ବଲାଙ୍ଗୀର: ୭୫ତମ ସ୍ବାଧୀନତା ଦିବସକୁ ଆଜାଦିର ଅମୃତ ମହୋତ୍ସବ (amrit mahotsab) ଭାବରେ ପାଳନ କରାଯାଉଛି। ଏହି ଅବସରରେ ଦେଶରେ ଥିବା ସମସ୍ତ ଗୋଳାବାରୁଦ କାରଖାନା ପରିସରରେ ଗତକାଲି ଠାରୁ ସାର୍ବଜନୀନ ଗୋଳାବାରୁଦ ଉତ୍ପାଦନ ଗୁଡିକର ପ୍ରଦର୍ଶନ କରାଯାଇଛି । ଏହି ଅବସରରେ ଗତକାଲି ବଲାଙ୍ଗୀରରେ ଗୋଳାବାରୁଦ ଉତ୍ପାଦନ ପ୍ରଦର୍ଶନୀ (Ammunition exhibition )କାର୍ଯ୍ୟକ୍ରମର ଉଦଘାଟନ କଲେ ରକ୍ଷାମନ୍ତ୍ରୀ । ଏହା ଆସନ୍ତା 19 ତାରିଖ ପର୍ଯ୍ୟନ୍ତ ଚାଲିବ । ଏନେଇ ଗତକାଲି ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ ଗୋଳାବାରୁଦ କାରଖାନାରେ ମଧ୍ୟ ସମାନ ପ୍ରଦର୍ଶନୀ ଆରମ୍ଭ ହୋଇଥିବା ବେଳେ ଏହାକୁ ଭାରତ କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିସି ଯୋଗେ ଉଦଘାଟନ କରିଛନ୍ତି। ବଡ଼ମାଳ ଗୋଳାବାରୁଦ କାରଖାନା ପରିସରରେ ଥିବା ଅଫିସର୍ସ କ୍ଳବରେ ଏହି ସାର୍ବଜନୀନ ପ୍ରଦର୍ଶନୀ ଅନୁଷ୍ଠିତ ହେଉଛି।
ବଲାଙ୍ଗୀରରେ ଗୋଳାବାରୁଦ ଉତ୍ପାଦନ ପ୍ରଦର୍ଶନୀ କାର୍ଯ୍ୟକ୍ରମର ଉଦଘାଟନ କଲେ ରକ୍ଷାମନ୍ତ୍ରୀ - Ammunition exhibition in balangir
ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଳକ ଗୋଳାବାରୁଦ କାରଖାନାରେ ଗୋଳାବାରୁଦ ଉତ୍ପାଦନ ଗୁଡିକର ପ୍ରଦର୍ଶନୀ (Ammunition exhibition )ଆରମ୍ଭ ହୋଇଯାଇଛି । ଏହାକୁ ଭିସି ଯୋଗେ ଉଦଘାଟନ କଲେ କେନ୍ଦ୍ର ରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଅଧିକ ପଢନ୍ତୁ
ଏହି ପ୍ରଦର୍ଶନୀର ଉଦଘାଟନୀ କାର୍ଯ୍ୟକ୍ରମରେ ବଡ଼ମାଲ ଗୋଳାବାରୁଦ କାରଖାନାର ମହା ପ୍ରବନ୍ଧକ ଅଜୟ ଇ.ସିଂ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମକୁ ଡିଜିଏମ ପ୍ରଭାସ ଭୋଇ ପରିଚାଳନା କରିଥିବାବେଳେ ସମ୍ମାନିତ ଅତିଥି ଭାବେ ଏଡ଼ିଜେଏମ୍ ଡା. ଏ.ଏସ.ଖାନ ଓ ଏସ ମଣ୍ଡଳ ଉପସ୍ଥିତ ଥିଲେ । ପରେ ଅତିଥିମାନେ ବଡ଼ମାଲ ଗୋଳାବାରୁଦ କାରଖାନାରେ ନିର୍ମିତ ହେଉଥିବା ବିଭିନ୍ନ ସାମଗ୍ରୀ ବୁଲି ଦେଖି ଥିଲେ। ଏବଂ ସାଧାରଣ ଲୋକ ମଧ୍ୟ ଏହାକୁ ଦେଖିବାର ଓ ଏହା ବିଷୟରେ ଜାଣିବାର ସୁଯୋଗ ପାଇ ପରିବେ ବୋଲି ସେ କହିଛନ୍ତି । ତେବେ ବଲାଙ୍ଗୀର ବଡ଼ମାଳ ଠାରେ ଥିବା ଗୋଳାବାରୁଦ କାରଖାନା ପ୍ରତିଷ୍ଠା ହେବା ଦିନ ଠାରୁ ଦେଶର ସ୍ଥଳ ସେନା, ନୌସେନା ଓ ବାୟୁ ସେନା ପାଇଁ ଗୋଳା ଵାରୁଦ ତିଆରି କରି ଆସୁଛି । ଏଥି ସହ ଦେଶର ସୁରକ୍ଷା ଦିଗରେ କାମ କରୁଛି ଓ ଆଗକୁ ଏହି କାମ ଜାରି ରହିବ ବୋଲି ଏଠିକାର ମହାପ୍ରବନ୍ଧକ କହିଛନ୍ତି ।
ବଲାଙ୍ଗୀରରୁ ଶେଖ୍ ମହମ୍ମଦ ଓ୍ବାହିଦ, ଇଟିଭି ଭାରତ