ଓଡିଶା

odisha

ETV Bharat / state

ଘରୋଇ ନର୍ସିଂହୋମ୍‌ରେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା - death of a pregnant woman

ବଲାଙ୍ଗୀର ଏକ ଘରୋଇ ନର୍ସିଂହୋମ୍‌ରେ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା। ବଲାଙ୍ଗୀର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା। ଏବଂ ଦୀର୍ଘ ସମୟ ପରେ ମାମଲା ଶାନ୍ତ ହୋଇଥିଲା।

ଘରୋଇ ନର୍ସିଂହୋମ୍‌
ଘରୋଇ ନର୍ସିଂହୋମ୍‌

By

Published : Jul 21, 2020, 10:43 PM IST

ବଲାଙ୍ଗୀର: ଘରୋଇ ନର୍ସିଂହୋମ୍‌ରେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା । ବଲାଙ୍ଗୀର ଏକ ଘରୋଇ ନର୍ସିଂହୋମ୍‌ରେ ଜଣେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ସୃଷ୍ଟି ହୋଇଛି ଉତ୍ତେଜନା। ବଲାଙ୍ଗୀର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାର ଦୀର୍ଘ ସମୟ ପରେ ମାମଲା ଶାନ୍ତ ହୋଇଥିଲା।

ଘରୋଇ ନର୍ସିଂହୋମ୍‌ରେ ପ୍ରସୂତି ମହିଳାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ଅଭିଯୋଗ ଅନୁସାରେ ବଲାଙ୍ଗୀର ସଇଁତଳା ବ୍ଲକ୍‌ର ଜଣେ ଗର୍ଭବତୀ ମହିଳା ଅଞ୍ଜୁ ବାଗଙ୍କୁ ପ୍ରସୂତି ପାଇଁ ବଲାଙ୍ଗୀର ସମଲେଶ୍ଵରୀ ନର୍ସିଂହୋମ୍‌ରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ତେବେ ଏଠି ତାଙ୍କର ସର୍ଜରୀ ହୋଇଥିବା ବେଳେ ଗୋଟିଏ ଶିଶୁ ପୁତ୍ର ଜନ୍ମ ହୋଇଥିଲା । ହେଲେ ମା'ଙ୍କ ଅବସ୍ଥା କିନ୍ତୁ ବିଗିଡିବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ଏବଂ ସେଠି ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ ହୋଇଥିଲା।

ସେପଟେ ଏଠିକାର ନର୍ସିଂହୋମ୍ ଡାକ୍ତରଙ୍କ ଭୁଲ ଚିକିତ୍ସା ଯୋଗୁଁ ତାଙ୍କର ମୃତ୍ୟୁ ହେବାର ଅଭିଯୋଗ ଆଣି ତଥା ପଚାଶ ଲକ୍ଷ ଟଙ୍କା କ୍ଷତିପୂରଣ ଦାବି କରି ତାଙ୍କ ପରିବାର ଲୋକେ ଏଠି ଦୀର୍ଘ ସମୟ ଧରି ଆନ୍ଦୋଳନ କରିଥିଲେ।

ବଲାଙ୍ଗୀରରୁ ଏସକେ ମହମ୍ମଦ ୱାହିଦ, ଇଟିଭି ଭାରତ

ABOUT THE AUTHOR

...view details