ବଲାଙ୍ଗୀର: ପ୍ରସିଦ୍ଧ ହରିଶଙ୍କର ପୀଠରେ ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମାରପିଟ୍ ଘଟଣାକୁ କଡା ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି ଜୋର୍ ଧରିଲା । ଗତ ଦୁଇ ଦିନ ତଳେ ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମଧ୍ୟରେ ମାରପିଟ୍ ହୋଇଥିଲା । ଯେଉଁଥିରେ ସେଠି ଉପସ୍ଥିତ ଥିବା ଶତାଧିକ ପର୍ଯ୍ୟଟକ ଭୟଭୀତ ହୋଇଥିଲେ । ତେବେ ଏହି ଘଟଣାକୁ ଏଠି ତୀବ୍ର ନିନ୍ଦା କରାଯାଇଛି ।
ହରିଶଙ୍କର ପୀଠରେ ମାରପିଟ୍ ଘଟଣା, ସୁରକ୍ଷା ବ୍ୟବସ୍ଥା କଡାକଡି ପାଇଁ ଦାବି - ହରିଶଙ୍କର ପୀଠରେ ସୁରକ୍ଷା ବ୍ୟବସ୍ଥା କଡାକଡି ଦାବି
ପ୍ରସିଦ୍ଧ ହରିଶଙ୍କର ପୀଠରେ ପର୍ଯ୍ୟଟକ ଓ ମନ୍ଦିର ପ୍ରଶାସନ ମାରପିଟ୍ ଘଟଣାକୁ କଡା ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି ଜୋର୍ ଧରିଲା । ଅଧିକ ପଢନ୍ତୁ
ହରିଶଙ୍କର ପୀଠକୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ପର୍ଯ୍ୟଟକ ଆସୁ ଥିବାବେଳେ ଏଭଳି ଆଚରଣ କୁପ୍ରଭାବ ପକାଇବ ବୋଲି କୁହାଯାଉଛି । ପୀଠକୁ ନୀତିଦିନ କିଛି ବିଶୃଙ୍ଖଳିତ ପର୍ଯ୍ୟଟକ ସାଧାରଣ ସ୍ଥାନରେ ମଦ ପିଇ ଏଭଳି ବିଶୃଙ୍ଖଳା ବାରମ୍ବାର କରି ଆସୁଥିବାର ଅଭିଯୋଗ କରିଛି ବଲାଙ୍ଗୀର ଗନ୍ଧମାର୍ଦ୍ଧନ ଟ୍ରଷ୍ଟ । ସେହିପରି ଏଠାରେ ପୋଲିସ ଫାଣ୍ଡି ଥିଲେ ମଧ୍ୟ ପୋଲିସ କର୍ମଚାରୀ ଉପସ୍ଥିତ ନ ରହିବାରୁ ଏହିଭଳି ଘଟଣା ବଢୁଥିବାର ଅଭିଯୋଗ ହୋଇଛି । ମନ୍ଦିର ପ୍ରଶାସନ ତଥା ପୋଲିସ ଓ ପ୍ରଶାସନ ମିଳିତ ଭାବରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବାକୁ ଗନ୍ଧମାର୍ଦ୍ଧନ ଟ୍ରଷ୍ଟର ଅଧ୍ୟକ୍ଷ ହିତେଶ ସାହୁ ଦାବି କରିଛନ୍ତି ।
ଇଟିଭି ଭାରତ, ବଲାଙ୍ଗୀର