ଓଡିଶା

odisha

By

Published : Dec 25, 2022, 12:32 PM IST

ETV Bharat / state

ଜୋର ଧରିଲା କୌଶଳ ରାଜ୍ୟ ମାନ୍ୟତା, ଆରମ୍ଭ ହେବ ଏକତା ଯାତ୍ରା

କୌଶଳ ରାଜ୍ୟ ମାନ୍ୟତା ଦାବି ନେଇ ଆସନ୍ତା ଫେବୃୟାରୀରେ ଏକତା ଯାତ୍ରା କରିବ କୋଶଳ ସମନ୍ୱୟ ସମିତି । ଅଧିକ ପଢନ୍ତୁ

demand for koshal state
demand for koshal state

demand for koshal state

ବଲାଙ୍ଗୀର:ଜିଲ୍ଲାରେ ପୁଣି ଜୋର ଧରିଲା କୋଶଳ ରାଜ୍ୟ ମାନ୍ୟତା ଦାବି । ସମସ୍ତ ଓକିଲ ତଥା ସଂଗଠନ ମାନଙ୍କୁ ଅଲଗା ରାଜ୍ୟ ପାଇଁ ଏକଜୁଟ ହେବାକୁ ଅପିଲ କଲା କୋଶଳ ସମନ୍ୱୟ ସମିତି । ଏକ ସାମ୍ବାଦିକ ଜରିଆରେ ଏପରି କୁହାଯାଇଥିବା ବେଳେ କୋଶଳ ରାଜ୍ୟ ପାଇଁ ଆଗକୁ ଆନ୍ଦୋଳନ ତୀବ୍ର କରିବ ବୋଲି କହିଛି କୋଶଳ ସମନ୍ୱୟ ସମିତି ।

ଆସନ୍ତା ବର୍ଷ ଫେବୃୟାରୀ ମାସରେ କୋଶଳ ସମନ୍ୱୟ ସମିତି ସୁନ୍ଦରଗଡ଼ରୁ କୋରାପୁଟ ପର୍ଯ୍ୟନ୍ତ କୋଶଳ ଏକତା ଯାତ୍ରା କରିବା ନେଇ ସାମ୍ବାଦିକ ସମ୍ମିଳନୀରେ କହିଛି । ଯେଉଁଥିରେ 11ଟି ଜିଲ୍ଲାର ଲୋକ ତଥା ବିଭିନ୍ନ ସଙ୍ଗଠନକୁ ଏକତ୍ରିତ କରାଯିବ । ସମାନ ଭାବରେ ଆଗକୁ ଏକ ମହାପଞ୍ଚାୟତର ଆୟୋଜନ କରି ଆଗକୁ ଅଲଗା କୋଶଳ ରାଜ୍ୟ ପାଇଁ ବିରାଟ ଆନ୍ଦୋଳନର ପ୍ରସ୍ତୁତି କରିବେ ବୋଲି କୋଶଳ ସମନ୍ୱୟ ସମିତି ଆବାହକ ପ୍ରମୋଦ ମିଶ୍ର କହିଛନ୍ତି ।

ତେବେ ପଶ୍ଚିମ ଓଡିଶାବାସୀ ସବୁ ବେଳେ ଆଞ୍ଚଳିକ ବୈଷମ୍ୟର ଶିକାର ହୋଇ ଆସୁଛି । କେନ୍ଦ୍ର ସରକାରଙ୍କ କେବିକେ ଯୋଜନା ହେଉ କିମ୍ବା ଓଡିଶା ସରକାରଙ୍କ ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରିବା ହିଁ ଏହାର ପ୍ରମାଣ । ଯାହା ଏ ଅଞ୍ଚଳର ବିକାଶ ପ୍ରତି ଅବହେଳାକୁ ପ୍ରମାଣ କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା । ଏହି ଚିରା ଚରିତ ଅବହେଳାର ସମାଧାନ ଅଲଗା କୋଶଳ ରାଜ୍ୟ ହିଁ ଅଟେ ଓ ତା ପାଇଁ ତୀବ୍ର ଆନ୍ଦୋଳନ ହେବ ବୋଲି କହିଛନ୍ତି କୋଶଳ ସମନ୍ୱୟ ସମିତି ଆବାହକ ପ୍ରମୋଦ ମିଶ୍ର ।

ଏନେଇ କୋଶଳ ସମନ୍ୱୟ ସମିତି ଆବାହକ ପ୍ରମୋଦ ମିଶ୍ର କହିଛନ୍ତି ଯେ,'' ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଉପରେ ରୋକ ଲାଗିବା ପରେ ଆମ ଅଞ୍ଚଳରେ ନିରାଶର ବାତାବରଣ ଦେଖା ଦେଇଛି । ଏହା ହେଉଛି ଏହି ଶତାବ୍ଦୀର ଦୁର୍ଘଟଣା ସଦୃଶ । ତେଣୁ ଏହି ଅଞ୍ଚଳର ସମସ୍ତ ସମସ୍ୟାର ସମାଧାନ ହେଉଛି ସ୍ବତନ୍ତ୍ର ରାଜ୍ୟ ମାନ୍ୟତା । ଆମ ଭିତରେ ଏକତା ନଥିବାରୁ କୌଣସି ସମସ୍ୟାର ଆଜି ପର୍ଯ୍ୟନ୍ତ ସମାଧାନ ହୋଇପାରିନାହିଁ । ତେଣୁ ଆମେ ନିଷ୍ପତ୍ତି ନେଇଛୁ । ଆସନ୍ତା ମାସରେ ଏକ ଏକତା ଯାତ୍ରା କରାଯିବ । ଏହା ପରେ ମହାପଞ୍ଚାୟତ କରାଯିବ । ସେଠାରେ ସମାନ ଚିନ୍ତାଧାରା ଥିବା ଲୋକମାନଙ୍କ ସହ ଆଲୋଚନା କରି ୟୁନିଟକୁ ସୁଦୃଢ କରାଯିବ । ''

ଏହା ମଧ୍ୟ ପଢନ୍ତୁ-ଚର୍ଚ୍ଚାରେ ଅର୍ଚ୍ଚନାଙ୍କ ଡାଏରୀ, ୯ ବର୍ଷ ତଳେ ହଇଚଇ ସୃଷ୍ଟି କରିଥିଲା ଶୁଭଙ୍କରଙ୍କ ଡାଏରୀ

ଏହା ପୂର୍ବରୁ ସେପ୍ଟେମ୍ବର ମାସରେ ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବିରେ ଏକ ମହା ଆନ୍ଦୋଳନ କରାଯାଇଥିଲା । ପଶ୍ଚିମ ଓଡିଶାକୁ ବାରମ୍ବାର ଅବହେଳିତ କରାଯାଉଥିବା ନେଇ ଦୀର୍ଘ ବର୍ଷରୁ ପଶ୍ଚିମ ଓଡିଶାବାସୀ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ପାଇଁ ଦାବି କରିଆସିଛନ୍ତି । କିଛି ମାସ ତଳେ ରାଜଧାନୀ ଭୁବନେଶ୍ୱର ଠାରେ କୋଶଳ ରାଜ୍ୟ ଦାବି ପାଇଁ ବ୍ୟାପକ ଆନ୍ଦୋଳନ କରାଯାଇଥିଲା । ପୁଣି ଥରେ ସେପ୍ଟେମ୍ବର 21 ତାରିଖରେ ମଧ୍ୟ ମହାଆନ୍ଦୋଳନର ହୋଇଥିଲା ।

ଇଟିଭି ଭାରତ, ବଲାଙ୍ଗୀର

ABOUT THE AUTHOR

...view details