ଓଡିଶା

odisha

ETV Bharat / state

ନୂଆଖାଇ ପାଇଁ ବଲାଙ୍ଗୀରରେ ସଟଡାଉନ-ଲକଡାଉନ କଟକଣା କୋହଳ ଦାବି - ସଟଡାଉନ-ଲକଡାଉନରେ ରିହାତି ଦାବି

ନୂଆଖାଇ ପାଇଁ ପନ୍ଦର ଦିନ ପୂର୍ବରୁ ଚାଷୀ ତାର ପ୍ରସ୍ତୁତି ଆରମ୍ଭ କରିଥାଏ ଏବଂ ପରିବାର ସହ ନୂଆ ଖାଇବା ସହ ଲୋକଙ୍କ ସହିତ ଭେଟଘାଟ ହୋଇଥାନ୍ତି। ହେଲେ କୋରୋନା ସଟଡାଉନ ଏଥିରେ ଏବର୍ଷ ବାଧକ ସାଜିବାର ଥିବା ବେଳେ ଏଥିରେ ରିହାତି ପାଇଁ ଲୋକେ ଦାବି କରିଛନ୍ତି।

ନୂଆଖାଇ ପାଇଁ ବଲାଙ୍ଗୀରବାସୀଙ୍କ ସଟଡାଉନ-ଲକଡାଉନରେ ରିହାତି ଦାବି
ନୂଆଖାଇ ପାଇଁ ବଲାଙ୍ଗୀରବାସୀଙ୍କ ସଟଡାଉନ-ଲକଡାଉନରେ ରିହାତି ଦାବି

By

Published : Aug 10, 2020, 10:42 PM IST

ବଲାଙ୍ଗୀର: ଆସନ୍ତା 23 ଅଗଷ୍ଟରେ ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପାଳନ ହେବାକୁ ଯାଉଛି। ତେବେ ଏଥର କୋରୋନା କାଳରେ ଏହାକୁ କେମିତି ପାଳନ କରାଯିବ ତାକୁ ନେଇ ବଢିଛି ଚିନ୍ତା। ଏହି ପର୍ବ ସାମାଜିକ ଓ ଗଣ ପର୍ବ ହୋଇଥିବା ବେଳେ ସାରା ପଶ୍ଚିମ ଓଡ଼ିଶାର ଲୋକ ଏହାକୁ ଯେକୌଣସି ମତେ ପାଳନ କରିଥାନ୍ତି।

ନୂଆଖାଇ ପାଇଁ ବଲାଙ୍ଗୀରବାସୀଙ୍କ ସଟଡାଉନ-ଲକଡାଉନରେ ରିହାତି ଦାବି

ତେବେ ଏଥର ପରିସ୍ଥିତି ଭିନ୍ନ ଥିବା ବେଳେ ଲୋକଙ୍କ ସେହି ଭାବାବେଗ କଣ ହେବ ତାହା ପ୍ରଶ୍ନବାଚୀ ହୋଇଛି। ସେପଟେ ଏହାକୁ ନେଇ ଏବେଠୁ ପ୍ରତିକ୍ରିୟା ପ୍ରକାଶ ପାଇବାରେ ଲାଗିଲାଣି। ନୂଆଖାଇ ପାଇଁ ପନ୍ଦର ଦିନ ପୂର୍ବରୁ ଚାଷୀ ତାର ପ୍ରସ୍ତୁତି ଆରମ୍ଭ କରିଥାଏ ଏବଂ ପରିବାର ସହ ନୂଆ ଖାଇବା ସହ ଲୋକଙ୍କ ସହିତ ଭେଟଘାଟ ହୋଇଥାନ୍ତି। ହେଲେ କୋରୋନା ସଟଡାଉନ ଏଥିରେ ଏବର୍ଷ ବାଧକ ସାଜିବାର ଥିବା ବେଳେ ଏଥିରେ ରିହାତି ପାଇଁ ଲୋକେ ଦାବି କରିଛନ୍ତି।

ନୂଆଖାଇ ପୂର୍ବ ଓ ପରେ 6 ଦିନ କୌଣସି ପ୍ରକାରର ସଟଡାଉନ ନ କରିବାର ଦାବି ହୋଇଛି। ଯେପରି ରଥଯାତ୍ରା ଓ ରଜରେ ସରକାର ରିହାତି ଦେଲେ ଏହି ପର୍ବ ପାଇଁ ମଧ୍ୟ ରିହାତି ଦିଅନ୍ତୁ ବୋଲି ଦାବି ହୋଇଛି।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details