ବଲାଙ୍ଗୀର: ଶ୍ରମିକ ଟ୍ରେନ ରହଣିକୁ ତୀବ୍ର ବିରୋଧ କରିଛି ବଲାଙ୍ଗୀର କ୍ରିୟା ଅନୁଷ୍ଠାନ କମିଟି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ। ବଲାଙ୍ଗୀର ଜିଲ୍ଲା କରୋନା ମୁକ୍ତ ଥିବା ବେଳେ ରାଜ୍ୟ ସରକାର ଜାଣି ଶୁଣି ସାରା ରାଜ୍ୟର ପ୍ରବାସୀ ଶ୍ରମିକଙ୍କୁ ବଲାଙ୍ଗୀର ଆଣୁଛନ୍ତି । ଏଠାରେ କୋରୋନା ବୃଦ୍ଧି କରାଯାଉଥିବା ଏମାନେ ଅଭିଯୋଗ କରିଛନ୍ତି । ତେଣୁ ଶୀଘ୍ର ଶ୍ରମିକ ଟ୍ରେନ ରହଣି ବନ୍ଦ କରାଯାଉ ବୋଲି ଦାବି କରିଛନ୍ତି।
ଶ୍ରମିକ ଟ୍ରେନ ରହଣିକୁ ନେଇ ବଲାଙ୍ଗୀର ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ - shramik train stay
ବଲାଙ୍ଗୀର ଜିଲ୍ଲାରେ ଶ୍ରମିକ ଟ୍ରେନ ରହଣିକୁ ନେଇ ପ୍ରତିବାଦ । ଶ୍ରମିକ ଟ୍ରେନ ଜରିଆରରେ ଜିଲ୍ଲାର କୋରୋନା ସଂକ୍ରମଣ ବୃଦ୍ଧି ହେଉଥିବା ଅଭିଯୋଗ । ଅଧିକ ପଢନ୍ତୁ...
ଶ୍ରମିକ ଟ୍ରେନ ରହଣିକୁ ନେଇ ବଲାଙ୍ଗୀର ଜିଲ୍ଲାରେ ବିକ୍ଷୋଭ ପ୍ରଦର୍ଶନ
ସେହିପରି ଏଠାରେ ସମସ୍ତ ସଙ୍ଗରୋଧ କେନ୍ଦ୍ରରେ ଘୋର ଅବ୍ୟବସ୍ଥା ଥିବା ସହ ଦୁର୍ନୀତି ଚାଲିଥିବା ମଧ୍ୟ ଏମାନେ ଅଭିଯୋଗ କରିଛନ୍ତି। ଏହି ଭଳି ମୁଖ୍ୟ ଦାବି ସହ ମୋଟ ପାଞ୍ଚ ଦଫା ଦାବି ପୂରଣ ପାଇଁ ଜିଲ୍ଲା ପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଦାବି ପୁରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଏମାନେ କହିଛନ୍ତି।
ବଲାଙ୍ଗୀରରୁ ଶେଖ ମହମ୍ମଦ ୱାହିଦ, ଇଟିଭି ଭାରତ
Last Updated : May 29, 2020, 3:49 PM IST