ବଲାଙ୍ଗୀର:ବଣ ପାହାଡ ଘେରା ଜିଲ୍ଲା ବଲାଙ୍ଗୀର । ଜିଲ୍ଲାରେ ଭରି ରହିଛି ଅନେକ ସୁନ୍ଦର ସୁନ୍ଦର ସ୍ଥାନ । ହେଲେ ସେହି ସ୍ଥାନଗୁଡିକର ବିକାଶ ହୋଇପାରନାହିଁ । ଜିଲ୍ଲାରେ ଥିବା ଚାନ୍ଦିଲ ପାହାଡକୁ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଦେବା ପାଇଁ ଦାବି ଜୋର ଧରିଛି ।
ଜିଲ୍ଲାରେ ଥିବା ସୁନ୍ଦର ସୁନ୍ଦର ସ୍ଥାନ ମଧ୍ୟରୁ କିଛି ସରକରାଙ୍କ ଦୃଷ୍ଟିଗୋଚର ହୋଇଥିବା ବେଳେ ଅନେକ ସ୍ଥାନ ଏବେ ବି ସରକାରଙ୍କ ଅଗୋଚରରେ ରହିଛି । ବଲାଙ୍ଗୀର ଦେଓଗାଁ ବ୍ଲକ ଦେହସଂଡ ପଞ୍ଚାୟତରେ ଏହି ଚାନ୍ଦିଲୀ ପାହାଡ଼ ଅବସ୍ଥିତ । ଯାହାର ଚାରି ପଟେ ଘଞ୍ଚ ଜଙ୍ଗଲ ଥିବାବେଳେ ଏହା ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅଟେ। ଏହି ପାହାଡ଼ ଶୀର୍ଷରେ ଅନେକ ଗୁମ୍ଫା, ଏକ ବଟ ବୃକ୍ଷ, କେବେ ପାଣି ଶୁଖୁ ନ ଥିବା ସୀତା କୁଣ୍ଡ ରହିଛି। ବଲାଙ୍ଗୀର ହରିଶଙ୍କର ଗନ୍ଧମାର୍ଦନ ପାହାଡ ଓ ଭୀମ ଡୁଙ୍ଗୁରୀ ଭଳି ଚାନ୍ଦିଲି ପାହାଡକୁ ପର୍ଯ୍ୟଟନ ସ୍ଥଳ ଭାବରେ ଘୋଷଣା କରିବାକୁ ଦାବି ଜୋର ଧରିଛି ।