗଣା ଶୌଚାଳୟ ଯୋଗାଇ ଦେଇଛନ୍ତି । ହେଲେ ପାଟଣାଗଡ଼ ପଣ୍ଡରିପାଣି ଗ୍ରାମରୁ ଅଜବ ଚିତ୍ର ସାମ୍ନାକୁ ଆସିଛି। ଏଠି ଗାଁର ଅଧିକାଂଶ ଲୋକ ଶୌଚାଳୟକୁ ମଦ ପ୍ରସ୍ତୁତ କରିବା ଭାଟି ଭାବରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

ଶୌଚାଳୟରୁ ବିପୁଳ ପରିମାଣର ଦେଶୀ ମଦ ଜବତ
ଶୌଚାଳୟରୁ ବିପୁଳ ପରିମାଣର ଦେଶୀ ମଦ ଜବତ

By

Published : Jul 10, 2020, 1:19 AM IST

ବଲାଙ୍ଗୀର: ସରକାରୀ ଯୋଜନାର ଅପବ୍ୟବହାର କେମିତି ଚାଲିଛି ତାହା ସାମ୍ନାକୁ ଆସିଛି। ଶୌଚାଳୟରୁ ବିପୁଳ ପରିମାଣରେ ଦେଶୀ ମଦ ପୋଲିସ ଜବତ ହୋଇଛି । ସରକାର ସ୍ୱଚ୍ଛ ଭାରତ ମିଶନରେ ଲୋକଙ୍କୁ ମାଗଣା ଶୌଚାଳୟ ଯୋଗାଇ ଦେଇଛନ୍ତି । ହେଲେ ପାଟଣାଗଡ଼ ପଣ୍ଡରିପାଣି ଗ୍ରାମରୁ ଅଜବ ଚିତ୍ର ସାମ୍ନାକୁ ଆସିଛି। ଏଠି ଗାଁର ଅଧିକାଂଶ ଲୋକ ଶୌଚାଳୟକୁ ମଦ ପ୍ରସ୍ତୁତ କରିବା ଭାଟି ଭାବରେ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି ।

ଶୌଚାଳୟରୁ ବିପୁଳ ପରିମାଣର ଦେଶୀ ମଦ ଜବତ

ଗ୍ରାମରେ ସେଫ୍ଟି ଟାଙ୍କିକୁ ମହୁଲ ପୋଚ ପ୍ରସ୍ତୁତ କରିବା ପାଇଁ ଏମାନେ ବ୍ୟବହାର କରୁଥିବା ବେଳେ ଏଠି ମହୁଲରୁ ବେଆଇନ୍ ଭାବରେ ଦେଶୀ ମଦ ତିଆରି କରୁଛନ୍ତି। ତେବେ ଏହାର ଖବର ପାଟଣାଗଡ଼ ପୋଲିସ ପାଇବା ପରେ ସଂପୃକ୍ତ ଗାଁରେ ଚଢ଼ାଉ କରିଥିଲା। ଗାଁର କିଛି ଶୌଚାଳୟରୁ ପଚାଶ କ୍ଵିଣ୍ଟାଲରୁ ଅଧିକ ମହୁଲ ପୋଚ୍ ଓ ପାଞ୍ଚ ଶହ ଲିଟର ଦେଶୀ ରନ୍ଧା ମଦ ପୋଲିସ ଜବତ କରିଛି। ସେହିପରି ଏହି ମାମଲରେ ପୋଲିସ ଦୁଇ ଜଣକୁ ଗିରଫ ମଧ୍ୟ କରିଛି।

ଗାଆଁରେ ଏଭଳି ମଦ ପ୍ରସ୍ତୁତ କରିବାର ଟେ ର କେମିତି ଅବକାରୀ ବିଭାଗ ପାଇଲା ନାହିଁ ତାହା ଏବେ ବଡ଼ ପ୍ରଶ୍ନ ହୋଇଥିବା ବେଳେ ସରକାରୀ ଯୋଜନାରେ ପାଇଥିବା ଶୌଚାଳୟର ଏଭଳି ବ୍ୟବହାର ସମସ୍ତଙ୍କୁ ଚକିତ କରିଛି।

ବଲଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details