ବଲାଙ୍ଗୀର: ଆଜି(ସୋମବାର) ବିଶ୍ୱ ମାତୃଭାଷା ଦିବସ ପାଳନ ହେଉଛି । ଏହି ପରିପ୍ରେକ୍ଷୀରେ ବଲାଙ୍ଗୀରରେ ପଶ୍ଚିମାଞ୍ଚଳର କୋଶଳୀ ଭାଷାକୁ ମାନ୍ୟତା ଦେବାର ଦାବି ଜୋର ଧରିଛି । ତେବେ ଆଜି ଏଠି କୋଶଳୀ ସାହିତ୍ୟ ଏକାଡେମୀ ଦ୍ୱାରା ଆୟୋଜନ ସଭାରେ ଏହାକୁ ଗୁରୁତ୍ୱ ଦିଆଯାଇଛି । ଯେଉଁଥିରେ କୋଶଳାଞ୍ଚଳର ପ୍ରଖ୍ୟାତ ଲେଖକ କବି ଓ ଗବେଷକ ଉପସ୍ଥିତ ଥିଲେ । ତେବେ ପଦ୍ମଶ୍ରୀ ଡାକ୍ତର ହଳଧର ନାଗ, ପଦ୍ମଶ୍ରୀ ଶ୍ରୀନିବାଶ ଉଦଗାତା, ପଦ୍ମଶ୍ରୀ ନୃସିଂହ ଗୁରୁ ପ୍ରମୁଖ ଯୋଗ ଦେଇଥିଲେ ।
ବିଶ୍ୱ ମାତୃଭାଷା ଦିବସ: କୋଶଳୀ ଭାଷାକୁ ମାନ୍ୟତା ଦାବି - ବଲାଙ୍ଗୀର କୋଶଳୀ ଭାଷା ମାନ୍ୟତା ଦାବି
ବିଶ୍ୱ ମାତୃଭାଷା ଦିବସ ପରିପ୍ରେକ୍ଷୀରେ ବଲାଙ୍ଗୀରରେ ପଶ୍ଚିମାଞ୍ଚଳର କୋଶଳୀ ଭାଷାକୁ ମାନ୍ୟତା ଦେବାର ଦାବି ଜୋର ଧରିଛି । ଅଧିକ ପଢନ୍ତୁ
ବିଶ୍ୱ ମାତୃଭାଷା ଦିବସ: କୋଶଳୀ ଭାଷାକୁ ମାନ୍ୟତା ଦାବି
ତେବେ ଓଡିଶା ସରକାର ଓ ସାହିତ୍ୟ ଏକାଡେମୀ ଏହି କୋଶଳୀ ଭାଷାକୁ ମାନ୍ୟତା ଦେଇସାରିଛି ଏବଂ ଏହି ଭାଷା ପଶ୍ଚିମ ଓଡିଶାର ୧୩ଟି ଜିଲ୍ଲାର ମାତୃଭାଷା ହୋଇଥିବାବେଳେ ଦୁଇ କୋଟିରୁ ଊର୍ଦ୍ଧ୍ବ ଲୋକ ଏହି ଭାଷା ବ୍ୟବହାର କରିଥାନ୍ତି । ସେପଟେ ଏହି କୋଶଳୀ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି ସହ ଏଠିକାର ସ୍କୁଲରେ ଏହି ଭାଷା ବ୍ୟବହାର ପାଇଁ ଦୀର୍ଘ ବର୍ଷରୁ ଦାବି ହୋଇଆସୁଛି । କେନ୍ଦ୍ର ସରକାର ଆଗକୁ ଦାବି ପୂରଣ ନକଲେ ତୀବ୍ର ଆନ୍ଦୋଳନ ହେବ ବୋଲି ଏଠି କୁହାଯାଇଛି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ